ଭାର୍ଗବୀ ନଦୀ ସୁଅମୁହଁରୁ ଉଦ୍ଧାର ହେଲେ ବୃଦ୍ଧା

0 224

ସାକ୍ଷୀଗୋପାଳ,୧୮/୯(ଏସଏସନିୟୁଜ) ଭାର୍ଗବୀ ନଦୀ ସୁଅରେ ଭାସିଯାଉଥିବା କନକ ଵେହେରା ନାମକ ବୃଦ୍ଧାଙ୍କୁ ନାଉରିଆମାନେ ଉଦ୍ଧାର କରିଛନ୍ତି ।ବୃଦ୍ଧା ଜଣଙ୍କ ସାକ୍ଷୀଗୋପାଳରେ ଭାର୍ଗବୀ ନଦୀ ସୁଅରେ ଭାସିଯାଉଥିବାବେଳେ ନଦୀବନ୍ଧରେ ଥିବା କିଛି ଯୁବକ ଏହାଦେଖି ପାଟିକରିଥିଲେ । ବଳପୁର ଘାଟରେ ଥିବା ଧବଳେଶ୍ୱର ବେହେରା ଓ ବ୍ରଜକିଶୋର ବେହେରା ନାମକ ନାଉରିଆ ଯୁୁବକମାନଙ୍କ ପାଟିଶୁଣି ଡଙ୍ଗାନେଇ ଭସି୍‌ଯାଉଥିବା ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ ।ପରେ ସ୍ଥାନୀୟଯୁବକମାନେ ବୃଦ୍ଧାଙ୍କୁ ୁ ଚିକିସ୍‌ାପାଇଁ ଆମ୍ବୁଲାନ୍ସ ଯୋଗେ ସାକ୍ଷୀଗୋପାଳ ଡାକ୍ତରଖାନା କୁ ପଠାଇ ଥିଲେ । ପରିବାର ଲୋକ ଖବରପାଇ ଆସି ସୁସ୍ଥ ହେବାପରେ ବୃଦ୍ଧାଙ୍କୁ ସାଙ୍ଗରେ ନେଇଘରକୁ ଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.