ଜଗନ୍ନାଥ ଘାଟରେ ବୁଡି ଜଣେ ମୃତ୍ୟୁ

ପୁରୀ,୨୭/୬(ଏସଏସନିଉଜ) ସମୁଦ୍ରରେ ଗାଧୋଉଥିବା ବେଳେ ପଶ୍ଚିମବଙ୍ଗ ଉତ୍ତର ଚବିଶ ପ୍ରଗଣା ଅଞ୍ଚଳର ଦତ୍ତପୋଖରୀ ଗାଁର ବାସିନ୍ଦା ରତନ ସାମନ୍ତ ନାମକ ପର‌୍ୟ୍ୟଟକଙ୍କ ମୃତ୍ୟୁ ଘଟିଛି। ସେ ଅନ୍ୟ ସାଥିମାନଙ୍କ ସହ ଦୀଘା ବୁଲିବାକୁ ଅସିଥିଲେ ।ସ୍ତ୍ରୀ ଓ ୫ ବର୍ଷର ଶିଶୁକନ୍ୟା ସହ ସମୁଦ୍ରରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଥିଲା। ପୁରୁଣା ଦୀଘାର ଜଗନ୍ନାଥ ଘାଟ ନିକଟରେ ରତନ ସାମନ୍ତ (୨୫), ତାଙ୍କ ସ୍ତ୍ରୀ ଓ ୫ ବର୍ଷର ଶିଶୁ କନ୍ୟା ମଧ୍ୟ ଗାଧୋଉଥିବାବେଳେ ଢେଉ ମାଡ଼ିଆସି ତାଙ୍କୁ ଗଭୀର ସମୁଦ୍ରକୁ ଭସାଇ ନେଇଥିଲା। ଖବରପାଇ କୋଷ୍ଟ ଗାର୍ଡ ଓ ଦୀଘା ପୁଲିସ ଏକ ପାୱାର ବୋଟ ଯୋଗେ ବହୁ ଖୋଜାଖୋଜି ପରେ ସମୁଦ୍ର କୂଳରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ।ତାଙ୍କୁ ଦୀଘା ଡାକ୍ତରଖାନା ନିଆଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

- Advertisement -

Leave A Reply

Your email address will not be published.