ରଥଯାତ୍ରାକୁ ନେଇ ପୋଲିସ ବିଭାଗର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

0 124

ପୁରୀ,୨୭/୬(ଏସଏସନିଉଜ)ଆସନ୍ତା ଜୁଲାଇ୧ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତହେବାକୁ ଯାଉଛି । ଏନେଇ ପୋଲିସ୍ ପ୍ରଶାସନ ସମ୍ପୁର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ବୋଲି ଆରକ୍ଷୀମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ମତବ୍ୟକ୍ତ କରିଛନ୍ତି । ସୋମବାର ପୂର୍ବାହ୍ନରେପୁରୀସ୍ଥିତ ଟାଉନ୍‌ହଲ୍ ପରିସରରେ ଡିଜିି ବଂସଲଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଲକ୍ଷାଧିକ ଭକ୍ତ ପୁରୀକୁ ଆସିବାର ସମ୍ଭାବନା ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ଉପଯୁକ୍ତ ସେବା ଓ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ ବୋଲିଡିଜିି ବଂସଲ ଗୁରୁତ୍ୱା ରୋପ କରିଛନ୍ତି । ଏହାସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଏବଂରଥଯାତ୍ରାର ସୁରିଚାଳନା ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ରଥଯାତ୍ରା ଡ୍ୟୁଟିରେଅଭିଜ୍ଞତା ସମ୍ପନ୍ନ ପୋଲିସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର,ଶ୍ରୀଗୁଣ୍ଡିଚା ମନ୍ଦିର ଏବଂ ତିନି ରଥ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହଅଘଟଣ ମୁକ୍ତ ରଥଟଣା ଏବଂ ରଥଯାତ୍ରା ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛିବୋଲି ଡିଜି କହିଛନ୍ତି ।ସମୀକ୍ଷା ବୈଠକକୁ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ୍ ଓ ଶୃଙ୍ଖଳା) ଶ୍ରୀଆର୍‌.କେ. ଶର୍ମା ପରିଚାଳନା କରିଥିବା ବେଳେ ଶୃଙ୍ଖଳିତ ରଥଯାତ୍ରା ସମାପ୍ତ କରିବା ନିମନ୍ତେପୋଲିସ୍ ପ୍ରଶାସନର ଅଧିକାରୀ,କର୍ମଚାରୀଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତକରିଥିଲେ । ରଥଯାତ୍ରା ନିମନ୍ତେ ୧୮୦ ପ୍ଲାଟୁନ୍ ଫୋର୍ସ, ୧୮ଜଣ ଏସ୍‌ି ର‌୍ୟାଙ୍କ୍‌ରଅଧିକାରୀ, ୩୩ ଜଣ ଅତିରିକ୍ତ ଏସ୍‌ି, ୭୪ ଡିଏସ୍‌ି, ୧୩୬ ଇନ୍‌ସପେକ୍ଟର ,୭୨୧ଏସ୍‌ଆଇ/ଏଏସ୍‌ଆଇ,୧୦୭ ହାବିଲଦାର, ୬୭୩ କନେଷ୍ଟବଳ, ୨୦୦୮ହୋମ୍‌ଗାର୍ଡ ନିୟୋଜିତ କରାଯାଇଛି ବୋଲି ଶର୍ମା ସୂଚନା ଦେଇଥିଲେ । କୌଣସି ଅଘଟଣକୁ ପ୍ରତିହତ କରିବା ନିମନ୍ତେ ପୋଲିସ୍ ପ୍ରଶାସନ ସଜାଗ ରହିଥିବା ଶର୍ମାମତବ୍ୟକ୍ତ କରିଥିଲେ । ପ୍ରତିଟି ଭକ୍ତ ଯେମିତି ଭଲ ଅନୁଭୂତି ନେଇ ଫେରିବେ ସେ ଦିଗରେଯତ୍ନବାନ୍ ହେବାକୁ ସେ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।ଆଇଜି (ଅପରେସନ୍‌) ଅମିତାଭ ଠାକୁର କହିଥିଲେ ଯେ, ପୁରୀ ସହରରେ ଟ୍ରାଫିକ୍

