ଟେଲିଫୋନ୍‌ରେ ହେବ ଲୋକଙ୍କ ସମାଧାନ – ଡିଜିପି

0 248

ଭୁବନେଶ୍ଵର,୨୮/୩(ଏସ୍‌ଏସ୍‌ନିୟୁଜ)ଲକ୍ ଡାଉନ ସମୟରେ ଆଉ ଥାନା କିମ୍ବା ପୋଲିସ ଜିଲ୍ଲାକାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ କି ଜନସାଧାରଣ ଆଉ ଅସୁବିଧାର ସମ୍ମୁଖିନ ହେବେ ନାହିଁ ।ଅଭିଯୋଗ କରିବାପାଇଁ ଆଉ ଥାନାକୁ ଯିବାକୁ ପଡିବ ନାହିଁ । ଟେଲିଫୋନହେଲ୍ପଲାଇନ ମାଧ୍ୟମରେ ପୋଲିସପାଖରେ ଅଭିଯୋଗ କରିବେ ଓ କରିଥିବା ଅଭିଯୋଗର ସମାଧାନ ହେବ ବୋଲି ପୋଲିସ ଡିଜିପି କହିଛନ୍ତି । ଜନସାଧାରଣଙ୍କ ସାହାର୍ଯ୍ୟପାଇଁ ରାଜ୍ୟମଧ୍ୟରେ ଥିବା୫୦୦ରୁ ଉର୍ଦ୍ଧ ଟେଲିଫୋନ ନମ୍ବରକୁ ନେଇ ବଳିଷ୍ଠ ହେଲ୍ପଲାଇନ ବ୍ୟବସ୍ଥା ହୋଇଛି ।ପ୍ରତ୍ୟେକ ଜିଲ୍ଲାପୋଲିସସଦର ମହକୁମାରେ କିମ୍ବା ଏକାଧିକ ଫୋନକୁ ନେଇ ନିୟନ୍ତ୍ରଣକକ୍ଷ କାର୍ଯ୍ୟ କରୁଛି । ଜନସାଧାରଣ ଏହି ନିୟନ୍ତ୍ରଣକକ୍ଷରେ ସେମାନଙ୍କ ଅଭିଯୋଗ ଦରଜ କରିପାରିବେ । ଜିଲ୍ଲାନିୟନ୍ତ୍ରଣ କକ୍ଷରେ କାଯ୍ୟଭାରକୁ ଦେଖି ଅଧିକ ସଂଖ୍ୟକ ଲୋକ ଏବଂ ଫୋନର ବ୍ୟବସ୍ଥା କରାଯାଇଛି । ଜିଲ୍ଲା କଂଟ୍ରୋଲରୁମର ଟେଲିଫୋନ ନମ୍ବର ସହ ସବୁଥାନାର ଲ୍ୟାଣ୍ଡଫୋନ୍ ଏବଂ ସିୟୁଜିମୋବାଇଲ ଫୋନନମ୍ବର ଗୁଡିକ ସଂମ୍ପୃକ୍ତ ଜିଲ୍ଲାର ଟୁଇଟର,ଫେସବୁକ୍‌,ଗଣମାଧ୍ୟମରେ ପ୍ରକାଶିତ କରାଯାଇଛି ।ଜିଲ୍ଲାଆରକ୍ଷୀ ଅଧିକ୍ଷକ ଏବଂ ଡିସିପିମାନେ ବ୍ୟକ୍ତିଗତଭାବେ ଥାନାମାନଙ୍କରେ ଏହି ଟେଲିଫୋନରେ ଆସିଥିବା ଅଭିଯୋଗ ଗୁଡିକର ସମାଧାନ ବ୍ୟବସ୍ଥାର ସମିକ୍ଷା କରୁଛନ୍ତି ।ଜିଲ୍ଲା ଓ ଥାନା ସ୍ଥରର ନିୟନ୍ତଣ କକ୍ଷଗୁଡିକର ଫୋନନମ୍ବର ସବୁ ଓଡିଶାପୋଲିସ ୱେବସାଇଟରେ ଅପଲୋଡ କରାଯାଇଛି ବୋଲି ଡିଜିପି କହିଛନ୍ତି ।

Leave A Reply

Your email address will not be published.