ଆମେରିକା ରାଷ୍ଟ୍ରପତି ନେବେ ଥାର୍ଡ ଡୋଜ

ସକାଳର ଖବର, ୨୦-ଅଗଷ୍ଟ-୨୦୨୧,ଶୁକ୍ରବାର

0 249

➡️୧-ପୁରୀବାସୀଙ୍କୁ ରେଳମନ୍ତ୍ରୀଙ୍କ ଭେଟି । କହିଲେ ପୁରୀକୁ ଗଡିବ ବନ୍ଦେ ଭାରତ ଟ୍ରେନ୍, ତ୍ୱରାନିତ୍ୱ ହେବ ପୁରୀ-କୋଣାର୍କ ରେଳପଥ କାର୍ଯ୍ୟ ।
➡️୨-ସେନା ଡାକ୍ତରଖାନାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ସଫଳ ହେଲା ମୋତିଆବିନ୍ଦୁ ଅସ୍ତ୍ରୋପଚାର । ଅସ୍ତ୍ରୋପଚାର ପରେ ଏବେ ସେ ସୁସ୍ଥ ଥିବା ରାଷ୍ଟ୍ରପତି ଭବନ ପକ୍ଷରୁ ମିଳିଲା ସୂଚନା ।
➡️୩-ଓଡ଼ିଶାର ଦୁଇ ଶିକ୍ଷକ ପାଇବେ ଜାତୀୟ ପୁରସ୍କାର । ସେମାନେ ହେଲେ
ଭଦ୍ରକ ଜିଲ୍ଲା ସରକାରୀ ସ୍କୁଲର ଅଶୋକ କୁମାର ଶତପଥୀ ଓ ଗଞ୍ଜାମ ଜିଲ୍ଲା ଛତ୍ରପୁରର କନମନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଜିତ କୁମାର ସେଠୀ
➡️୪-ପୂରଣ ହେବ ୧୧,୦୦୬ ନର୍ସିଂ ଅଫିସର ପଦବୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ନିର୍ଦେଶ ।
➡️୫-ଆଜି ମାଲକାନଗିରିରେ ସ୍ମାର୍ଟ ହେଲଥ କାର୍ଡ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।
➡️୬-ସେପ୍ଟେମ୍ବର ପହିଲାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ପ୍ରବେଶ ପାଇଁ ଆର୍‌ଟି-ପିସିଆର୍‌ ଟେଷ୍ଟ ହେଲା ବାଧ୍ୟତାମୂଳକ ।
➡️୭-ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ହେଲା ଲଗ୍ନ ଧାର୍ଯ୍ୟ । ଆସନ୍ତା ସେପଟେମ୍ବର 11 ତାରିଖ ଶନିବାର ଦିନ ନୂଆଖାଇ ଏଠି ପାଳନ କରାଯିବ

