ସଜେଇ ହୋଇଛି ଚନ୍ଦକା ଥାନା

0 266

ଚନ୍ଦକା ,୫/୨(ଏସଏସନିୟୁଜ) ଚନ୍ଦକାଥାନା ପାଲଟିଛି ପୁଷ୍ପ ଉଦ୍ୟାନ । ରଙ୍ଗବେରଙ୍ଗର ନାନାଜାତିର ପୁଷ୍ପ ସମ୍ଭାରରେ ପୁରିଉଠିଛି ଥାନା ପରିସର । ଲନ୍ ଗାଡେନ ସାଙ୍ଗକୁ ରାସ୍ତାର ଦୁଇପାଶ୍ୱର୍ରେ ଧାଡିଧାଡିହୋଇ ରହିଛି ବିଭିର୍ଣ ପ୍ରଜାତିର ଫୁଲକୁଣ୍ଡ ଓ ଫୁଲଗଛ । ପୁଷ୍ପମାନଙ୍କର ସୁଗନ୍ଧରେ ପୁରି ଉଠୁଛି ଏହାର ଆଖପାଖ ଅଂଚଳ । ଏକପ୍ରକାର ସଜେଇ ହୋଇଯାଇଛି ଏହି ଇଂରେଜ ଅମଳର ପୁରାତନ ଥାନା । ଯେକେହିବି ଥାନା ମଧ୍ୟକୁ ଗଲେ ହଠାତ ଆଶ୍ଚର୍ଯ୍ୟ ଓ ବିସ୍ମିତ ଲାଗିବ ଏହି ପାକୃତିକ ସୈାନ୍ଦର୍ଯ୍ୟ ଘେରା ପରିବେଶ । ଏହି ଆକର୍ଷଣିୟ ଫୁଲବଗିଚାର ସୈାନ୍ଦର୍ଯ୍ୟ ସମସ୍ତଙ୍କୁ ବିମୋହିତ କରିଚି । ଥାନାକୁ ବିଭିର୍ଣ କାର୍ଯ୍ୟନେଇ ଯାଉଥିବା ଲୋକମାନେ ଚୁପଚାପ କଥାହେଉଛନ୍ତି ଏତେବେଳେ ପୋଲିସ ଗୋଟିଏ ଭଲ କାମ କରିଚି ।

ପାକୃତିକସୈାନ୍ଦର୍ଯ୍ୟର ଉପାସକ ସାଜିଥିବା ଚନ୍ଦକାଥାନା ଅଧିକାରୀ ଦେବେନ୍ଦ୍ରବିଶ୍ୱାଳ ଓ ଥାନାର ସମସ୍ତ କର୍ମଚାରୀମାନଙ୍କର  ଅକ୍ଲାନ୍ତ ଉଦ୍ୟମ ସାଙ୍ଗକୁ ନିଷ୍ଠା ଯୋଗୁ ଏହିଭଳି ଏକ ନିଆରା ପରିବେଶ ତିଆରି ହୋଇପାରିଛି , ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟିି କରିପାରିଛି ।କେବଳ ଏତିକି ନୁହେଁ ଥାନପରିସରରେ ଲାଗିଥିବା ବିଭିର୍ଣ ପୁଷ୍ପ ନାଲକୋ ପକ୍ଷରୁ ଆୟେଜିତ ପୁଷ୍ପପଦର୍ଶନୀ-୨୦୨୦ରେ ଅଂଶଗ୍ରହଣ କରି ଚନ୍ଦକାଥାନା ଦ୍ୱିତିୟ ପୁରସ୍କାର ମଧ୍ୟ ପାଇଛି । ଚନ୍ଦକାଥାନା ଅଧିକାରୀ ଦେବେନ୍ଦ୍ରବିଶ୍ୱାଳ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଯେଉଥିପାଇଁ ସମସ୍ତଙ୍କୁ ମୁଖରୁ ଶୁଣିବାକୁ ମିଳୁଛି ପ୍ରଶଂସା ।

Leave A Reply

Your email address will not be published.