ରାଜଧାନୀରେ ମୁଖାବିନ୍ଧା ଦୂର୍ବୁତ୍ତଙ୍କ ଆତଙ୍କରାଜ

0 219

ଭୁବନେଶ୍ବର:୧୦/୧(ଏସଏସଏନ) ରାଜଧାନୀ ଭୁବନେଶ୍ୱରର ମୁଖ୍ୟ ବ୍ୟବସାୟ ସ୍ଥଳୀ ମାର୍କେଟ ବିଲ୍ଡିଂରେ ମୁଖା ପିନ୍ଧା ଦୁର୍ବୁତ୍ତଙ୍କ  ଆତଙ୍କରାଜ ଚଳାଇ ଥିବା ଦେଖିବାକୁ ମିଳିଛି । ଏମାନଙ୍କର ଶିକାର ହୋଇଛନ୍ତି ପରିବାର ପ୍ରତିପୋଷଣ ପାଇଁ ଛୋଟ ଦୋକାନ କରିଥିବା ଉଠାଦୋକାନୀମାନେ ।   ମାର୍କେଟ ବିଲ୍ଡିଂରେ ବ୍ୟବସାୟ ପାଇଁ ପସରା ମେଲାଇଥିବା ଉଠା ଦୋକାନୀମାନଙ୍କୁ ୨୦ରୁ ୩୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଗୋଡାଇ ଗୋଡ଼ାଇ ପିଟିଛନ୍ତି। ତାହା ସହିତ ମୁଖାପିନ୍ଧା ଦୁର୍ବୃତ୍ତମାନେ ସେମାନଙ୍କ ଜିନିଷ ପତ୍ରମଧ୍ୟ ନଷ୍ଟ କରିଥିବା ଦେଖାଯାଇଛି। ଭୟ ଓ ଜୀବନ ବିକଳରେ ଦୋକାନୀମାନେ ଏଣେ ତେଣେ ଦୌଡି ପଳାଇ ଯାଉଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ମାର୍କେଟ ବିଲ୍ଡିଂରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅନ୍ୟପଟେ ଏହି ମୁଖାପିନ୍ଧା ଦୁର୍ବୁତ୍ତମାମେ କିଏ ଓ କାହିଁକି ଏଭଳି କାଣ୍ଡ ଭିଆଇଛନ୍ତି ସେନେଇ ପୋଲିସ ଛାନ୍ ଭିନ୍ ଜାରିରଖିଥିବା ଜଣାପଡିଛି ।ଘଟଣାରୁ ପ୍ରକାଶ ଯେ ,  ଶୁକ୍ରବାର ସମୟ ସନ୍ଧ୍ୟା ୬.୩୦ ।  ହଠାତ ୨୦ରୁ ୩୦ ମୁଖାପିନ୍ଧା ଦୁର୍ବୃତ୍ତ ରାଜଧାନୀ ଭୁବନେଶ୍ୱରର ମୁଖ୍ୟ ବ୍ୟବସାୟ ସ୍ଥଳୀ ମାର୍କେଟ ବିଲ୍ଡିଂରେ ପଶି ଆତଙ୍କରାଜ ଚଳାଇଥିଲେ। କେହି କିଛି ବୁଝିବା ଆଗରୁ ଦୁର୍ବୃତ୍ତ ନଷ୍ଟ କରିଦେଇଥିଲେ ୧୦୦ରୁ ଉର୍ଦ୍ଧ ଦୋକାନ। ଯିଏ ଆଗରେ ପଡିଲା ତାକୁ ଗୋଡେଇ ଗୋଡେଇ ପିଟିଥିଲେ ମୁଖାପିନ୍ଧା ଦୁର୍ବୃତ୍ତ।ତେବେ କିଏ ଓ କାହିଁକି ଏମିତି ଆକ୍ରମଣ କରିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବା ବେଳେ ଗତକାଲି କିଛି ଉଠା ଦୋକାନୀଙ୍କ ସହ କିଛି ବ୍ୟକ୍ତିଙ୍କ ହୋଇଥିବା ଝଗଡ଼ାକୁ କେନ୍ଦ୍ର କରି ଏହି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସମସ୍ତ ଆହତ ମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିବା ସୁଚନା ମିଳିଛି ।

Leave A Reply

Your email address will not be published.