ବଦଳିଲା ଆଫଗାନର ଚିତ୍ର

ଖବର ଆଜିର,ତାରିଖ ୧୭-୦୮-୨୦୨୧/ମଙ୍ଗଳବାର

0 423

୧-ବୋଲରଙ୍କ ଘାତକ ବୋଲିଂ, ଲର୍ଡ୍ସରେ ଭାରତର ରୋମାଞ୍ଚକର ବିଜୟ, ଇଂଲଣ୍ଡକୁ ୧୫୧ ରନରେ ହରାଇଲା ।
୨-ପୋଲିସ ବିଭାଗର ଜରୁରୀ ସୂଚନା । ଏଣିକି ୧୦୦ ପରିବର୍ତ୍ତେ ଡାଏଲ କରନ୍ତୁ ୧୧୨, ସଙ୍ଗେ ସଙ୍ଗେ ମିଳିବ ଜରୁରୀକାଳୀନ ସହାୟତା ।
୩-ପେଗାସସ୍ ମାମଲାରେ ସୁପ୍ରିମକୋର୍ଟରେ ପକ୍ଷ ରଖିଲେ କେନ୍ଦ୍ର ସରକାର । ଗୁଇନ୍ଦାଗିରି ଅଭିଯୋଗକୁ ଖଣ୍ଡନ କଲେ ମୋଦି ସରକାର ।
୪–ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧ରୁ ଆରମ୍ଭ ହେବ ଏବଂ ଏହା ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ଚାଲିବ। ମୋଟ ୮ ଟି କାର୍ଯ୍ୟଦିବସ ରହଛି । ଏ ନେଇ ବିଧିବଦ୍ଧ ଭାବେ ବିଧାନସଭା କାର୍ୟ୍ୟାଳୟ ପକ୍ଷରୁ ବଜ୍ଞପ୍ତି ପ୍ରକାଶ ପାଇଛି।
୫–ପେଟ୍ରୋଲ ଓ ଡିଜେଲ ଦର ନ କମିବାର କାରଣ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପୂର୍ବରୁ ୟୁପିଏ ସରକାର ତେଲଦର କମାଇବାକୁ ଅଏଲ ବଣ୍ଡ କରିଥିଲେ। ୧ ଲକ୍ଷ ୪୪ହଜାର କୋଟିର ଅଏଲ ବଣ୍ଡ କରିଥିଲେ ଉପା ସରକାର।
୬–ଏଥିପାଇଁ ଗତ ୫ ବର୍ଷରେ ସରକାର ୭୦ହଜାର କୋଟି ସୁଧ ଦେଲେଣି। ସୁଧ ଛଡ଼ା ଆହୁରି ୧ ଲକ୍ଷ ୩୦ହଜାର କୋଟି ମୂଳ ଦେୟ ପଡ଼ି ରହିଛି। ଯଦି ଅଏଲ ବଣ୍ଡ ବୋଝ ନ ଥାନ୍ତା, ତାହେଲେ ଆମେ ଟିକସ କମାଇ ପାରିଥାନ୍ତୁ।
୭–ଭୁବନେଶ୍ବରରରେ ନକଲି ସିମେଣ୍ଟ କାରବାର ଉପରେ ଚଢ଼ାଉ, ଜଣେ ଅଟକ। ତମାଣ୍ଡୋ ଭଗବାନ ପୁର ଅଞ୍ଚଳରେ ଠାବ ହେଲା ନକଲି ସିମେଣ୍ଟ ଗୋଦାମ।
୮–ଖରିଫଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଅବଧି ୭ଦିନ ବୃଦ୍ଧି। ଅଗଷ୍ଟ ୨୩ ପର୍ଯ୍ୟନ୍ତ ଅବଧି ବୃଦ୍ଧି ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ସୂଚନା। ଏ ଯାଏଁ ୧୦ଲକ୍ଷ ୧୪ହଜାର ୭୩୫ଜଣ ଚାଷୀ ପଞ୍ଜୀକରଣ କଲେଣି।
୯-ଆଫଗାନିସ୍ତାନରେ ସ୍ଥିତି ଅସମ୍ଭାଳ: କାବୁଲ ବିମାନବନ୍ଦରରେ ଗୁଳିମାଡରେ ୫ ମୃତ, ଅନ୍ୟପଟେ ରାଷ୍ଟ୍ରପତି ଅସ୍ରଫଙ୍କ ବାଟ ଓଗାଳିଲା ତାଜିକିସ୍ତାନ ।
୧୦-ବଦଳିଲା ଆଫଗାନର ଚିତ୍ର : ପ୍ରବେଶ ଓ ପ୍ରସ୍ଥାନ ପଥରେ ଯେଉଁଠି ଦିନେ ଆଫଗାନ ସେନା ଛିଡା ହେଉଥିଲେ ସେଠାରେ ଛିଡା ହୋଇଛନ୍ତି ତାଲିବାନୀ ।
୧୧-ଆଇନ ନୁହେଁ ବନ୍ଧୁକରେ ଚାଲିବ ଆଫଗାନିସ୍ତାନ, ସଂସଦ ଭବନରେ ହତିଆର ଧରି ବାଚସ୍ପତି ଆସନରେ ବସିଲେ ତାଲିବାନୀ ।
୧୨-କାବୁଲରେ ଫସିରହିଛନ୍ତି ୨୦୦ ଶିଖଙ୍କ ସମେତ ବହୁ ଭାରତୀୟ, ତୁରନ୍ତ ସ୍ଥାନାନ୍ତର ପାଇଁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ
୧୩-ଆମେରିକାର ହ୍ୱାଇଟ ହାଉସ ଆଗରେ ବିକ୍ଷୋଭ । ବିକ୍ଷୋଭକାରୀ କହିଲେ ଧୋକା ଦେଇଛି ଆମେରିକା ସରକାର ।
୧୪-ମାଲେସିଆରେ ରାଜନୈତିକ ସଙ୍କଟ: ମିଳିଲାନି ସଂଖ୍ୟା ଗରିଷ୍ଠତା, ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମୁହାଇଦ୍ଦିନ ୟାସିନ୍
୧୫-ଅଲିମ୍ପିକ୍ସ ପଦକ ପରେ ଓଡ଼ିଶା ଆସୁଛନ୍ତି ହକି ଖେଳାଳି : ପୁରୁଷ ଓ ମହିଳା ହକି ଟିମ ପାଇଁ ଭୁବନେଶ୍ୱର ସାଣ୍ଡି ଟ୍ୱାୱାର ହୋଟେଲରେ ସ୍ୱତନ୍ତ୍ର ପ୍ରସ୍ତୁତି ।
୧୬–୧୫ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ଗାଡ଼ି ରାସ୍ତାରୁ ହଟିବ। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୋମବାର ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି।
୧୭-ଘୋଷଣା ହେଲା ଜାତୀୟ ହସ୍ତଶିଳ୍ପ ପୁରସ୍କାର, ଓଡ଼ିଶାରୁ ପାଇବେ ୯ ଜଣ ।
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.