ମଦ ଦୋକାନ ସ୍ଥାନାନ୍ତର ନେଇ ଦେଲେ ଦାବିପତ୍ର

0 280

ବାରଙ୍ଗ,୨୧/୯(ଏସ ଏସ ନିୟୁଜ) ମଦ ଦୋକାନ ସ୍ଥାନାନ୍ତର ନେଇ ଦେଖା ଦେଇଛି ବିବାଦ I ଯାହାକୁ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଶତାଧିକ ଗ୍ରାମବାସୀ I ଗାଁ ଲୋକଙ୍କ କହିବା କଥା, କଟକ ମ୍ୟୁନିସିପାଲଟି ୩ ନମ୍ବର ୱାର୍ଡ ବ୍ରଜ ବିହାରୀପୁର ଠାରେ ହେବାକୁ ଥିବା ବିଦେଶୀ ମଦ ଦୋକାନ ଅରିଲୋ ମୌଜାର ପ୍ଲଟ ନମ୍ବର୫୯ କୁ ସ୍ଥାନାନ୍ତର କରାଯାଉଛି I ହେଲେ ଉକ୍ତ ପ୍ଲଟ ଟି ମହିମା ଆଶ୍ରମର ବ୍ରହ୍ମ ଅବଧୂତ ଗୁରୁଚରଣ ଦାସଙ୍କ ନାମରେ ଅଛି I ଯାହାର ମାଲିକାନା ସତ୍ତ୍ୱ କୁ ପୂର୍ବରୁ ବିବାଦ ଲାଗିରହିଛି I ସିଭିଲ କୋର୍ଟରେ ଏହି ମାମଲା ବିଚାରଧୀନ ମଧ୍ୟ୍ୟ ରହିଛି I ସେପଟେ ଯେଉଁ ସ୍ଥାନରେ ମଦ ଦୋକାନ କରିବାକୁ ଯୋଜନା କରାଯାଉଛି, ସେଠାରୁ ନରାଜ ସିଦ୍ଧେଶ୍ୱର ବିଦ୍ୟାମନ୍ଦିର ୪୦୦ ମିଟର , ଆଦର୍ଶ ବିଦ୍ୟାଳୟ ୨୫୦ ମିଟର, ଵୃଦ୍ଧାଶ୍ରମ ଓ ଫାୟାର ଟ୍ରେନିଂ ସେଣ୍ଟରର ଦୂରତା ରହିଛି ମାତ୍ର୨୫୦ ମିଟର I ଏଠାରେ ମଦ ଦୋକାନ ହେଲେ ଅସାମାଜିକ କାର୍ଯ୍ୟକଳାପ ବଢ଼ି ଚାଲିବ I ଯାହାକୁ ଦୃଷ୍ଟିରେ ରଖି ଗ୍ରାମବାସୀମାନେ ବିରୋଧ କରିଛନ୍ତି I ଆଗାମୀ ଦିନରେ ସରକାର ଗ୍ରାମବାସୀଙ୍କ ସମସ୍ୟାକୁ ବୁଝିବା ସହ ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର ଦାବୀ ନେଇ ନରାଜ -ମାର୍ଥାପୁର ଗ୍ରାମପଞ୍ଚାୟତର ସରପଞ୍ଚ ବିରୋଞ୍ଚି ଓଝା, ଧର୍ଯ୍ୟଧର ଦାସ, ପ୍ରତିମା ସାହୁ, ରଜନି ସାହୁ ସହଦେବ ସାହୁ, ସୂଚନାକର୍ମି ସାମ୍ବାଦିକ ସନ୍ତୋଷ କୁମାର ମଲ୍ଲିକ, ନରାଜ ଗ୍ରାମ୍ୟ ପରିଚାଳନା ସଙ୍ଘ ସଭାପତି ସତ୍ୟବ୍ରତ ସାହୁ ଓ ସମ୍ପାଦକ ରବୀନ୍ଦ୍ର ସାହୁ ଅତିରିକ୍ତ-ଜିଲ୍ଲାପାଳଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି I

Leave A Reply

Your email address will not be published.