୧୦ଲୁଟ କାର ଜବତକଲା ନୂଆପଲ୍ଲୀ ଥାନା ପୁଲିସ

0 365

ଭୁବନେଶ୍ବର, ୧୮/୮(ଏସଏସନିୟୁଜ) ନିଜକୁ ଜଣେ ରେଲୱେ ଅଧିକାରୀ ବୋଲି ପରିଚୟଦେଇ କାର ଲୁଟ କରୁଥିବା ଜଣେ ଧୂର୍ତ୍ତ କାରଲୁଟେରା ମାନସ ରଂଜନ ବିଶ୍ବାଳ(୨୬)ଙ୍କୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିବାସହ ତାଠାରୁ ୧୦ଟି କାର୍ ଓ ଗୋଟିଏ ସ୍କୁଟି ଜବତ କରିଛି ।ରେଳବାଇରେ ଭଡ଼ା ଲଗାଇ ଦେବ କହି ମାନସ କାର୍ ମାଲିକମାନଙ୍କଠାରୁ ସେମାନଙ୍କ କାରକୁ ଲୁଟୁଥିଲା । ସ୍ପିଡ୍‌-ଟଏଜ୍ ସଂସ୍ଥାମାଧ୍ୟମରେ ନିଜକୁ ରେଲୱେ ଅଧିକାରୀ ବୋଲି ଲେଖି କାର୍ ଭଡ଼ା ଦେବାକୁ ଇଛା କରୁଥିବା ଲୋକଙ୍କୁ ଫୋନ୍ କରିବାକୁ ସୂଚନା ଦେଇଥିଲା। ଖଣ୍ଡଗିରିର ପୂର୍ଣ୍ଣଚନ୍ଦ୍ର ସାହୁ ନାମକ ବ୍ୟକ୍ତି ତାଙ୍କ କାର୍‌କୁ ଭଡ଼ାରେ ଲଗାଇବା ପାଇଁ ମାନସ ସହ ଯୋଗାଯୋଗ କରିଥିଲେ। ମାସିକ ୨୭ ହଜାର ଟଙ୍କା ଭଡ଼ା ବାବଦରେ ମିଳିବାର ବୋଲି ଚୁକ୍ତି ହୋଇଥିଲା। ପୂର୍ଣ୍ଣଚନ୍ଦ୍ର ପ୍ରଥମ ମାସର ଭଡା ଟଙ୍କା ୨୭ ହଜାର ପାଇସାରିବାପରେ ତାଙ୍କର ଆଉ ଦୁଇଟି କାର୍‌କୁ ସମାନ ଚୁକ୍ତି କରି ମାନସକୁ ଦେଇଥିଲେ।ଏହାପରେ ମାନସ ପୂର୍ଣ୍ଣଚନ୍ଦ୍ରଙ୍କୁ ଆଉ ଧରାନଦେବାରୁ ପୂର୍ଣ୍ଣଚନ୍ଦ୍ର ନୂଆପଲ୍ଲୀ ଥାନାରେ ଏବିଷୟରେ ଅଭିଯୋଗ କରିଥିଲେ । ପୂର୍ଣ୍ଣଚନ୍ଦ୍ରଙ୍କ ପରେ ପରେ ଅନ୍ୟ ଚାରି ଜଣ ମଧ୍ୟ ମାନସ ନାଁରେ ସମାନ ଅଭିଯୋଗ ଆଣିଥିଲେ।ଏହାପରେ ଘଟଣାକୁ ପୋଲିସ ଗୁରୁତର ସହ ନେବାସହ ଧୁର୍ତ ମାନସକୁ ଧରିବାପାଇଁ ଉଦ୍ୟମ ଆରମ୍ଭ କରିବାସହ ପିଛା କରି ବାଲେଶ୍ବରରୁ ମାନସକୁ ଗିରଫ କରିଥିଲା ।ଯେହେତୁ କାରଗୁଡିକର ମାଲିକାନା ଅନ୍ୟନାମରେ ରହିଥିଲା ତେଣୁ କାରଗୁଡିକୁ ନବିକିପାରି କେବଳ ବନ୍ଧା ପକାଇଥିବାର ପୋଲିସ ତଦନ୍ତ ବେଲେ ଜାଣିବାକୁ ପାଇବା ସହ ୧୦ଟି କାରକୁ ବିଭିର୍ଣସ୍ଥାନରୁ ଜବତ କରିଥିଲେ ।

Leave A Reply

Your email address will not be published.