ଠେଙ୍ଗା ବାଡିଧରି ଆକ୍ରମଣ

ଖବର ଆଜିର,ତାରିଖ ୧୭-୧୧-୨୦୨୧/ବୁଧବାର

0 249

୧-CBI ଟିମ୍‌କୁ ଠେଙ୍ଗା ବାଡିଧରି ମହିଳାଙ୍କ ଆକ୍ରମଣ, ଚାଇଲଡ୍‌ ପର୍ଣ୍ଣ ମାମଲାରେ ଢେଙ୍କାନାଳରେ ଚଢାଉ କରିଥିଲା ସିବିଆଇ ।
୨-ମହାମାରୀ ସମୟରେ ୭୩.୨% ପିଲା ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର: ବିଦ୍ୟାଳୟ ଖୋଲିବା ସହ ପିଲାଙ୍କର ମାନସିକ ସ୍ଥିତି ସୁଧାରିବା ଜରୁରୀ ।
୩-ବରଗଡକୁ ମନାକରି ଝାରୁସୁଗୁଡା କାର୍ଯ୍ୟକ୍ରମରେ ଯୋଗଦେଲେ ସୁରେଶ ପୂଜାରୀ । ବିଜୁ ସ୍ମାର୍ଟ କାର୍ଡ ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶକୁ କଲେ ପ୍ରଶଂସା ।
୪-ପୁଣି ଅଭିଯୋଗ ଆଣିଲେ ନବାବ ମଲ୍ଲିକ, କହିଲେ କ୍ରୁଜ ଡ୍ରଗ୍ସ ପାର୍ଟିର ଆୟୋଜକଙ୍କୁ ସୁରକ୍ଷା ଦେଉଛନ୍ତି NCB ।
୫-ଆଜିଠୁ ନ୍ୟୁଜିଲାଣ୍ଡ ବିପକ୍ଷ ଲଢେଇ । ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଆକ୍ସନ ମୋଡରେ ଦ୍ରାବିଡ୍ ।
୬-କଙ୍ଗନାଙ୍କ ଆଉ ଏକ ବିବାଦୀୟ ବୟାନ: ଗାନ୍ଧୀଙ୍କୁ କହିଲେ କ୍ଷମତା ଲୋଭି, ସେ ଚାହୁଁଥିଲେ ଭଗତ ସିଂହଙ୍କୁ ଫାଶୀ ହେଉ .।
୭-ତାଇୱାନ ସ୍ୱାଧିନତାକୁ ନେଇ ମୁହାଁମୁହିଁ ଦୁଇ ମହାଶକ୍ତି: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଚେତାବନୀ ଦେଲେ ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ ।

୮-ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ବାପାଙ୍କ କଳା କାରନାମା, ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ପୂର୍ବତନ ମହିଳା ସାଂସଦ ।
୯-ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ଚିନ୍ତା: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପଡୋଶୀ ରାଜ୍ୟ ସହ ଜରୁରୀକାଳୀନ ବୈଠକ କଲା କେଜ୍ରିୱାଲ ସରକାର ।
୧୦-ହାଇକୋର୍ଟରେ ମଦ ନିଷେଧ ପ୍ରସଙ୍ଗରେ ସରକାରଙ୍କ ସତ୍ୟପାଠ: ଆବେଦନକାରୀଙ୍କୁ ପ୍ରତିଜବାବ ଦାଖଲ ପାଇଁ ନିର୍ଦ୍ଦେଶ ।
୧୧-ଚଳିତ ଏସୀୟ ତୀରନ୍ଦାଜି ପ୍ରତିଯୋଗିତାରେ ଭାରତର ୩ ପଦକ ପକ୍କା ହୋଇଛି। ଭାରତୀୟ ପୁରୁଷ, ମହିଳା ଓ ମିଶ୍ରିତ ଦଳ ଫାଇନାଲ୍‌ରେ ପହଞ୍ଚି ଅତିକମ୍‌ରେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି।
୧୨-ସରପଞ୍ଚ, ସମିତି ସଭ୍ୟ ଏବଂ ଓ୍ୱାର୍ଡ ମେମ୍ବରଙ୍କ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ।
୧୩-ଅନ୍ୟ କମ୍ପାନୀଙ୍କୁ ଔଷଧ ତିଆରି ପାଇଁ ଅନୁମତି ଦେଲା ଫାଇଜର, ୯୫ ଦେଶରେ ହେବ ବ୍ୟବହାର ।
୧୪-କାମ୍ପାଲା ଷ୍ଟାଡିୟମ୍‌ ନିକଟରେ ସିରିଜ୍‌ ବିସ୍ଫୋରଣ, ସୁରକ୍ଷିତ ଅଛନ୍ତି ଓଡ଼ିଆ ଖେଳାଳି ପ୍ରମୋଦ ଭଗତ
୧୫-ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ମମିତା ମେହେରଙ୍କ ପରିବାର, ଗୃହ ସଚିବ ଏବଂ ଡିଜିପିଙ୍କୁ ପକ୍ଷଭୁକ୍ତ କରିବାକୁ ଅପିଲ ।
୧୭-ଅଙ୍ଗନବାଡି ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି: ଦୂର ହେବ ବିବାହିତ-ଅବିବାହିତ ପାତର ଅନ୍ତର ।
୧୮-5T ଅଧିନରେ ରୂପାନ୍ତରିତ ୫ଟି ଜିଲ୍ଲାର ୧୩୦ଟି ହାଇସ୍କୁଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଯିଏ ଆପଣଙ୍କୁ ଆଘାତ କରିଛନ୍ତି ତାଙ୍କୁ ଭୁଲିଯାନ୍ତୁ ମନା ନାହିଁ …କିନ୍ତୁ… ସେହି ଆଘାତରୁ ଆପଣ ଯାହା ଶିକ୍ଷା ପାଇଛନ୍ତି ତାହା କେବେବି ଭୁଲନ୍ତୁ ନାହିଁ….ସର୍ବେ ଭବନ୍ତୁ ସୁଖିନଃ। ସର୍ବେ ସନ୍ତୁ ନିରାମୟାଃ ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିଦ୍ ଦୁଃଖ ଭାଗଭବେତ୍॥ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ‼️ ହରିଓମ୍ ସୁପ୍ରଭାତମ୍ ‼️

Leave A Reply

Your email address will not be published.