ଆଜିର ଅନୁଚିନ୍ତା

0 296

➡️”ଅସମୟରେ ଶହାନଭୂତି ଦେଉଥୁବା ଲୋକଟି ନୁହେଁ ବରଂ ଅସମୟରେ ଆପଣଙ୍କ ସାଥ୍‌ରେ ରହିଥିବା ଲୋକଟିକୁ ହିଁ ଜୀବନର ପ୍ରକୃତ ବନ୍ଧୁ ବୋଲି କୁହାଯାଏ
➡️” ମିତ୍ର ‘ ହେଉଛି ମନୁଷ୍ୟର ଏପରି ଏକ ଅମୂଲ୍ୟ ରତ୍ନ ଯାହାର ଉପସ୍ଥିତି ଆଉ ଉପକାରିତା କେବଳ ଭାଗ୍ୟବାନ ବ୍ୟକ୍ତି ହିଁ ଉପଲବ୍ଧି କରିଥାନ୍ତି !!
➡️”ଯେଉଁମାନଙ୍କୁ ଆମେ ଆବଶ୍ୟକତା ଠାରୁ ଅଧିକ ଗୁରୁତ୍ବ ଦେଇଥାଉ ସାଧାରଣତଃ ସେଇମାନେ ହିଁ ଆମକୁ ଅଣଦେଖା କରିଥାନ୍ତି , କାହିଁକିନା ଇତିହାସ ସାକ୍ଷୀ ଅଛି ଯେ ଯାହା ଆବଶ୍ୟକତା ଠାରୁ ଅଧିକ ହୋଇଥାଏ ତାହା ହିଁ କ୍ଷତି କରିଥାଏ !!
➡️”ଆପଣଙ୍କୁ ଯଦି କେବେ କାହା କଥା ଖରାପ ଲାଗୁଛି , ତେବେ କିଛି ବି ପ୍ରତିଉତ୍ତର ନଦେଇ ନିରବ ହୋଇ ଯାଆନ୍ତୁ . କାହିଁକିନା ନିରବତା ହିଁ ପୃଥ୍ବୀର ସବୁଠାରୁ ବଡ଼ ଉତ୍ତର !!
➡️”କୌଣସି ଶବ୍ଦକୁ ଅବମାନନା କରନ୍ତୁ ନାହିଁ , କାହିଁକିନା ଆମର ଗୋଟିଏ ଛୋଟ ” ହଁ ” କିମ୍ବା ଗୋଟିଏ ଛୋଟ ” ନା ” ସମ୍ପୂର୍ଣ୍ଣ ଜୀବନକୁ ପରିବର୍ତ୍ତନ କରିଦେଇଥାଏ !!
🦋ସତ କହୁଥିବା ଲୋକ ହଇରାଣ ହୋଇଥାନ୍ତି ହେଲେ ସେମାନେ କେବେ ପରାଜିତ ହୋଇ ନଥାନ୍ତି ତେଣୁ କଷ୍ଟ ହେଉ ପଛେ ସତ୍ ପଥରେ ଚାଲନ୍ତୁ ।
🦋ଯେଉଁ ଖାତାର ସବୁ ବିଷୟକୁ ସମ୍ଭାଳିବାର କର୍ତ୍ତବ୍ୟ ଥାଏ ସିଏ କେବଳ ରଫ୍ ଖାତା ବନିଯାଏ, ସେହିପରି ପରିବାରର କର୍ତ୍ତବ୍ୟବାନ ମଣିଷର ଅବସ୍ଥା ମଧ୍ୟ ଗୋଟିଏ ରଫ୍ ଖାତା ପରି ।
🦋ଏହି ଚାରୋଟି କ୍ଷେତ୍ରରେ କେବେ ବି ଲାଜ କରିବ ନାହିଁ-ପୁରୁଣା ବସ୍ତ୍ର●ଗରିବ ସାଙ୍ଗ●ସାଧାରଣ ଜୀବନ”ଏବଂ”●ବୟସ୍କ ବାପା ମାଆ ।
🦋*ଗରିବର ହାୟ”ଆଉ”ଦୋମୁହାଁ ମଣିଷର ରାୟ ବହୁତ ଭୟଙ୍କର ।

