ବିଚ ରାସ୍ତାରେ ପୋଲିସ କର୍ମୀଙ୍କୁପିଟିଲେ

ଆଜିର ଖବର ,ତାରିଖ–06-12-2021(ସୋମବାର)

0 286

୧. କଟକଣା ମାନୁ ନାହାନ୍ତି ବିଦେଶ ଫେରନ୍ତା ।
୨. ବଣ୍ଡାଘାଟିର ସଫଳ କଫି ଚାଷୀ ଅର୍ଜୁନ, ସରକାରୀ ସହଯୋଗକୁ ଅପେକ୍ଷା ।
୩. ଅଖିଳେଶଙ୍କ ପାଇଁ ବାରଣାସୀରେ ପ୍ରଚାର କରିବେ ମମତା ।
୪. ପୋଲିସ କର୍ମୀଙ୍କୁ ବିଚ ରାସ୍ତାରେ ପିଟିଲେ ସପା କର୍ମୀ: ଭିଡିଓ ଶେୟାର କଲେ କେନ୍ଦମନ୍ତ୍ରୀ ଅନୁରାଗ ଠାକୁର ।
୫. ଜଳଘେରରେ ୫-ଟି ହାଇସ୍କୁଲ ଖେଳପଡିଆ: ବାତ୍ୟା ‘ଜୱାଦ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟ ସରକାରଙ୍କ ଉଚ୍ଚବିଦ୍ୟାଳୟ ରୂପାନ୍ତରଣ (୫ଟି-ହାଇସ୍କୁଲ ଟ୍ରାନ୍ସଫର୍ମେସନ) କାର୍ଯ୍ୟକ୍ରମରେ ରୂପାନ୍ତରିତ ହୋଇଥିବା ପିପିଲି ନୋଡାଲ ହାଇସ୍କୁଲର ଖେଳପଡିଆରେ ଏବେ ଦେଢ ଫୁଟ ଉଚ୍ଚରେ ବର୍ଷାଜଳ ଲହଡି ଭାଙ୍ଗୁଛି ।
୬. ପ୍ରବଳ ବର୍ଷାରେ ଭିଜାଇ ପୁରୀ ଅତିକ୍ରମ କଲା ଜୱାଦ, ସୋମବାରରୁ ପାଗ ଶୁଖିଲା ହେବା ସମ୍ଭାବନା ।
୭. IIT କାନପୁରରୁ ୪୯ ଛାତ୍ର-ଛାତ୍ରୀଙ୍କୁ ମିଳିଲା ଏକ କୋଟିରୁ ଅଧିକ ପ୍ୟାକେଜ୍ ।
୮. ଏକାଥରକେ ମହାରାଷ୍ଟ୍ରରୁ ୭, ରାଜସ୍ଥାନରୁ ୯ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ।
୯. ଜୁନିୟର ହକି ବିଶ୍ୱକପ୍ ଚାମ୍ପିୟନ ହେଲା ଆର୍ଜେଣ୍ଟିନା । ଜର୍ମାନୀକୁ ୪-୨ ଗୋଲରେ ହରାଇ ବିଶ୍ୱ ବିଜେତା ।
୧୦. ଖୁସିଖବର ! ଡିସେମ୍ବର ୧୫ ରୁ ଆରମ୍ଭ ହେବ ଓଲାର ଇଲେକ୍ଟ୍ରିକ ସ୍କୁଟର S1 ଓ S1 Proର ଡେଲିଭରୀ ।
୧୧. ସୋମବାର ଭାରତ ଆସିବେ ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟ୍ଟିନ, ପିଏମ୍‌ ମୋଦିଙ୍କ ସହ ଶିଖର ସମ୍ମିଳନୀରେ ହେବେ ସାମିଲ । ଶିଖର ସମ୍ମିଳନୀରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ଉର୍ଜା ଏବଂ ଜ୍ଞାନକୌଶଳ ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ୍ଣ ଚୁକ୍ତିନାମା ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି ।