➡️୮-ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଥରକେ ୧୦୦ ଜଣଙ୍କୁ ମିଳିବ ଅନୁମତି । ଏ ନେଇ ବିଏମସି ଅତିରିକ୍ତ କମିଶନର ଦେଲେ ସୂଚନା ।
➡️୯-ଏବେ କୌଣସି ଓମଫେଡ୍ କର୍ମଚାରୀ କରିପାରିବେନି ଆନ୍ଦୋଳନ । ଓମଫେଡ୍ ହେଲା ଅତ୍ୟାବଶ୍ୟକ ସେବା ଆଇନ ପରିସରଭୁକ୍ତ ।
➡️୧୦-ଆର୍‌ବିଆଇର ନୂଆ ନିୟମ, ଏଣିକି ବ୍ୟାଙ୍କ୍ ଲକରେ ରଖାଯାଇଥିବା ସାମଗ୍ରୀ ଗାଏବ ହେଲେ କିମ୍ବା କୌଣସି ପ୍ରକାର କ୍ଷତି ହେଲେ ଏଥିପାଇଁ କ୍ଷତିପୂରଣ ଦେବେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ।
➡️୧୧-ଅନ୍ତର୍ଜାତୀୟ ମୂଦ୍ରା କୋଷ(IMF) ର ବଡ଼ ଘୋଷଣା : ଏଣିକି ତାଲିବାନଙ୍କୁ ମିଳିବନି କୌଣସି ପ୍ରକାର ଅନ୍ତର୍ଜାତୀୟ ଋଣ ଅଥବା ସଂସାଧନର ସହାୟତା ।
➡️୧୨-ଭାର୍ଗବୀ ନଦୀଗର୍ଭରୁ ଠାବ ହେଲା ପୁରାତନ ମନ୍ଦିରର ଅବଶେଷ, ଆନୁମାନିକ ଗଠନ ସମୟ ୧୩ଶ/୧୪ଶ ଶତାବ୍ଦୀ କିମ୍ବା ଆହୁରି ପୁରାତନ ହୋଇପାରେ ।
➡️୧୩-ସରକାର ଦେଲେ କୁନି ପିଲାଙ୍କ କରୋନା ହିସାବ, ରାଜ୍ୟରେ ଏଯାଏଁ ମୋଟ ୮୩,୪୧୭ ପିଲା ହେଲେଣି ସଂକ୍ରମିତ ।
➡️୧୪-ଟିଭି ଶୋ ‘କୌନ ବନେଗା କରୋଡପତି’ର ୧୩ ତମ ସିଜନ ରେ ଆଜି ହେବ ଶାନଦାର । ହଟ୍‌ସିଟ୍‌ରେ ବସିବେ ଦୁ‍ଇ ପ୍ରସିଦ୍ଧ ଖେଳାଳି ସୌରଭ ଗାଙ୍ଗୁଲି ଏବଂ ବୀରେନ୍ଦ୍ର ସେହୱାଗ ।
➡️୧୫-ଯୋଗୀ ସରକାରଙ୍କ ବଡ଼ ଘୋଷଣା: ରାଜ୍ୟର ୧କୋଟି ଯୁବକଙ୍କୁ ମିଳିବ ସ୍ମାର୍ଟଫୋନ, ସରକାରୀ ଚାକିରିଆଙ୍କୁ ମହଙ୍ଗା ଭତ୍ତା।
➡️୧୬-ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
➡️୧୭-ଦିଲ୍ଲୀ ସରକାର ଏବଂ କେନ୍ଦ୍ର ମଧ୍ୟରେ ବଢ଼ିପାରେ ତିକ୍ତତା, ୧ ହଜାର ବସ୍‌ କିଣା ଘୋଟାଲାରେ ସିବିଆଇ କୁ ତଦନ୍ତ କରିବାକୁ ଦେଲେ ନିର୍ଦ୍ଦେଶ ।
➡️୧୮-ପ୍ରସିଦ୍ଧ ସାଉଥ୍ କୋରିଆ ଅଭିନେତ୍ରୀ କିମ୍ ମିନ୍-କ୍ୟୁଙ୍ଗଙ୍କ ୬୧ ବର୍ଷ ବୟସରେ ହେଲା ପରଲୋକ ।
➡️୧୯-ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସୀମାଞ୍ଚଳସ୍ଥିତ ପ୍ରସିଦ୍ଧ ଶ୍ରୀବରାହ ନରସିଂହ ସ୍ଵାମୀ ମନ୍ଦିରର ବିକାଶ ପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ୫୫ କୋଟି ଟଙ୍କା ହେଲା ମଞ୍ଜୁର ।
➡️୨୦-ଗୁଜରାଟ ଜାମନଗରରେ ୪.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ । ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।
➡️୨୧-ଭାରତୀୟ ଲଢୁଆ ବିମାନଗୁଡ଼ିକର ସୁରକ୍ଷା ପାଇଁ ଅତ୍ୟାଧୁନିକ ଚାଫ୍ ଜ୍ଞାନକୌଶଳର ବିକାଶ କଲା DRDO । ଏହି ଟେକନଲୋଜୀ ମାଧ୍ୟମରେ ଭାରତୀୟ ଲଢୁଆ ବିମାନ ଆଡ଼କୁ ଆସୁଥିବା ଶତ୍ରୁପକ୍ଷର ରାଡାର ଗାଇଡେଡ୍ ମିସାଇଲଗୁଡ଼ିକୁ ବାଟବଣା କରି ବିଫଳ କରାଯାଇପାରିବ ।
➡️୨୨-ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନେବେ କୋଭିଡ-୧୯ ର ଥାର୍ଡ ଡୋଜ । ତାଙ୍କ ପତ୍ନୀ ତଥା ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନ ମଧ୍ୟ କରୋନାର ତୃତୀୟ ଡୋଜ ନେବେ ।
➡️୨୩-ତାଲିବାନ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନ ସହିତ ସମସ୍ତ ଅସ୍ତ୍ର କାରବାର ବାତିଲ କଲା ଆମେରିକା ।
➡️୨୪-ତାଲିବାନକୁ ସମର୍ଥନ କରି ବରବାଦ୍‌ ହେବାକୁ ଯାଉଛି ପାକିସ୍ତାନ, ଆତଙ୍କବାଦୀଙ୍କୁ ପାଣ୍ଠି ଦେଇ ବ୍ଲାକ୍‌ ଲିଷ୍ଟ୍‌ରେ ହେଲା ଇମ୍ରାନ ସରକାର ।
➡️୨୫-କିମ୍ବଦନ୍ତୀ ଆଥଲେଟିକ୍ ପ୍ରଶିକ୍ଷକ ଓମ୍ ନାମ୍ବିଆରଙ୍କ ୮୯ ବର୍ଷ ବୟସରେ ହେଲା ପରଲୋକ, ପିଟି ଉଷାଙ୍କୁ ତାଲିମ ଦେଇଥିଲେ ।
➡️୨୬-ମିରଠରେ ମେଜର ଧ୍ୟନଚାନ୍ଦଙ୍କ ନାଁରେ ହେବ କ୍ରୀଡା ବିଶ୍ୱବିଦ୍ୟାଳୟ । ଏ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଲେ ଘୋଷଣା ।
➡️୨୭-ପୋଲାଣ୍ଡ ଆଥଲେଟ୍ ମାରୀୟା ଆଣ୍ଡ୍ରେଜିକ୍। ଏକ ଶିଶୁର ଅସ୍ତ୍ରୋପଚାର ପାଇଁ ନିକଟରେ ଟୋକିଓ ଅଲିମ୍ପିକ୍ସରୁ ହାସଲ କରିଥିବା ରୌପ୍ୟ ପଦକକୁ କଲେ ନିଲାମ ।
➡️ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ, ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।।ଶୁଭ ସକାଳ,ସୁପ୍ରଭାତ।।

Leave A Reply

Your email address will not be published.