ଆଜିର ଅନୁଚିନ୍ତା

 ତାରିଖ - ୨୨:୦୯:୨୦୨୧ (ବୁଧବାର)

0 224

🦋ପ୍ରକୃତ ଶିକ୍ଷାର ଲକ୍ଷ୍ୟ ହେଉଛି ଚରିତ୍ର ସହିତ ବୁଦ୍ଧି ବିକାଶ କରିବା ପୂର୍ଣ୍ଣ ଏକାଗ୍ରତା ସହିତ ଚିନ୍ତା କରିବାର କ୍ଷମତା ହେଉଛି ଶିକ୍ଷାର କାର୍ଯ୍ୟ । ମଣିଷ ଯେତେ ଶିକ୍ଷିତ ହେଉନା କାହିଁକି ଯଦି ସଂସ୍କାର ଆଉ ବ୍ୟବହାର ନଥିଲେ ସେ ଶିକ୍ଷା ବି ମୂଲ୍ୟହୀନ ।
🦋ମାଂସପେଶୀୟ ବଳ ଅଧିକ ଥିଲେ ଜଣେ ବଳୁଆ ହୋଇପାରେ କିନ୍ତୁ ତା ଦ୍ୱାରା ଯେ ସେ ସର୍ବଦା ଜିତିପାରିବ ତା ନୁହଁ,କିନ୍ତୁ ମନୋବିଜ୍ଞାନର ବଳ ଥିଲେ ଜଣେ ଖାଲି ମଣିଷ ନୁହଁ ବରଂ ଏ ବିଶ୍ୱକୁ ଜିଣିପାରିବ.. ଧନରେ ଯେ ଧନୀ ସେ ନିଜକୁ ନେଇ ଗର୍ବ କରେ ହେଲେ ମନରେ ଯେ ଧନୀ ତାକୁ ନେଇ ସମାଜ ଗର୍ବ କରେ ।
🦋ଅଳ୍ପ ରେ ଖୁସି ହୁଅନ୍ତୁ ଅଧିକ ଆଶା କରନ୍ତୁ ନାହିଁ, କାହିଁକିନା ଛୋଟ ଛୋଟ ଖୁସି ହିଁ ମଣିଷକୁ ବଞ୍ଚିବା ପାଇଁ ପ୍ରେରଣା ଯୋଗାଇ ଥାଏ…। ଆଉ ଛୋଟ ଛୋଟ ଆଶା ହିଁ ମଣିଷକୁ ଦୁଃଖରେ କାନ୍ଦେଇ ଦେଇଥାଏ, ତେଣୁ କ୍ଷଣିକ ଦୁଃଖରେ ବିଚଳିତ ନହୋଇ ନିର୍ଭୟରେ ଜୀବନ କୁ ସାମ୍ନା କରନ୍ତୁ ।
🦋ମନକୁ ଯିଏ ନିୟନ୍ତ୍ରଣ କରିପାରିବ କେବଳ ସେ ହିଁ ଏଠି ସୁଖୀ ହୋଇପାରିବ ।
🦋Relationship ରେ ଭଲପାଇବା କମ୍ ହେଇଯାଇ ପାରେ ” କିନ୍ତୁ ” Friendship ରେ କେବେ ଭଲପାଇବା କମ୍ ହୋଇନଥାଏ ।ଶୁଭ ସକାଳଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!🔘ଜୟ ଜଗନ୍ନାଥ🔘
-ଆଜିର ସୁ-ବିଚାର-
🦋କେବେ କେବେ ନିଜର କଥା କହିବାର ଶୈଳୀ କୁ ବଦଳାଇ ତ ଦେଖ…କିଏ ତୁମକୁ କେତେ ଭଲ ପାଏ, ଆପେ ଆପେ ଜାଣି ପାରିବ..।
🦋ସମ୍ମାନ କିଏ ଦେଉବା ନଦେଉ ସେଥିରେ କିଛି ଯାଏ ଆସେ ନାହିଁ। କିନ୍ତୁ ତୁମେ ତୁମ କର୍ତ୍ତବ୍ୟ କରିଚାଲ, ସମୟ ତାର ସଠିକ ଜବାବ ଦେବ।
