ଏଟିଏମ୍ ଲୁଟ ଉଦ୍ୟମ ବିଫଳ,ନେଇଗଲେ ଇନଭର୍ଟର

0 219

ବାରଙ୍ଗ,୨୧/୯(ଏସ ଏସ ନିୟୁଜ)ବାରଙ୍ଗ ବ୍ଲକ ଛକ ନିକଟରେ ଥିବା କାନାଡା ବ୍ୟାଙ୍କ ଏଟିଏମ୍ ତାଡି ଟଙ୍କା ଚୋରି ଉଦ୍ୟମ ବିଫଳ ହୋଇଛି।ଟଙ୍କା ନ ପାଇବାରୁ ଇନଭର୍ଟର ନେଇଗଲେ ଦୁର୍ବୃତ୍ତ।ସୂଚନା ଅନୁସାରେ ସୋମବାର ବିଳମ୍ବିତ ରାତିରେ ବାରଙ୍ଗ ବ୍ଲକ ଛକ ନିକଟରେ ଥିବା କାନାଡା ବ୍ୟାଙ୍କ ଏଟିଏମ୍ ରୁ କେହି ଦୁର୍ବୃତ୍ତ ଟଙ୍କା ଚୋରି କରିବା ଉଦ୍ଧେଶ୍ୟରେ ଏଟିଏମ୍ ଭଙ୍ଗାରୁଜା କରିଥିଲେ।ଏଟିଏମ୍ ତାଡି ଲୁଟ ଉଦ୍ୟମ ବିଫଳ ହେବାରୁ ପଛପଟେ ଥିବା ଇନଭର୍ଟର ନେଇ ଫେରାର ହୋଇଯାଇଥିଲେ।ଆଜି ସକାଳୁ ବ୍ୟାଙ୍କ ମ୍ୟାନେଜର ଜାଣିବାପରେ ଏନେଇ ବାରଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ କୁ ଭିତ୍ତି କରି ବାରଙ୍ଗ ଥାନା ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।ଅନ୍ୟପଟେ ବ୍ୟାଙ୍କ ପକ୍ଷରୁ ଏଟିଏମ୍ ରେ କୌଣସି ସୁରକ୍ଷା କର୍ମୀ ଙ୍କୁ ନିୟୋଜିତ କରାଯାଉନଥିବାରୁ ଏଭଳି ଘଟଣା ଘଟୁଥିବା ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.