ସାକ୍ଷୀଗୋପିନାଥଙ୍କର କାଳୀୟ ଦଳନ ବେଶ

0 174

ସାକ୍ଷୀଗୋପାଳ, ୩/୯(ଏସଏସନିୟୁଜ) ସାକ୍ଷୀଗୋପିନାଥମନ୍ଦିରରେ କାଳୀୟ ଦଳନ ବେଶ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ ଗୋଧନ ବାହୁଡା ଧୂପ ପରେ ଠାକୁର ବିଜେ ପ୍ରତିମା ମଦନ ମୋହନ ଓ ଲବଣୀ ଚୋରା ସୁସଜିତ ବିମାନରେ ବସି ରଙ୍ଗଣିସାହି ସ୍ଥିତ ଲବଣିଖିଆ ମଣ୍ଡପରେ ବିଜେ କରିଥିଲେ । ମଣ୍ଡପରେ ଉକ୍ତ ସାହିରେ ଥିବା ଗୋପାଳ ପରିବାରର କୂଳବଧୁମାନେ ବନ୍ଦାପନା କରି ଠାକୁରଙ୍କୁ ସର, ଲବଣୀ,ମାଖନ, ରସାବଳି, ଛେନା, ଖୁଆ ବିଭିନ୍ନ କ୍ଷୀରଜାତ ସାମଗ୍ରୀ ସହିତ ଚୁଡାଘଷା,ଖଇ,ଉଖୁଡା, କୋରା,ଫଳମୂଳ ଆଦି ଭୋଗ କରିଥିଲେ ।ଅନ୍ୟପଟେ ମନ୍ଦିର ତରଫରୁ ରାଧାକୁଣ୍ଡ ଠାରେ ଥିବା ମଣ୍ଡପକୁ ବିଶୋଧନ କରାଯିବା ସହ ପ୍ରତିଷ୍ଠା କରାଯିବାସହ ମନ୍ଦିର ପରିସରରେ କାଳୀୟ ନାଗଫଣା ରତ୍ନସିଂହାସନ ନିକଟରେ ଖଞ୍ଜାଯାଇ ଠାକୁର ବିଭିନ୍ନ ଅଳଙ୍କାର ସହ ବେଶ ହୋଇ ଏହି ପର୍ବ ଅନୁଷ୍ଠିତ ହୋଇଥିଲା । ଏହାକୁ ଦେଖିବାପାଇଁ ଆଖପାଖ ଗ୍ରାମରୁ ବହୁ ଭକ୍ତମାନଙ୍କର ଗହଳି ଲାଗିରହିଥିଲା

Leave A Reply

Your email address will not be published.