୧୨. ଡ୍ରାଗ୍-ଫ୍ଲିକର୍ ଗୁରଜିତ୍ କୌରଙ୍କ ୫ ଗୋଲ୍ ବଳରେ ଭାରତ ମହିଳା ଏସିଆନ୍ ଚାମ୍ପିୟନ୍ସ ଟ୍ରଫିରେ ତା’ର ପ୍ରଥମ ମ୍ୟାଚରେ ଥାଇଲ୍ୟାଣ୍ଡକୁ ୧୩-୦ ଗୋଲର ବିଶାଳ ବ୍ୟବଧାନରେ ହରାଇ ଅଭିଯାନ ଆରମ୍ଭ କରିଛି ।
୧୩. ଭୁବନେଶ୍ୱରସ୍ଥିତ ସିଏସଆଇଆର-ଆଇଏମଏମଟିଠାରେ ନୂତନ ବ୍ୟବସ୍ଥା ସୌଧକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ।
୧୪. ଇଣ୍ଡୋନେସିଆ ରେ ହଠାତ୍ ଦିନରେ ଅନ୍ଧାର ଛାଇଗଲା, ଦେଖୁ ଦେଖୁ ମାଡିଆସିଲା ଉତ୍ତପ୍ତ ଲାଭା ! ଏଯାଏଁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିବା ଖବର ମିଳିଛି ।
୧୫. ଭୁବନେଶ୍ୱରରୁ ଗତ ୨୪ ଘଣ୍ଟାରେ ୮୧ ଜଣ କରୋନା ପଜିଟିଭ୍ ଚିହ୍ନଟ । ସୁସ୍ଥ ହେଲେ ଆଉ ୧୦୩ ଆକ୍ରାନ୍ତ । କରୋନାର ୨ୟ ଲହର ଆସିବା ପରେ ଭୁବନେଶ୍ୱରରେ ଏଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧୭୭୯ରେ ପହଞ୍ଚଛି । ଏଥିରୁ ୧,୧୯,୪୬୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦୮୭ ଜଣଙ୍କର ମୃତ୍ୟୁ ହୋଇଛି ।
୧୬. ବଲିଉଡ୍‌ ଅଭିନେତ୍ରୀ ଜାକ୍ୟୁଲିନ ଫର୍ଣ୍ଣାଣ୍ଡିଜଙ୍କୁ ବିଦେଶ ଗସ୍ତ ପୂର୍ବରୁ ମୁମ୍ବାଇ ବିମାନବନ୍ଦରରେ ରୋକିଲେ ଇଡି କର୍ତ୍ତୃପକ୍ଷ ।
୧୭. ଭାରତୀୟ-ଆମେରିକୀୟ ଗଣିତଜ୍ଞ ନିଖିଲ ଶ୍ରୀବାସ୍ତବଙ୍କୁ ସିପ୍ରିଆନି ଫୋଏସ୍ ପୁରସ୍କାର ।
୧୮. ବହୁ ପ୍ରତୀକ୍ଷିତ ଓଡ଼ିଶା ଶିକ୍ଷା ସମ୍ମାନ ୨୦୨୧ ପ୍ରଦାନ ସମାରୋହ ଚଳିତ ଡିସେମ୍ବର ୧୧ ତାରିଖ ସଂଧ୍ୟା ୬ଟା ୩୦ରେ ସ୍ଥାନୀୟ ହୋଟେଲ ଏକ୍ସେଲେନ୍ସି ପରିସରରେ ଅନୁଷ୍ଠିତ ହେବ ।
୧୯. ତଥ୍ୟର ଗୋପନୀୟତା, କ୍ରିପ୍ଟୋକରେନ୍ସି ବିଲ୍ ଓ ବ୍ଲକ୍‌ଚେନ୍ ପ୍ରଯୁକ୍ତିକୁ ମୁକେଶ ଅମ୍ବାନିଙ୍କ ସମର୍ଥନ ।
୨୦. ବିଜେପିରେ ଯୋଗଦେଲେ ଜେଡିୟୁ ନେତା କେସି ତ୍ୟାଗୀଙ୍କ ପୁଅ ଅମ୍ରିଶ ।
➡️କରୋନା ଯୁଦ୍ଧରେ ଗୋଟିଏ ନୀତି, ନିୟମ ଭାଙ୍ଗିଲେ ଆସେ ବିପତ୍ତି, ନୀୟମକୁ ମାନି ଚଳିବା, କରୋନା ଯୁଦ୍ଧରେ ଜିଣିବା- ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡିଶା ସରକାର ।

Leave A Reply

Your email address will not be published.