ପୁଣି ମିଳିଲା ଆଉ ଏକ ହାତୀକଙ୍କାଳ

0 193

କଟକ,୨୭/୬(ଏସଏସନିଉଜ)ବଡ଼ମ୍ବା ବନାଞ୍ଚଳର ଗୋପପୁର ରେଞ୍ଜ ମଣ୍ଡପ ରିଜର୍ଭ ଜଙ୍ଗଲରୁ ଏକ ହାତୀର କଙ୍କାଳ ଠାବ ହୋଇଛି। ଆଜି କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ ଦ୍ୱାରା ହାତୀ କଙ୍କାଳ ଠାବ ହୋଇଛି ।ତେବେ ଏହି ହାତୀର ମୃତ୍ୟୁ ର କାରଣ ନେଇ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ।ଏହି ଘଟଣାପରେ ଆଠଗଡ଼ ଡିଏଫ୍ଓ, ଅନୁଗୁଳ ସର୍କଳର ସିସିଏଫ୍, କ୍ରାଇମବ୍ରାଞ୍ଚର ଜଣେ ଡିଏସ୍‌ପି ମିଳିତ ଭାବେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଠାବ ହୋଇଥିବା ଏହି ହାତୀ କଙ୍କାଳଟି ବର୍ଷେ ତଳର ହୋଇଥିବା ଡିଏଫଓ ସୂଚନା ଦେଇଛନ୍ତି । ଏହି ଘଟଣାରେ ୩ ଜଣ ଟ୍ରାକରଙ୍କୁ ଗିରଫ କରାଯାଇଥିବାବେଳେ ରେଞ୍ଜର ଓ ଫରେଷ୍ଟର ଫେରାର୍ ଥିବାରୁ ସେମାନଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି ବୋଲି ପିସିସଏଫ ଶଶି ପଲ୍ କହିଛନ୍ତି ।

 

Leave A Reply

Your email address will not be published.