ଭର୍ତ୍ତୃହରି ମହତାବଙ୍କ ପରିବାର ନାଁରେ ବଡ ଅଭିଯୋଗ

0 210

କଟକ,୧୯/୮(ଏସଏସନିୟୁଜ) ସାଂସଦ ଭର୍ତ୍ତୃହରି ମହତାବଙ୍କ ପରିବାର ନାଁରେ ଯୌତୁକ ନିର୍ଯାତନାର ଅଭିଯୋଗ ଆଣିଲେ ବୋହୁ ସାକ୍ଷୀ ମହାତାବ । ସାଂସଦ ଥିବା ଭର୍ତ୍ତୃହରି ମହତାବ, ଶାଶୁ ମହାଶ୍ୱେତା ମହତାବ ଓ ସ୍ୱାମୀଙ୍କ ଲୋକରଞ୍ଜନ ମହତାବଙ୍କ ନାଁ ରେ ଅଭିଯୋଗ ହୋଇଛିା ଗତ ୧୭ ତାରିଖ ଅପରାହ୍ନରେ ଭୋପାଳର ମହିଳା ଥାନାରେ ଅଭିଯୋଗ କରିଛନ୍ତି ସାକ୍ଷୀ । ୪ ବର୍ଷ ଧରି ବୋହୂ ଭୋପାଳରେ ରହୁଥିବାବେଳେ ୨ବର୍ଷ ହେଲା ପୁଅ-ବୋହୂଙ୍କ ମାମଲା କୋର୍ଟରେ ଶୁଣାଣି ଚାଲିଛି । ଯୌତୁକନିର୍ଯାତନା କଥା ସମ୍ପୂର୍ଣ୍ଣ ମିଛ ବୋଲି ଜାତୀୟ ଗଣମାଧ୍ୟମକୁ ଭର୍ତ୍ତୃହରି ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.