ଚେତାବନୀ ଦେଲେ ବିଧାୟକ

0 155

ମେଣ୍ଢାଶାଳ, ୨୭/୬(ଏସଏସନିଉଜ)ଜଟଣୀ ଅଂଚଳରୁ ସରକାର ଇଡ଼ିକୋ କୁ ଶହଶହ ଏକର ଜମି ବେଆଇନି ଭାବେ ଯୋଗେଇଦେଇ ସ୍ଥାନୀୟ ଅଞ୍ଚଳ ବାସି ଙ୍କ ସମସ୍ୟା କୁ ଅଣଦେଖା କରିଆସୁଛନ୍ତି । ଶ୍ମଶାନ, ଜଙ୍ଗଲ ଜମି, ଶିକ୍ଷାନ୍ୟୁଷ୍ଠାନ ପାଇଁ ଥିବା ସରଂକ୍ଷିତ ଜମି କୁ ସରକାରୀ ଦଳର ଜମି ମାଫିଆ ଙ୍କ ଦ୍ୱାରା ନିଜର କରି ଚାଷ ଜମିକୁ ରାସ୍ତା ନଦେଇ ଚାଷୀଙ୍କୁ ହଇରାଣ କରୁଛନ୍ତି ।ସେଇ ସବୁ ଅଞ୍ଚଳରେ ବିଭିନ୍ନ କମ୍ପାନୀ ମାନଗୁଡିକ ସ୍ଥାପନ କରିବା ଲାଗି ସୁଯୋଗ ଦେଉଥିବା ସମୟରେ ସେହି ସବୁ କମ୍ପାନୀ ମାନେ ସ୍ଥାନୀୟ ବେକାରୀ ଯୁବକ ଯୁବତୀ ମାନଙ୍କୁ ଶିକ୍ଷା ଅନୁଯାଇ ଉପଯୁକ୍ତ ନିଯୁକ୍ତି ଦେଉନାହାନ୍ତି ଏବଂ ସେଇ ସବୁ ଶିଳ୍ପାଞ୍ଚଳ ଗୁଡିକରେ ଗଢି ଉଠୁଥିବା କାର‌୍ୟ୍ୟ ସବୁ ଅଣ ଓଡ଼ିଆ ଠିକା ସଂସ୍ଥା ମାନଙ୍କୁ ଅଗ୍ରାଧିକାର ଦିଆଯାଉଛି । ଏହାକୁ ନେଇ ଜନସାଧାରଣଙ୍କ ସହ ସ୍ଥାନୀୟ ବିଧାୟକ ସୁରେଶ କୁମାର ରାଉତରାୟ ଛତାବର ଶିଳ୍ପାଞ୍ଚଳ ସମ୍ମୁଖରେ ଗଣଧାରଣା ଦେଇଛନ୍ତି । ଏହାସହ ବିଧାୟକ ଇଡିକୋକୁ ଚିଠି ମାଧ୍ୟମରେ ଚେତାବନୀ ମଧ୍ୟ ଦେଇଛନ୍ତି । ଆସନ୍ତା ୨ମାସ ଭିତରେ ହସ୍ତକ୍ଷେପ ନକଲେ ଆଗାମିଦିନରେ ହଜାର ହଜାର ଲୋକଙ୍କୁ ଧରି ଇଡ଼ିକୋ ମୁଖ୍ୟ କାର‌୍ୟ୍ୟାଳୟ ଆଗରେ ଧାରଣା ଦେବେ. ବୋଲି ବିଧାୟକ ଚେତାବନୀ ଦେଇଛନ୍ତି ।ଏଥିରେ ଜଟଣୀ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟଙ୍କ ସହ କ୍ୟାପଟେନ ମନ୍ମଥ ରାଉତରାୟ,ଜଟଣୀ ବ୍ଲକ ସଭାପତି ଧନେଶ୍ୱର ରାଉତରାୟ,ଅଙ୍ଗାରପଡା ପୂର୍ବତନ ସରପଞ୍ଚ ଅମୀୟ ରଞ୍ଜନ ସ୍ୱାଇଁ,ଛଣଘର ପୂର୍ବତନ ସରପଞ୍ଚ ସୁନୀଲ କୁମାର ରାଉତରାୟ, ତାରାବଇ ପୂର୍ବତନ ସରପଞ୍ଚ ମହମଦ ଆବ୍ରାର,କଂଗ୍ରେସ ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ରାଉତରାୟ,ସମାଜସେବି ଵିଷ୍ଣୁ ପ୍ରସାଦ ବାହିନୀପତି, ସୋମ୍ୟରଞ୍ଜନ ମହାରଥୀ ପ୍ରମୁଖ ଉପସ୍ଥିତ ଥିଲେ ।

 

 

Leave A Reply

Your email address will not be published.