ଚିହ୍ନଟ ହେଲେ ମାର୍କେଟବିଲ୍ଡିଙ୍ଗ୍ ରେ ଆତଙ୍କ ରଚିଥିବା ମୁଖାପିନ୍ଧା ଦୁର୍ବୁତ୍ତ

0 251

ଭୁୁବନେଶ୍ବର:୧୦/୧(ଏସଏସଏନ) ଚାରିଘଣ୍ଟା ନ ପୁରୁଣୁ  ଚିହ୍ନଟ ହେଲେ ମାର୍କେଟ ବିଲ୍ଡିଂରେ ଆତଙ୍କ ରଚିଥିବା ମୁଖାପିନ୍ଧା ଦୁର୍ବୃତ୍ତ । ତେବେ ଦଳବଳ ହୋଇ ଆକ୍ରମଣ କରିଥିବା ସମସ୍ତ ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨ ଜଣଙ୍କୁ ଗିରଫ କରାଯାଇଛି । ଖୁବଶୀଘ୍ର ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ତେବେ ଦୋକାନୀ-ଗ୍ରାହକଙ୍କ ମଧ୍ୟରେ ବଚସାରୁ ଏଭଳି ତୁମୁଳକାଣ୍ଡ ହୋଇଛି । ଗ୍ରାହକଙ୍କୁ ଦୋକାନୀଙ୍କ ଦୁର୍ବ୍ୟବହାର ପରେ ଗ୍ରାହର ଆକ୍ରମଣ ପାଇଁ ଏକ ଗୋଷ୍ଠୀ ନେଇ ମାର୍କେଟ ବିଲ୍ଡିଂ ଭିତରେ ପଶିଥିଲେ ଆଉ ଆଖିବୁଜା ଆକ୍ରମଣ କରିଥିଲେ । ତେବେ ଘଟଣାରେ ୨ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଯୋଗ୍ୟ ଯେ ,  ଶୁକ୍ରବାର ସନ୍ଧ୍ୟା ୬.୩୦ ସମୟରେ ହଠାତ ୨୦ରୁ ୩୦ ମୁଖାପିନ୍ଧା ଦୁର୍ବୃତ୍ତ ରାଜଧାନୀ ଭୁବନେଶ୍ୱରର ମୁଖ୍ୟ ବ୍ୟବସାୟ ସ୍ଥଳୀ ମାର୍କେଟ ବିଲ୍ଡିଂରେ ପଶି ଆତଙ୍କରାଜ ଚଳାଇଥିଲେ। କେହି କିଛି ବୁଝିବା ଆଗରୁ ଦୁର୍ବୃତ୍ତ ନଷ୍ଟ କରିଦେଇଥିଲେ ୧୦୦ରୁ ଉର୍ଦ୍ଧ ଦୋକାନ। ଯିଏ ଆଗରେ ପଡିଲା ତାକୁ ଗୋଡେଇ ଗୋଡେଇ ପିଟିଥିଲେ ମୁଖାପିନ୍ଧା ଦୁର୍ବୃତ୍ତ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଥିଲା ।

Leave A Reply

Your email address will not be published.