୨ମାସ ପୂରିଲାନି,ଚାଲିଗଲା ଚିଙ୍କାରା ହରିଣ ଜୀବନ

0 187

ବାରଙ୍ଗ,୨୪/୧୧(ଏସଏସନିୟୁଜ)ଆସିବାକୁ ଦୁଇମାସ ପୁରିଲାନାହିଁ ।ଚାଲିଗଲା ଚିଙ୍କାରା ହରିଣ ।ଆଣିଥିଲେ ନନ୍ଦନକାନନରେ ନୁଆପ୍ରଜାତି ସଂଖ୍ୟା ବୃଦ୍ଧିପାଇବ ।ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧିପାଇବ ।ରାଜସ୍ୱ ମଧ୍ୟ ସେହି ଅନୁପାତରେ ବୃଦ୍ଧି ହେବ ।କିନ୍ତୁ ଅଧିକାରୀମାନଙ୍କର ଦାୟିତ୍ୱହିନତା ଯୋଗୁ ଚାଲିଗଲା ଚିଙ୍କାରା ହରିଣର ଜୀବନ ।ମାରପିଟରେ ଗୋଟିଏ ଗୋଟିଏ ଅଣ୍ଡିରା ଚିଙ୍କାରା ହରିଣ ମୃତ୍ୟୁ ଘଟିଛି।ବୁଧବାରଦିନ ଏହି ଘଟଣା ନନ୍ଦନକାନନର ୩୬ନମ୍ବର(କ)ଖୁଆଡରେ ଘଟିଛି । ଦୀର୍ଘଦିନର ବ୍ୟବଧାନ ପରେ ଗତ ଅକ୍ଟୋବର ମାସ ୮ତାରିଖରେ ଜୟପୁର ନହରଗଡ ଜୈବ ଉଦ୍ୟାନରୁ ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟାରେ ଦୁଇଟି ମାଈ ଅଣ୍ଡିରା ଚିଙ୍କାରା ହରିଣ ନନ୍ଦନକାନନ ଆସିଥିଲା।ଆସିବାର ୧୦ଦିନ ପରେ ଅସୁସ୍ଥ ହୋଇଥିଲା ।ଚିକିସ୍‌ାପରେ ଏକପ୍ରକାର ସୁସ୍ଥ ହୋଇ ଚଲାବୁଲା ଆରମ୍ଭ କରିଥିଲା । ଆଜି ଖୁଆଡରେ ଖାଦ୍ୟକୁ ନେଇ ଅନ୍ୟ ହରିଣଙ୍କ ସହ ମାଡଗୋଳ ଘଟି ଅଣ୍ଡିରା ଚିଙ୍କାରା ହରିଣଟିର ମୃତ୍ୟୁ ଘଟିଛି ବୋଲି ଜଣାପଡିଛି । ମୃତ୍ୟୁର କାରଣ ଜାଣିବା ପାଇଁ କର୍ତ୍ତୁପକ୍ଷ ମୃତଦେହ ବ୍ୟବଛେଦ ପାଇ ପଠାଇଥିବା ଜଣାପଡିଛି। ନନ୍ଦନକାନନ ପ୍ରାଣୀଉଦ୍ୟାନର ଜନ୍ତୁ ବିଭାଗର ପରିଚାଳନା ତ୍ରୃଟି ଓ ରକ୍ଷଣାବେକ୍ଷଣ ଅଭାବରୁ ପାଟି ଫିଟୁନଥିବା ନୀରିହ ପଶୁପକ୍ଷୀଙ୍କର ଅକାଳ ମୃତ୍ୟୁ ଘଟଣା ପଶୁପକ୍ଷୀ ପ୍ରେମୀଙ୍କୁ ବ୍ୟଥିତ କରିଛି।ଏଥିପ୍ରତି ଉଚ୍ଚ ପଦାଧିକାରୀମାନେ ଦୃଷ୍ଟିନଦେଲେ ହେଉଥିବା ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟା ନନ୍ଦନକାନନ ପାଇଁ ଅଶୁଭ ପାଲଟିବ ବୋଲି ଚର୍ଚ୍ଚା ଆରମ୍ଭ ହେଉଛି ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.