କରୋନା ପାଇଁ ଗାଡ଼ି ଚଳାଚଳ ଉପରେ କଟକଣା:ଯୁଗ୍ମ ଦିନରେ ଯୁଗ୍ମ ଗାଡି ଅଯୁଗ୍ମ ଦିନରେ ଅଯୁଗ୍ମ ନମ୍ବର ଗାଡି ଚାଲିବ

0 464

ଭୁବନେଶ୍ବର:୨୦/୩(ଏସଏସଏନ୍) କରୋନା ପାଇଁ ଗାଡ଼ି ଚଳାଚଳ ଉପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅଡ-ଇଭିନ କଟକଣା ଯାରି କରାଯାଇଛି ।  ବସ, ଟ୍ୟାକ୍ସି, ଅଟୋରିକ୍ସା ଭଳି ପବ୍ଲିକ ଟ୍ରାନ୍ସପୋର୍ଟରେ କଟକଣା ହୋଇଥିବା ସୁଚନା ମିଳିଛି ।  ଅଡ୍‌ ଦିନରେ ଅଡ୍‌ ନମ୍ବର, ଇଭିନ ଦିନରେ ଇଭିନ ନମ୍ବର ଗାଡ଼ି ଚାଲିବ । ଘରୋଇ, ହସ୍ପିଟାଲ, ଜରୁରୀ ସେବା ଗାଡ଼ି ଉପରେ କଟକଣା ନଥିବା ସୁଚନା ମିଳିଛି । ଏହି ଫର୍ମୁଲା  ଦିଲ୍ଲୀ ସରକାରଙ୍କ ଭଳି ଓଡ଼ିଶା ସରକାର ଅଡ୍‌-ଇଭିନ(ଯୁଗ୍ମ-ଅଯୁଗ୍ମ) ଫର୍ମୁଲା ଲାଗୁ କରିବାକୁ ଯାଉଛନ୍ତି। ଆସନ୍ତା କାଲି ଅର୍ଥାତ ଶନିବାରଠାରୁ ଏହି ବ୍ୟବସ୍ଥା ଭୁବନେଶ୍ଵରରେ ଲାଗୁ ହେବ। ତେବେ ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ଏହି ନିୟମ ଲାଗୁ ହେଉଥିବାବେଳେ ଭୁବନେଶ୍ଵରରେ ଏହା କରୋନା ଭୂତାଣୁର ମୁକାବିଲା ସକାଶେ କାର୍ଯ୍ୟକାରୀ ହେବ। ମାତ୍ର ଘରୋଇ ଗାଡ଼ିଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେବ ନାହିଁ। କେବଳ ସରକାରୀ ଯାନ ଏଥିରେ ସାମିଲ ହେବେ। ଜରୁରିକାଳୀନ ସେବାରେ ନିୟୋଜିତ ଗାଡ଼ିଗୁଡ଼ିକ ଏଥିରୁ ବାଦ୍‌ ପଡ଼ିବେ। ଅଯୁଗ୍ମ ତାରିଖରେ ଅଯୁଗ୍ମ ନମ୍ବର ଥିବା ସରକାରୀ ଯାନବାହନ ଚଳାଚଳ କରିବ। ସେହିପରି ଯୁଗ୍ମ ତାରିଖରେ ଯୁଗ୍ମ ନମ୍ବର ବିଶିଷ୍ଟ ଗାଡ଼ି ଚାଲିବ। ଅର୍ଥାତ୍‌ ଆସନ୍ତା କାଲି ୨୧ ତାରିଖ ଥିବାରୁ ଏହି ଦିନ କେବଳ ଅଯୁଗ୍ମ ନମ୍ବର ଥିବା ସରକାରୀ ଯାନ ଚାଲିବ। ୨୨ ତାରିଖରେ ଯୁଗ୍ମ ନମ୍ବର ଥିବା ଗାଡ଼ି ଚଳାଚଳ କରିବ ବୋଲି ଭୁବନେଶ୍ଵର ମହାନଗର ନିଗମ(ବିଏମସି) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.