ଭୁବନେଶ୍ୱର, ୧୦/୧୧(ଏସଏସନିୟୁଜ) ଷଷ୍ଠ ଓ ସପ୍ତମ ଶ୍ରେଣୀ ନଭେମ୍ବର ୧୫ରୁ ଖୋଲିବା ସହ କୋଭିଡ୍ ଗାଇଡଲାଇନ ଭିତରେ ପାଠପଢ଼ା ହେବ ।ଅନଲାଇନ ସହ ସକାଳ ସାଢ଼େ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପାଠପଢ଼ା ହେବ । ପିଲାମାନେ ତାଙ୍କ ଇଛାମୁତାବକ ଅନଲାଇନ ବା ସ୍କୁଲ ଆସି ପାଠ ପଢ଼ିପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।
