ସହାୟତାକଲା ଏମ.ଜେ.ସ୍ମାଇଲ

0 576

ଡେଲାଙ୍ଗ,୧୨/୧ (ଏସଏସନିଉଜ)ଅସହାୟଙ୍କୁ ସହାୟତା କଲା ଏମ.ଜେ.ସ୍ମାଇଲ । ସେମାନଙ୍କ ମୁହଁରେ ଚେନାଏ ହସ ଦେବାକୁ କରିଥିଲେ ଉଦ୍ୟମ ।କେବଳ ଏତିକି ନୁହେଁ ପିଲାମାନଙ୍କୁ ମଧ୍ୟ ପାଠ୍ୟଉପକରଣ ଦେଇ ପାଠପଢା ପାଇଁ ବଢାଇଥିଲେ ଆଗ୍ରହ ରବିବାରଦିନ ସାମାଜିକ ଅନୁଷ୍ଠାନ ଏମ.ଜେ.ସ୍ମାଇଲର ସଦସ୍ୟମାନେ ଡେଲାଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ଏହି ଭଳି ଏକ ପରିବେଶ ସୃଷ୍ଟି କରିଥିଲେ ।
ପିଢପାଟଣା ଗ୍ରାମରେ ନିର୍ମାଣ ଶ୍ରମିକ ଦୀପକ କୁମାର ପରିଡା । ଯିଏକି , ଅଣକୁଶଳୀ ସାଙ୍ଗୀ ମିସ୍ତ୍ରୀ ଭାବେ କାମକରି ନିଜର ପରିବାର ସହ ହସଖୁସିରେ ରହିଥିଲେ ।ଭାଗ୍ୟର ବଡମ୍ବନା ଥିଲା ଅଲଗା । ଗତ ୩ ବର୍ଷ ତଳେ କାମକରୁଥିବାବେଳେ କାନ୍ଥ ଖସି ପଡି ଆହାତ ହୋଇଥିଲେ । ଯାହାଫଳରେ ମେରୁଦଣ୍ଡରେ ଶକ୍ତଆଘାତ ଲାଗିଥିଲା ।ଚିକିସ୍ା କ୍ଷେତ୍ରରେ କିନ୍ତୁ ଅର୍ଥ ସାଜିଥିଲା ବାଧକ ।ଏବେ ଶଯ୍ୟାଶାୟୀ ହୋଇ ଭଗ୍ୟକୁ ଆଦେରି ଜୀବନ ନିର୍ବାହ କରୁଛନ୍ତି ।ଦିପକଙ୍କ ଘରେ ପହଁଚିଥିଲେ ସାମାଜିକ ଅନୁଷ୍ଠାନ ଏମ.ଜେ.ସ୍ମାଇଲର ସଦସ୍ୟ ପ୍ରବିର କୁମାର ମହାପାତ୍ର,ମନୋରଞ୍ଜନ ଜେନା ,ଶରତ କୁମାର ପ୍ରଧାନ,ଅଜିତ୍ ରାୟ,ସର୍ବେଶ୍ୱର ପାଣି,ଶଶୀକାନ୍ତ ଜେନା ,ଶୁଭାଶିଷ ଜେନା, ଶୁଭଲକ୍ଷ୍ମୀ ସ୍ୱାଇଁ ।ତାଙ୍କ ଦୁଖରେ ଦୁଃଖି ହୋଇ ଦେଇଥିଲେ ଆଶ୍ୱାସନା ।ଯଥାସମ୍ଭବ ଆର୍ଥିକ ସହାୟତା ପ୍ରଦାନ ସାଙ୍ଗକୁ ସ୍କୁଲରେ ପାଠ ପଢୁଥିବା ପିଲାମାନଙ୍କୁ ବ୍ୟାଗ,ଖାତା,ପେନ,କମ୍ପାସ ପ୍ରଦାନ କରିଥିଲେ । ସେହିପରି ମାଛପଡା ଗ୍ରାମରେ ଗତ ନଭେମ୍ବର ୧୧ ତାରିଖରେ ଘର ପୋଡିରେ ସର୍ବଶାନ୍ତ ପରିବାରର ଓ ବେରବୋଇ ଗ୍ରାମରେ ଅଗ୍ନିବିପନ୍ନ ପରିବାରର ଛାତ୍ରଛତ୍ରୀ ମାନଙ୍କ ପାଇଁ ୧ ମାସର ଟିଉସନ ଫିସ୍ ଖାତା,କଲମ,ବ୍ୟାଗ ଓ କମ୍ପାସ ପ୍ରଦାନ କରିଥିଲେ । ସାମାଜିକ ଅନୁଷ୍ଠାନର ଏହି ସହାୟତାକୁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଶୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନଙ୍କ ସମେତ ବୁଦ୍ଧିଜୀବିମାନେ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.