ଆଜିର ସୁବିଚାର
➡️”ଯଦି ଭଗବାନଙ୍କ ନାମ ଶୁଣିବା ମାତ୍ରେ ତୁମ ଆଖରେ ଲୁହ ଆସେ ଆଉ ତୁମ ଲୋମ ଟାଙ୍କୁରି ଉଠେ , ତାହେଲେ ଜାଣିବ ତୁମ ମନ କାମିନୀ କାଞ୍ଚନ ଠାରୁ ମୁକ୍ତ ହୋଇଛି ଏବଂ ତୁମେ ଭଗବାନ ଲାଭ କରିଛ !!
➡️”କେତେବି ଧରିରଖିବାକୁ ଚେଷ୍ଟା କର ଯେମିତି ହେଲେ ହାତରୁ ଖସିଯାଏ ଏ ସମୟ ସାହେବ୍ ନିଶ୍ଚିତ ବଦଳିଥାଏ !!
➡️”ସ୍ବପ୍ନ ଭାଙ୍ଗି ଗଲେ ନୂଆ ସ୍ବପ୍ନ ଦେଖ ଆଗକୁ ବଢିବାର ସାହସକୁ ହିଁ ଜୀବନ ବୋଲି କୁହାଯାଏ !!
➡️”କିଛି ଲୋକ ଅଗ୍ନିକୁଣ୍ଡକୁ ଗୁରୁତ୍ବ ଦିଅନ୍ତି ହେଲେ ଦିଆସିଲି କଥା ଭୁଲି ଯାଆନ୍ତି !!
➡️”ଜଣେ ଏଠି ଅଦରକାରୀ ଭାବି ଫୋପାଡ଼ି ଦିଏ ତ ଆଉ ଜଣେ ସେହିଜଣକୁ ନିଜର ଭାବି ଆପଣେଇ ନିଏ ଏହା ହିଁ ସମ୍ପର୍କର ସତ୍ୟତା ଓ ବାସୁବତା !!
ଆଜିର ନୀତିବାଣୀ
➡️”ଯେଉଁ ବ୍ୟକ୍ତି ପର ଦୁଃଖରେ ନିଜକୁ ସାମିଲ୍ କରେ ତା’ଠୁ ଅଧିକ ସୁନ୍ଦର ମଣିଷ ଦୁନିଆରେ କେହି ନାହାଁନ୍ତି !!
➡️”ଯଦି ଭୁଲ୍ ସଂଶୋଧିତ ନହୁଏ ତେବେ ଏହା ଆହୁରି ବଡ ବିପଦ ଆଣିବ !!
➡️”ଆପଣ ସଫଳ ହୋଇଛନ୍ତି ବୋଲି ଗର୍ବ ହୁଅନ୍ତୁ ନାହିଁ, ଏବଂ ଆପଣ ବିଫଳ ହୋଇଛନ୍ତି ବୋଲି ନିରାଶ ହୁଅନ୍ତୁ ନାହିଁ | ସଫଳତା ବା ବିଫଳତା ଶେଷ ନୁହେଁ !!
➡️”ଯିଏ ଜାଣେ, ସେ କ’ଣ କହୁଛି, ସେ ଜ୍ଞାନୀ ଅଟେ | ଆଉ ଯିଏ ଜାଣେ ସେ କ’ଣ କହିବା ଉଚିତ୍ ନୁହେଁ ସିଏ ହେଉଛନ୍ତି ଚତୁର ବ୍ୟକ୍ତି
➡️”ଆରାମରେ ବଞ୍ଚିବାର ସହଜ ଉପାୟ ହେଉଛି ଅନ୍ୟମାନଙ୍କୁ ଆରାମରେ ଜୀବନଯାପନ କରିବାକୁ ଦେବା 🙏🏾ଓଁ ନମଃ ଶିବାୟ🙏🏾 ଶୁଭ ସକାଳ, ଆଜି ସୋମବାର ପ୍ରଭୁ ଦେବ ଦେବ ମହାଦେବ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ଦେବ ଦେବ ମହାଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏🏾 ଜୟ ଜଗନ୍ନାଥ,ଜୟସୋମନାଥ🙏🏾

Leave A Reply

Your email address will not be published.