ଓଲଟିଲା କୋଇଲା ବୋଝେଇ ଟ୍ରକ

0 286

ବାରଙ୍ଗ,୨୭/୬(ଏସଏସନିଉଜ)ସୋମବାର ସକାଳେ ଗୋଡିସାହି ଫାଣ୍ଡିଠାରୁ ଅଳ୍ପ ଦୁରରେ ଏକ କୋଇଲାବୋଝେଇ ଟ୍ରକ ଭାରସମ୍ୟ ହରାଇ ପୁରୀମେନକେନାଲରାସ୍ତା ତଳକୁ ଓଲଟିପଡିଛି । ଓଆର୦୫ଏ-୫୧୦୦ନଂ କୋଇଲାବୋଝେଇ ଟ୍ରକଟି ସାନମୁଣ୍ଡଳୀଗାଁପାଖରୁ ପୁରୀମେନକେନାଲ ଦେଇ ଆସୁଥିଲା । ଗୋଡିସାହି ବ୍ରିଜ ପାଖରେ କେନାଲରାସ୍ତାରୁ ସଂଯୋଗଥିବା କଟକ-ବାଙ୍କୀ ମୁଖ୍ୟରାସ୍ତାକୁ ଟ୍ରକଟି ଉଠୁଥିବାବେଳେ ଭାରସମ୍ୟ ହରାଇ କେନାଲର ଅପରପାଶ୍ୱର୍କୁ ଓଲଟିପଡିଥିଲା । ଦୁର୍ଘଟଣା ପରେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।ଖବର ପାଇ ଗୋଡିସାହି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚି ଦୁର୍ଘଟଣାଗ୍ରସ୍ଥ ଟ୍ରକକୁ

ଜବତ କରିଛି ।ଅନ୍ୟପଟେ ପୁରୀମେନ କେନାଲ ବନ୍ଧର ସୁରକ୍ଷା ପାଇଁ ଭାରିଯାନ ଯାତାୟତକୁ ଜଳସମ୍ପଦ ବିଭାଗ ପକ୍ଷରୁ ବାରଣ କରାଯାଇଥିବାବେଳେ ଏହାକୁ ଗାଡିଚାଳକମାନେ ମାନୁନଥିବାର ଦେଖିବାକୁ ମିଳୁଛି । ଯାହାଫଳରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଜଳସମ୍ପଦ ବିଭାଗ ରାସ୍ତା ମରାମତି କରୁଛି ହେଲେ ମାଲବୋଝେଇ ଟ୍ରକସବୁଚାଲିବା ଯୋଗୁ ରାସ୍ତା ଅଳ୍ପଦିନ ମଧ୍ୟରେ ଭାଙ୍ଗିରୁଜି ଯାଉଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.