🦋ପ୍ରେମ କର…ସାରା ଜୀବନ କର…ବାସ ଆଶା ରଖନାହିଁ,” କାରଣ “କଷ୍ଟ ପ୍ରେମ ଦେଇ ନଥାଏ 👉🏿କଷ୍ଟ ଆଶା ଦେଇଥାଏ।
🦋ଅପେକ୍ଷାରେ ତୁ ବଡ ନିର୍ଦୟ, ଏ ସମୟବି ରହିପାରୁନି ତୋ ସହିତ ରହୁଛି କେବଳ ଦୁଃଖ ଆଉ ଯନ୍ତ୍ରଣା।
🦋ଧର୍ମଭୀରୁ ଲୋକମାନଙ୍କ ପାଇଁ ପରଲୋକ କଲ୍ୟାଣ ର ଆଳୟ। ଯେ ସର୍ବଦା ପର ସୁବିଧାବାଦୀ ତା’ର ଦୀର୍ଘାୟୁ ହେବା ନ ହେବା ସମାନ।
 -ଗୀତା ଉପଦେଶ-
🦋ମୁଁ ନାଗମାନଙ୍କ ମଧ୍ୟରେ ଅନନ୍ତ ନାଗ , ଜଳଦେବତାମାନଙ୍କ ମଧ୍ୟରେ ବରୁଣ, କବ୍ୟବାହ, ଅନଳ, ସୋମ ଆଦି ପିତୃଗଣଙ୍କ ମଧ୍ୟରେ ଅର୍ଯ୍ୟମା ଓ ଜୀବଗଣଙ୍କ ପାପ ତାପର ନିୟାମକ ମାନଙ୍କ ମଧ୍ୟରେ ମୁଁ ଶ୍ରେଷ୍ଠ ନିୟାମକ ଯମ ।
🦋ମୁଁ ହେଉଛି ଦୈତ୍ୟ ମାନଙ୍କ ମଧ୍ୟରେ ପ୍ରହ୍ଲାଦ, ସମୟ ଗଣକମାନଙ୍କ ମଧ୍ୟରେ ମୁଁ କାଳ , ମୃଗ ବା ପଶୁମାନଙ୍କ ମଧ୍ୟରେ ମୃଗେନ୍ଦ୍ର ବା ସିଂହ ଏବଂ ପକ୍ଷିମାନଙ୍କ ମଧ୍ୟରେ ମୁଁ ବୈନତେୟ ବା ଗରୁଡ ।
🦋ପବିତ୍ରକାରକମାନଙ୍କ ମଧ୍ୟେ ମୁଁ ପବନ, ଶସ୍ତ୍ରଧାରୀମାନଙ୍କ ମଧ୍ୟରେ ରାମ, ମତ୍ସ୍ୟଜୀବରେ ମୁଁ ମଗର ଏବଂ ନଦୀମାନଙ୍କ ମଧ୍ୟରେ ମୁଁ ଜାହ୍ନବୀ ବା ଗଙ୍ଗା ।
🦋ହେ ଅର୍ଜୁନ ସୃଜିତ ବସ୍ତୁମାନଙ୍କ ମଧ୍ୟରେ ମୁଁ ଆଦି ଅନ୍ତ ଓ ମଧ୍ୟ ଅର୍ଥାତ୍‍ ଉତ୍ପତ୍ତି ସ୍ଥିତି ଏ ବିଲୟ । ଯେତେ ବିଦ୍ୟାଅଛି ସେମାନଙ୍କମଧ୍ୟରେ ମୁଁ ଅଧ୍ୟାତ୍ମବିଦ୍ୟା ବା ଆତ୍ମଜ୍ଞାନ ସମନ୍ଧୀୟ ବିଦ୍ୟା । ବାଦି ପ୍ରତିବାଦିଙ୍କ ମଧ୍ୟରେ ମୁଁ ତର୍କ ।
🦋ବର୍ଣ୍ଣମାଳାର ଅଣଚାଶ ଅକ୍ଷରମଧ୍ୟରେ ମୁଁ ଅ ଅକ୍ଷର,ଭାଷା ବ୍ୟାକରଣରେ ବଣ୍ଣିତ ସମାସ ମାନଙ୍କ ମଧ୍ୟରେ ମୁଁ ଦ୍ୱନ୍ଦ୍ୱ ସମାସ ବା ଦୁଇଟି ଏକପ୍ରକାର ବସ୍ତୁର ସମାହାର ।କାଳ ବା କ୍ଷଣ ସମୟର ପରମ ଅଂଶ ଭିତରେ ମୁଁ ଅକ୍ଷୟକାଳ ବା ଶାଶ୍ୱତସମୟ । ମୁଁ କର୍ମଫଳ ପ୍ରଦାନକାରୀ ସର୍ବତୋମୁଖବିଧାତା ।