ବ୍ୟବସ୍ଥାକୁସୁନିୟନ୍ତ୍ରିତ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣକରାଯାଇଛି । ଟ୍ରାଫିକ୍ ବ୍ୟବସ୍ଥାକୁ ଦୃଷ୍ଟିରେ ରଖିପୁରୀ ସହରକୁ ମୋଟ ୧୦ଟି ଜୋନ୍ ଓ ୨୯ଟି ସେକ୍ଟର୍‌ରେ ଭାଗ କରାଯାଇଛି । ଏହାସହଦୁଇ ଚକିଆ, ଚାରି ଚକିଆ ଯାନ ପାର୍କିଂ ନିମନ୍ତେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇଛିବୋଲି ମତବ୍ୟକ୍ତ କରିଥିଲେ । ସେହିରି ଆଇଜି (ହେଡ୍‌କ୍ୱାଟର୍ସ) ଏସ୍‌.ଏସ୍ ଦେବଦତ ସିଂରଥଟଣା ସମୟରେ ଭକ୍ତଙ୍କ ପ୍ରବଳ ସମାଗମକୁ ଲକ୍ଷ୍ୟ କରି ଭିଡ ନିୟନ୍ତ୍ରଣ କରିବାକୁ ଉପଯୁକ୍ତବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ । ଏହାସହ ଦକ୍ଷିଣାଂଚଳ ଆଇଜିସତ୍ୟବ୍ରତ ଭୋଇ ଶୃଙ୍ଖଳିତ ରଥଯାତ୍ରା ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପସଂକ୍ରାନ୍ତରେ ସୂଚନା ଦେଇଥିଲେ ।ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ ସଞ୍ଜୀବ ପଣ୍ଡା ରଥଯାତ୍ରା ସମୟରେ କର୍ତବ୍ୟନିଷ୍ଠ ତଥା ଦାୟିତ୍ୱସମ୍ପନ୍ନ ହୋଇ କାର୍ଯ୍ୟ ତୁଲାଇବାକୁ ଉପସ୍ଥିତ ପୋଲିସ୍ ଅଧିକାରୀ,କର୍ମଚାରୀଙ୍କୁ ପରାମର୍ଶଦେଇଥିଲେ । ଶ୍ରୀଜଗନ୍ନାଥ ମନ୍ଦିର ହାଇ ସିକ୍ୟୁରିଟି ଜୋନ୍‌ରେ ରହୁଥିବାରୁ ରଥଯାତ୍ରା ସମୟରେ ଏହାର ଗୁରୁତ୍ୱ ବହୁମାତ୍ରାରେ ବଢି ଯାଇଥାଏ । କୌଣସି ଅଘଟଣକୁ ଏଡାଇବା ପାଇଁ ବମ୍‌ଡିସ୍‌ପୋଜାଲ୍ ସ୍କ୍ୱାଡ୍‌, ପୁରୀର ପ୍ରବେଶ ପଥରେ ଅଟିିଂ ଟେରୋରିଷ୍ଟ ସ୍କ୍ୱାଡ୍‌, ସ୍ପେଶାଲଟାକ୍‌ଟିକାଲ ୟୁନିଟ୍ ଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ ।କୌଣସି ସନ୍ଦେହଜନକ ବସ୍ତୁ କିମ୍ବା ବ୍ୟକ୍ତି ନଜରକୁ ଆସିଲେ ବିଳମ୍ବ ନ କରି ତୁରନ୍ତ ଉପରିସ୍ଥଅଧିକାରୀଙ୍କୁ ଜଣାଇବାକୁ ପଣ୍ଡା ପରାମର୍ଶ ଦେଇଥିଲେ ।ଏହି ଅବସରରେ ଅତିରିକ୍ତ ଡିଜି ି (ପୂର୍ବତଟ ରେଳପଥ ଓ ଉପକୂଳ ସୁରକ୍ଷା)ସୁଧାଂଶୁ କୁମାର ଷଡ଼ଙ୍ଗୀ ୧୧୪୧ ଜଣ କର୍ମଚାରୀଙ୍କୁ ରଥଯାତ୍ରା ଡ୍ୟୁଟିରେ ନିୟୋଜିତକରାଯିବ ବୋଲି ସୂଚନା ଦେଇଥିଲେ । ଏହାସହ ପୁରୀ ସହର ଦେଇ ଟ୍ରେନ୍ ଚଳାଚଳକରୁଥିବା ଯୋଗୁଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇପାରେ । ତେବେ ଏହାକୁ ପ୍ରତିହତ କରିବାକୁଉଭୟ ଆର୍‌ିଏଫ୍ ଏବଂ ରେଳବାଇ ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛିବୋଲି ମତବ୍ୟକ୍ତକରିଥିଲେ । ରେଳ ଷ୍ଟେସନ୍‌ରେ ଦଳଚକଟା ଭଳି ଆକସ୍ମିକ ଅଘଟଣନିମନ୍ତେ ସଜାଗ ରହିଥିବା କଥା ସେ ଉଲ୍ଲେଖ କରିଥିଲେ । ଏହାସହ ପୁରୀ ଉପକୂଳରେ ସମୁଦ୍ରଭିତରେ ୧୨ ନୋଟିକାଲ ମାଇଲ୍ ପର୍ଯ୍ୟନ୍ତ ପାଟ୍ରୋଲିଂ କରାଯିବ ବୋଲି ଷଡ଼ଙ୍ଗୀ ସୂଚନାଦେଇଥିଲେ । ଏହାସହ ବାହ୍ୟଶତ୍ରୁ ଆକ୍ରମ ଣକୁ ପ୍ରତିହତ କରିବା ପାଇଁ ଭାରତୀୟ ନୌସେନାକୁମଧ୍ୟ ସଜାଗ ରଖାଯାଇଛି ବୋଲି ସେ କହିଥିଲେ ।ଆଜିର ଏହି ସମୀକ୍ଷା ବୈଠକରେ ପ୍ରଥମେ ଆଇଜି(କେନ୍ଦ୍ରାଂଚଳ) ନରସିଂହ ଭୋଳ ଡିଜିି ତଥା ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ସ୍ୱାଗତ କରିଥିଲେ । ଉକ୍ତ ବୈଠକରେ ଡିଆଇଜି (ଏସ୍‌ଟିଫ୍‌) ଜୟ ନାରାୟଣ ପଙ୍କଜ, ଡିଆଇଜି(ଏସ୍‌ଆଇଡବ୍ଲ୍ୟୁ) ଅନିରୁଦ୍ଧ କୁମାରସିଂ, ଡିଆଇଜି (ଗୁଇନ୍ଦା) ଅନୁ୍ କୁମାର ସାହୁ, ଭୁବନେଶ୍ୱର-କଟକ କମିଶନରେଟ ପୋଲିସ୍‌ଅତିରିକ୍ତ ସିି ଡ. ଉମାଶଙ୍କର ଦାଶ, ପୁରୀ ଏସ୍‌ି କନୱର୍ ବିଶାଲ ସିଂଙ୍କ ସମେତ ବହୁବରିଷ୍ଠ ପୋଲିସ୍ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.