କମ୍ପିଲା ଇଞଣା

0 560

ବାରଙ୍ଗ,୧୨/୧(ଏସଏସନିଉଜ)ହରିନାମରେ କମ୍ପିଲା ରାଜଧାନୀ ଉପକଣ୍ଠ ଇଞଣା ଗ୍ରାମ ।ଦିନରୁ ଆରମ୍ଭ ହୋଇ ରାତି୯ଟାରେ ସରିଲା ।ଗ୍ରାମର ଯୁବକମାନଙ୍କଠାରୁ ଆରମ୍ଭ କରି ବୟସ୍କଲୋକମାନଙ୍କ ସମାଗମ ଏହି ସଙ୍କିର୍ତନ ପ୍ରତିଯୋଗୀତାର ଗୁରୁତ୍ୱ ବଢାଇଥିଲା ।ଗାୟକ ଭାବେ ଛୋଟଝିଅଟିଏ ନିଖୁଣ ଭାବେ ଭଗବାନଙ୍କ ନାମ ନେବା ସହ ବିଭିର୍ଣକଥାବସ୍ତୁ ଉପରେ ପ୍ରାଞଳଭାବେ ବୁଝାଇବାର ଶୈଳୀ ଦେଖଣାହାରୀଙ୍କୁ ବିମୋହିତ କରିଥିଲା ।ରବିବାରଥିଲା ମାଦୁଲାଦେଇ ଠାକୁରାଣୀଙ୍କ ବିଜେସ୍ଥଳୀରେ ସଙ୍କିର୍ତନ ପ୍ରତିଯୋଗୀତା-୨୦୨୦ ।ଏହି ପ୍ରତିଯୋଗୀତାରେ ଆଖପାଖ ଅଂଚଳରୁ ୧୫ଟି ଦଳ ଅଂଶଗ୍ରହଣ କରି ପ୍ରତିଯୋଗୀତାରେ ଭାଗନେଇଥିଲେ ।ଏହି ପ୍ରତିଯୋଗୀତାର ଅନ୍ୟ ଏକ ଆକର୍ଷଣ ଥିଲା ପୁଜ୍ୟପୁଜାର ସମ୍ମାନ ।

ଏଥିରେ ଆଖପାଖ ଗ୍ରାମର ନିମନ୍ତ୍ରଣ ରକ୍ଷାକରି ଆସିଥିବା ମୁରବୀମାନଙ୍କୁ ଉପଢୈ।କନ ଦିଆଯାଇ ସମ୍ମାନୀତ କରାଯିବାର ପରମ୍ପରାକୁ ଗ୍ରାମବାସୀମାନେ ଭୁଲିନଥିଲେ ।ଭୁବନେଶ୍ୱରଉତରବିଧାୟକ ସୁଶାନ୍ତରାଉତ,ଯୁବଆଇନଯିବୀ ସମରେନ୍ଦ୍ରସାହୁ ଅତିଥିଭାବେ ଯୋଗଦାନକରି ସଙ୍କିର୍ତନଦଳକୁ ଉସ୍ାହିତ କରିଥିଲେ ।ଅର୍ଜ୍ଜୁନିପରିଡା ନରେନ୍ଦବେହେରା, ଉଦ୍ଧବଚରଣସାମଲ, ବାବନପ୍ରଧାନ, ଜଗବନ୍ଧୁ ପରିଡା, ବିକ୍ରମପ୍ରଧାନ.ପ୍ରଦୀପକୁମାରଦାସ ପ୍ରମୁଖ ଅନ୍ୟତମ ଅତିଥିଭାବେ ଯୋଗଦାନ କରିଥିଲେ ।କୃତି ଦଳକୁ କମ୍ବଳ ସହ ଟ୍ରଫି ପ୍ରଦାନ କରାଯାଇଥିଲା ।ଶେଷରେ ଆରମ୍ଭ ହୋଇଥିଲା ପ୍ରସାଦସେବନ । ଛୋଟପଲାଙ୍କଠାରୁ ଆରମ୍ଭ କରି ବଡମାନଙ୍କ ପର୍ଯ୍ୟନ୍ତ ସମସ୍ତେ ମନ୍ଦିରବେଢାରେ ତଳେ ବସି ଏକାଠି ଖାଇବାର ମଜ୍ଜା ନେଇଥିଲେ ।

Leave A Reply

Your email address will not be published.