ଜନକ ହେଲେ ଦାଢା ସେବାସମବାୟସମିତି ସଭାପତି

0 221

ବାରଙ୍ଗ,୨୭/୬(ଏସଏସନିଉଜ) ଭୂବନେଶ୍ଵର ବ୍ଳକ ଅନ୍ତର୍ଗତ ଦାଢ଼ାସେବା ସମବାୟ ସମିତି ର ସଭାପତି ନିର୍ବାଚନ ସୋମବାର ହୋଇଯାଇଛି ।ଜନକ ମାଝୀ ଅପ୍ରତିଦ୍ବନ୍ଦି ଭାବେ ଚତୁର୍ଥ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।ଗତ୬ ତାରିଖରେ ନିର୍ଦ୍ୱନ୍ଦରେ ଏହି ସମିତିର ୧୫ଜଣ ନିର୍ଦ୍ଦେଶକ ନିର୍ବାଚିତ ହୋଇଥିଲେ ।ସୋମବାରଦିନ ସମିତି ପରିସରରେ ଆୟୋଜିତ ସଭାପତି ନିର୍ବାଚନରେ ଶଶି ଶେଖର ରଥ, ଜିତିଶ କୁମାର ରାଉତରାୟ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିବାବେଳେ ସଂପାଦକ ପାତଞ୍ଜଳିପ୍ରଧାନ ଓ ନବ ନିର୍ବାଚିତ ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ ।ନବନିର୍ବାଚିତ ନିର୍ଦେଶକ ମାନେ ଜନକ ମାଝିକୁ ସଭାପତି ଭାବେ ସମର୍ଥନ କରିଥିବାରୁ ସେ ନିଦ୍ବନ୍ଦରେ ସଭାପତି ହୋଇ ଥିଲେ ।ନିର୍ବାଚନରେ ଜିତି ସାରିବାପରେ ଜନକ ମାଝି ନିର୍ଦେଶକ ମାନଙ୍କ ଉପସ୍ଥିତିରେ ସଭାପତି ଦାୟିତ୍ୱ ଗ୍ରହଣ କରିଥିଲେ ।

Leave A Reply

Your email address will not be published.