ରବିବାର ହରିନାମରେ କମ୍ପିବ ଇଞଣା ଗ୍ରାମ

0 567

ବାରଙ୍ଗ,୧୦/୧(ଏସ୍ଏସ୍ ନିଊଜ)କେବଳ ପାର୍ବଣ ରୁତୁରେ ଚଳଚଂଚଳ ନଥାଏ ।ବାରମାସରେ ତେରପର୍ବ ଭଳି ପ୍ରତିମାସରେ କିଛିନା କିଛି କାର୍ଯ୍ୟକ୍ରମକୁ ନେଇ ଉପସ୍ଥାପିତ କରିଥାନ୍ତି ଗ୍ରାମବାସୀ ।ବିଭିର୍ଣ ଯାନିଯାତ୍ରା ଓ ପୁଜାପାର୍ବଣ କୁ ଆଦେରିନେଇ ଗ୍ରାମରେଥିବା ଏକତା ଓ ଭାଇଚାରାର ବାର୍ତା ପ୍ରଦାନ କରିଥାନ୍ତିି । ଯାହା ଅନ୍ୟମାନଙ୍କ ପାଖରେ ଉଦାହରଣ ସୃଷ୍ଟି କରିପାରିଥାଏ ।ମୁରବୀଙ୍କଠାରୁ ଆରମ୍ଭ କରି ଯୁବକମାନେ ସମସ୍ତେ କିଛି ସମୟପାଇଁ ଏକକାର ହୋଇଯାଇଥାନ୍ତି ।ଏହିଭଳି ଏକ ଗ୍ରାମ ହେଉଛି ରାଜଧାନୀ ଉପକଣ୍ଠ ଇଞଣା ଗ୍ରାମ ।
ରବିବାରଦିନ ଆରମ୍ଭ ହେବାକୁ ଯାଉଛି ଗ୍ରାମର ଅନ୍ୟ ଏକ କାର୍ଯ୍ୟକ୍ରମ ଅଷ୍ଟମବାର୍ଷକ ସଂଙ୍କିର୍ତନ ପ୍ରତିଯୋଗୀତା-୨୦୨୦ । ମା ଦୁଲାଦେଇ ସଙ୍କିର୍ତନ ମଣ୍ଡଳୀ ଆନୁକୁଲ୍ୟରେ ଇଞଣା ଗ୍ରାମମଧ୍ୟରେ ଥିବା ଗ୍ରାମର ଅଧିଷ୍ଠାତ୍ରୀଦେବୀ ଶ୍ରୀଶ୍ରୀ ଦୁଲାଦେଇ ଠାକୁରାଣୀଙ୍କ ବିଜେସ୍ଥଳୀରେ ରବିବାରଦିନ ଦିନିକିଆ କାର୍ଯ୍ୟକ୍ରମ ହେବାକୁ ଯାଉଛି ।ହରେକୃଷ୍ନ ହରେ ରାମ ରେ କମ୍ପିବ ଗ୍ରାମ ।ଆଧ୍ୟାତ୍ମିକ ବାତାବରଣ ସୃଷ୍ଟିକରିବା ସହ କଳିଯୁଗରେ ଭଗବାନକୁ ପାଇବାର ଶ୍ରେଷ୍ଠ ମାଧ୍ୟମ ହରିନାମ ଜପ କରିବାର ମହାତ୍ମ୍ୟକୁ ପ୍ରଚାରପ୍ରସାର କରିବା ସହ ପ୍ରାଚିନ ଓଡିଶୀ ସଙ୍କର୍ତନକୁ ଉଦ୍ ଜୀବିତ କରି ରଖିବା ନିମନ୍ତେ ଏହିଭଳି ଅଭିନବ ପ୍ରୟାସ ଗ୍ରାମବାସୀ କରିଛନ୍ତି ।ରବିବାରଦିନ ୧ଟାରୁ ଆରମ୍ଭ ହୋଇ ରାତି ୧୦ଟାରେ ଏହି ପ୍ରତିଯୋଗୀତା ସରିବ ।ଏଥିରେ ପାଂଚପଚାୟତ ସମେତ ଆଠଗଡ ,ଝିଂଟି.ବାଲିପାଟଣା, ଅନ୍ଧାରୁଆ.ନଖରା ଜଗନ୍ନାଥପୁର,ଚାରିଘରିଆ, ଦଣ୍ଡିଲ, କଂଟଉଣିଆ ମରଚିଆ ଜରିପାଟଣା,ନିମାପଡାକୁ ମିଶାଇ ୧୫ଟି ଦଳ ଅଂଶଗ୍ରହଣ କରିବେ ।ବିଚାରକମାନେ ଉପସ୍ଥିତ ରହି ବିଜେତା କୁ ବାଛିବା ସହ ବିଜେତା ଦଳ ସହ ଭଲ କଳାକାରଙ୍କୁ ଇଞଣା ମା ଦୁଲାଦେଇ ସଙ୍କିର୍ତନ ମଣ୍ଡଳୀ ତରଫରୁ ପୁରସ୍କାର ସହ ମାନପତ୍ର ଓ କମ୍ବଳ ନିମନ୍ତ୍ରିତ ହୋଇଆସିଥିବା ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯିବ ବୋଲି ଇଞଣା ମା ଦୁଲାଦେଇ ସଙ୍କିର୍ତନ ମଣ୍ଡଳୀ ପକ୍ଷରୁ କୁହାଯାଇଛି ।

,

Leave A Reply

Your email address will not be published.