ସଙ୍କିର୍ତନ ଗାୟକ ବାନାମ୍ବରଙ୍କୁ ସମ୍ବର୍ଦ୍ଧନା

0 231

ଡେଲାଙ୍ଗ,୧୨/୧ (ଏସଏସନିଉଜ)କଳିଯୁଗରେ ଭଗବାନକୁ ପାଇବାର ଶ୍ରେଷ୍ଠ ମାଧ୍ୟମ ହେଉଛି ହରିନାମ । ହରିନାମ ସହ ଭଗବାନଙ୍କ ନାମକୁ ତୁଣ୍ଡରେ ନେବାର ଯେଉଁ ଆନନ୍ଦ ମିଳିଥାଏ ଓ ଏହାର ମହାନ୍ତ୍ୟକୁ ସାଧାରଣରେ ପହଂଚାଇବାର ପ୍ରକୁଖ ଭୁମିକା ନିର୍ବାହ କରିଥିଲେ ସଙ୍କିର୍ତନ ଗାୟକ ବାନାମ୍ବର ।ପ୍ରାଚିନକଳା ସଙ୍କିର୍ତନକୁ ବଂଚାଇରଖିବା ସହ ପ୍ରଭୁଙ୍କ ନାମ ନେବାର ମାଧ୍ୟମକୁ ଆଦେରିବାକୁ ଗୁରୁମନ୍ତ୍ର ଦେଉଥିଲେ ବାନାମ୍ବର ବୋଲି ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ପ୍ରଭାତକ୍ଲବର ପିଲାମାନେ କହିଛନ୍ତି ।କେବଳ କହିନାହାନ୍ତି ଏକ ସମାବେଶ ମାଧ୍ୟମରେ କ୍ଲବ ପରିସରରେ ବାନାମ୍ବରଙ୍କୁ କରିଛନ୍ତି ସମ୍ବର୍ଦ୍ଧନା ।
ଏହି ସମାବେଶରେ କ୍ଲବର ସଭାପତି ପ୍ରକାଶ ଚନ୍ଦ୍ର ନାୟକ,ସମ୍ପାଦକ ପଦ୍ମନାଭ ବରାଳ,ସାମାଜିକ କର୍ମି ଦିବାକର ପ୍ରଧାନ ,ବ୍ରହ୍ମାନନ୍ଦ ପରିଡା,ରତ୍ନାକର ଜେନା,ବାବୁଲି ମହାରଣା,ଶୁସାନ୍ତ ବିଶ୍ୱାଳ,ଗନ୍ଧର୍ବ ପ୍ରଧାନ,ଧୋବା ବାରକ୍ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମୁଦ୍ଧନି ପୁର ମଙ୍ଗଳା ପିଠ ପରିସରରେ ଶ୍ରୀ ଚୌତନ୍ୟ ସଙ୍କିର୍ତନ ମଣ୍ଡଳୀ ପକ୍ଷରୁ ସଙ୍କିର୍ତନ ପରିବେଷଣ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସଙ୍କିର୍ତନ ମଣ୍ଡଳିର ସଦଶ୍ୟ ପ୍ରଭାକର ସ୍ୱାଇଁ,ଦୁଶାସନ ପରିଡା,ଶ୍ୟାମସୁନ୍ଦର ପରିଡା,କୃର୍ଷ୍ଣଚନ୍ଦ୍ର ପରିଡା,ସନ୍ତୋଷ କୁମାର ସ୍ୱାଇଁ,ସୁଦର୍ଶନ ବିଶ୍ୱାଳ,ନିରଞ୍ଜନ ନାୟକ,ସନ୍ତୋଷ ଦଳାଇ,ବୌକୁଣ୍ଠ ପରିଡା,ବିଭୂତିଭୂଷଣ ପରିଡା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.