ପୁଣି ଦାଦାଗିରି

0 652

ଭୁବନେଶ୍ୱର,୨୧/୯(ଏସଏସନିୟୁଜ)ପୁଣି ପଶ୍ଚିମବଙ୍ଗ ଦେଖାଇଲା ଦାଦାଗିରି ।ଦିଘା ବେଳାଭୂମିରେ ପାଚେରୀ କାମ ଆରମ୍ଭ କରି ନିଜର ଆଧିପତ୍ୟକୁ ଜାହିର କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଏହିକାର୍ଯ୍ୟକୁ ବିରୋଧ କରିଛି । ଉଦୟପୁର ବେଳାଭୂମିରେ ଦ୍ଵିତୀୟ ଥର ପାଇଁ ପାଚେରୀ ନିର୍ମାଣ କାର୍ଯ୍ୟ କରୁଥିଲା ପଶ୍ଚିମବଙ୍ଗ। ସେଠାରେ ୧୪୪ ଧାରା ବଳବତ୍ତର ଥିଲେ ମଧ୍ୟ ପୁଣି ଜବରଦସ୍ତ ନିର୍ମାଣକାର୍ଯ୍ୟ ଉଦ୍ୟମ କରିଛି ପଶ୍ଚିମବଙ୍ଗ। ଖବରପାଇ ଘଟଣାସ୍ଥଳରେ ଭୋଗରାଇ ତହସିଲଦାର ଓ ପୁଲିସ ପହଞ୍ଚି ନିର୍ମାଣ କାର୍ଯ୍ୟ କୁ ବନ୍ଦ କରିଛନ୍ତି ।ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ବେଶ କିଛି ଦିନ ଧରି ଶାନ୍ତ ଥିଲା ବେଳେ ପୁଣି ପଶ୍ଚିମବଙ୍ଗ ଦାଦାଗିରି କରିବା ଘଟଣା ପୁଣି ଚର୍ଚ୍ଚାକୁ ଆସିଛି।

Leave A Reply

Your email address will not be published.