ନବୀନଙ୍କ ଘୋଷଣା –ଓଡିଶାପାଇଁ ୨୨ଶହ କୋଟିର ପ୍ୟାକେଜ

0 321

ଭୁବନେଶ୍ୱର,୨୭/୩(ଏସଏସନିୟୁଜ)କରୋନା ଭାଇରସ ଆଜି ସାରା ବିଶ୍ୱ ପାଇଁ ବଡ ସଂକଟ ଭାବରେ ଦେଖାଦେଇଛି । ଏହି ସଂକଟ ଦ୍ୱାରା ଆମର ଗରିବଲୋକଙ୍କ ଜୀବନଜିବିକା ବିଶେଷଭାବେ ପ୍ରଭାବିତ ହେଉଛି ।ଏହାକୁ ଦୃଷ୍ଟିରେ ରଖି ଗରିବଲୋକଙ୍କ କଲ୍ୟାଣପାଇଁ ୨୨ଶହକୋଟି ଟଙ୍କାର ପ୍ୟାକେଜ୍ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ।ଖାଦ୍ୟସୁରକ୍ଷା ଯୋଜନାରେ ଥିବା ୯୪ଲକ୍ଷ ପରିବାର ୧ହଜାରେ ଟଙ୍କାର ସହାୟତା ପାଇବେ । ଏଥିପାଇଁ ୯୪୦କୋଟି ଟଙ୍କା ଖର୍ଚ୍ଚହେବ ।ବିଭିର୍ଣ ସାମାଜିକସୁରକ୍ଷାର ୪୮ଲକ୍ଷଉପଭୋକ୍ତା ୪ମାସରଭତା ଆଗୁଆ ଦିଆଯାଉଛି ।ଏଥିପାଇଁ ୯୩୨କୋଟି ଟଙ୍କା ଖର୍ଚ୍ଚହେବ ।ସେହିପରି ଆମର ୨୨ଲକ୍ଷନିର୍ମାଣଶ୍ରମିକଙ୍କୁ ରାଜ୍ୟସରକାର ୧୫୦୦ଟଙ୍କା ଲେଖାଁ ସହାୟତା ଯୋଗାଇଦେବେ ।ଏଥିରେ ୩୩୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତୀ କହିଛନ୍ତି ।ଏହି ବଡଧରଣର ପ୍ୟାକେଜ୍ ଘୋଷଣା ପରେ ଘରେ ରୁହନ୍ତୁ କରୋନାଠାରୁ ଦୁରରେ ରୁହନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.