ମୃତ ପୁତ୍ରର ଆଖିଦାନ କଲେ ପିତାମାତା

0 429

ବାରଙ୍ଗ,୧୮/୮(ଏସଏସନିୟୁଜ)ମୃତ୍ୟୁପରେ ବି ଲୋକଙ୍କ କାମ ରେ ଲାଗିଲେ ।ଇଛା ଥିଲା ପାଠପଢି ବଡମଣିଷ ହୋଇ ପରିବାର ସହ ଗାଁର ନାଁ ଟେକ ରଖିଥାନ୍ତେ ।କିନ୍ତୁ ଭଗବାନଙ୍କର ବୋଧେ ଚାହିଁଲେନାହିଁ ।ଯେଉଁଥିପାଇଁ ଚାଲିଗଲା ଜୀବନ ।ଜୀବନସିନା ଚାଲିଗଲା ହେଲେ ପରିବାର ଲୋକ ମୃତକଙ୍କ ଚକ୍ଷୁଦାନ କରି ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିପାରିଥିଲେ ।ଏହିଭଳି ଘଟଣା ରାଜଧାନୀ ଉପକଣ୍ଠ ମେଣ୍ଢାଶାଳଗ୍ରାମରେ ବୁଧବାରଦିନ ଘଟିଛି ।ମେଣ୍ଢାଶାଳଗ୍ରାମର ପ୍ରଶାନ୍ତକୁମାରବେହେରା ଓ ମାତା ସୁବାଶିନିବେହେରାଙ୍କର ବଡପୁଅ ହିମାଂଶୁ । ବୟସ୧୪, ମେଣ୍ଢାଶାଳ ସରକାରି ଉଚ୍ଚ ବିଦ୍ୟାଳୟରେ ୯ମ ଶ୍ରେଣୀର ଛାତ୍ରଥିଲେ ।ପିଲାଦିନୁ ଫିଡ୍‌ସ ରୋଗରେ ପିଡିତ ଥିଲେ ।କିନ୍ତୁ ଭଲ ପାଠପଢୁଥିବାରୁ ସମସ୍ତଙ୍କ ପାଇଁ ସ୍ନେହଭଜନ ଥିଲେ ।ମଙ୍ଗଳବାରଦିନ ପାଇଖାନାକୁ ଯାଇଥିବାବେଳେ ମୁଣ୍ଡବୁଲାଇବାରୁ ପଡିଯାଇଥିଲା ।ପରିବାରଲୋକ ତାଙ୍କୁ ଚିକିସ୍‌ାପାଇଁ ପ୍ରଥମେ ମେଣ୍ଢାଶାଳପ୍ରାଥମିକସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଏମ୍ସ ଡାକ୍ତରଖାନାକୁ ନେଇଯାଇଥିଲେ ।ଡାକ୍ତରଖାନାରେ ଚିକିସ୍‌ିତ ଅବସ୍ଥାରେ ହିମାଂଶୁଙ୍କର ମୃତ୍ୟୁ ଘଟିଥିଲା । ମୃତ ଯୁବକର ଆଖିଦୁଇଟିକୁ ଦାନ କରିବାପାଇଁ ପରିବାର ଲୋକେ ନିଷ୍ପତି ନେଇଥିଲେ ।ପଟିଆସ୍ଥିତ ଦୃଷ୍ଟିଧନଆଇବ୍ୟାଙ୍କ ସହ ଯୋଗାଯୋଗ କରିବାପରେ ଆଜି ପ୍ରତ୍ୟୁଷରୁ ଆଖିଦାନ କରାଯାଇଥିଲା ।ଯାହାକୁ ନେଇ ଚନ୍ଦକା ଅଂଚଳରେ ଚର୍ଚ୍ଚା ଯୋର ଧରିବା ସହ ପରିବାରର ଏହିଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି ।ତାଙ୍କର ମୃତ୍ୟୁପରେ ପରିବାର ସହ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।ସନ୍ଧ୍ୟାରେ ଗ୍ରାମଶଶ୍ମାନରେ ତାଙ୍କର ଶବଦାହ କରାଯାଇଥିଲା ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.