-ଚାଣକ୍ୟ ବାଣୀ-ମଣିଷ ଚିହ୍ନିବାରେ ଭୁଲ ଯୋଗୁ ପଶ୍ଚାତାପ କରୁଛନ୍ତି କି? ମନେ ରଖନ୍ତୁ ଚାଣକ୍ୟଙ୍କ ଏହି ୪ କଥା ।
➡️ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ ହୋଇଥାଏ । ସେଥିରୁ ଗୋଟିଏ ହେଲା ମଣିଷ ଚିହ୍ନିବା । ଆଜିର ବ୍ୟସ୍ତବହୁଳ ସମୟରେ ମଣିଷ ଚିହ୍ନିବାରେ ଭୁଲ ହୋଇଯାଇଥାଏ । ଏପରି ନ ହେବା ଲାଗି ଚାଣକ୍ୟ ନୀତିର ପଞ୍ଚମ ଅଧ୍ୟାୟର ଦ୍ୱିତୀୟ ଶ୍ଳୋକରେ କହିଛନ୍ତି:–
➡️ଘୋରିବା, କାଟିବା , ନିଆଁରେ ତତାଇବା ଏବଂ ପିଟିବା । ଏହି ଚାରି ଜିନିଷ ବ୍ୟବହାର କରି ସୁନାର ଶୁଦ୍ଧତା ପରୀକ୍ଷା କରାଯାଇଥାଏ । ଠିକ୍‌ ସେଭଳି ବ୍ୟକ୍ତିର ପରିଚୟ ତାର ଆଚରଣ, ଗୁଣ, ତ୍ୟାଗ ଏବଂ କର୍ମ ଭାବନା ଆଦିକୁ ନେଇ ହୋଇଥାଏ
➡️ଚାଣକ୍ୟ କୁହନ୍ତି ଭଲ ଏବଂ ସଚ୍ଚୋଟ ବ୍ୟକ୍ତିମାନଙ୍କ ମନରେ ତ୍ୟାଗର ଭାବନା ଥାଏ । ଯିଏ ଅନ୍ୟର ସୁଖ ପାଇଁ କିଛି କରିପାରେନାହିଁ, ସେ ଭଲ ମଣିଷ ନୁହନ୍ତି । ଅନ୍ୟର ଖୁସି ପାଇଁ ନିଜର ଖୁସି ତ୍ୟାଗ କରୁଥିବା ବ୍ୟକ୍ତିକୁ ଭଲ ମଶିଷ ଭାବରେ ଗଣାଯାଏ ।
➡️ବ୍ୟକ୍ତିକୁ ପରଖିବାର ପ୍ରମୁଖ ଗୁଣ ହେଉଛି ଚରିତ୍ର। ଯେଉଁମାନେ କୁକର୍ମ କରନ୍ତି ନାହିଁ ଏବଂ ଅନ୍ୟମାନଙ୍କ ପାଇଁ ନିଜ ମନରେ ଭୁଲ ଭାବନା ରଖନ୍ତି ନାହିଁ ସେମାନେ ଶ୍ରେଷ୍ଠ ।
➡️ଯଦି କୌଣସି ବ୍ୟକ୍ତିର ସ୍ବଭାବ କିଭଳି ଜାଣିବାକୁ ଚାହାନ୍ତି ତେବେ ତା ମଧ୍ୟରେ କି-କି ଗୁଣ ରହିଛି ତାହା ଦେଖିବା ଜରୁରୀ । ଯଦି ବ୍ୟକ୍ତି ବେଶି ରାଗୁଥାଏ, କଥା କଥାରେ ମିଛ କହୁଥାଏ, ଅହଙ୍କାର ଭର୍ତ୍ତି ଥାଏ ଏବଂ ଅନ୍ୟର ଅପମାନ କରେ, ତେବେ ଏଭଳି ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ ।
➡️ବ୍ୟକ୍ତି କେଉଁ ପରିବାରରେ ଜନ୍ମ ନେଇଛି, ବ୍ୟକ୍ତିର କର୍ମ କିଭଳି ତାହା ଜାଣିବା ଆବଶ୍ୟକ । କାରଣ ଏହି ଜିନିଷ ଆଧାରରେ ଜଣେ ବ୍ୟକ୍ତିଙ୍କୁ ପରଖା ଯାଇ ପାରିବ 🙏ଜୟ ଭବାନୀ🙏.ଓଁ ନମଃ ଗଣନାୟକ🙏. ଶୁଭ ସକାଳ ଆଜି ବୁଧବାର ପ୍ରଭୁ ଗଜାନନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ.ପ୍ରଭୁ ଗଜାନନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏.

 

Leave A Reply

Your email address will not be published.