ପାଣିଟାଙ୍କିରେ ଚଢିଲେ, ଉପ୍ତାତ କଲେ ଯୁବକ

0 253

ବାରଙ୍ଗ,୨୭/୬(ଏସଏସନିଉଜ)ରବିବାର ବିଳମ୍ଭିତ ରାତିରେ ଜଣେ ମଦ୍ୟପ ଯୁବକ ପାଣିଟାଙ୍କି ଉପରକୁ ଚଢିଯାଇ ଉପ୍ତାତ କରିଛି ।କେବଳ ଉପ୍ତାତ ନୁହେଁ ଆତ୍ମହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲା ।ପରେ ସ୍ଥାନୀୟ ଲୋକମାନେ ବହୁବୁଝସୁଜା କରିବାପରେ ପ୍ରାୟ୫୦/୬୦ଫୁଟ ପାଣିଟାଙ୍କି ଉପରୁ ଓହ୍ଲାଇଥିଲା ।
ବେଲଗଛିଆ ଗାଁରେ ଥିବା ଏକ ପାଣିଟାଙ୍କି ଉପରେ ରବିବାର ବିଳମ୍ଭିତରାତିରେ ଏହି ଗାଁର ହେମଲ ଓଝା ନାମକ ଯୁବକ ଅତ୍ୟଧିକ ମଦ୍ୟପାନ କରି ଚଢିଯାଇଥିଲା ।ଟାଙ୍କିଉପରକୁ ଚଢିଯାଇ ଅଶ୍ଲିଳଭାଷାରେ ଗାଳିଗୁଲଜ କରିଥିଲା ।ଏହି ଗାଁର କିଛି ଯୁବକ ଏହାଜାଣିପାରି ତାକୁ ଟାଙ୍‌କି ଉପରୁ ତଳକୁ ଓହ୍ଲାଇବାକୁ କହିଥିଲେ ।ଏହାପରେ ସେ ଅଶ୍ଲିଳଭାଷାରେ ଗାଳିଗୁଲଜ କରିଥିଲା ।ପ୍ରାୟ ଦେଢଘଂଟା କାଳ ଏପରି ଉତ୍ପାତ କରିବାପରେ ସାଢେ୧୧ଟାରେ ମଦ୍ୟପ ଯୁବକର ଜଣେ ସହଯୋଗୀ ତାକୁ ବୁଝାସୁଜା କରିବାପରେ ତଳକୁ ଓହ୍ଲାଇଥିଲା ।ଅନ୍ୟପଟେ ଏହି ଉଚ୍ଚ ପାଣିଟାଙ୍କିର ଚର୍ତୁପାଶ୍ୱର୍ରେ ପାଚେରୀ କରାଯାଇଥିବାବେଳେ ଫାଟକ ଲାଗିନଥିବାରୁ ସାଧାରଣଲୋକମାନେ ନିବିଘ୍ନରେ ପାଣିଟାଙ୍କି ଉପରକୁ ଯିବାପାଇଁ କରାଯାଇଥିବା ପାହଚ ଦେଇ ଉପରକୁ ଉଠିଯାଉଛନ୍ତି ।ଗ୍ରାମିଣ ପାନୀୟଜଳଯୋଗାଣ ବିଭାଗର ଅଧିକାରୀମାନଙ୍କର ଏହିଭଳି ଦାୟିତ୍ୱହିନତା କାର୍ଯ୍ୟକୁ ନେଇ ଗ୍ରାମରେ ଏବେ ଅସନ୍ତୋଷ ଦେଖାଦେଇଛି ।

Leave A Reply

Your email address will not be published.