ପୁଣି ଚର୍ଚ୍ଚାକୁ ଆସିଲା ନନ୍ଦନକାନନ

ନନ୍ଦନକାନନରେ ଠିକାଦାରକୁ ଧକ୍କାଦେଲା ବେଟାରୀଅଟୋ

0 160

ବାରଙ୍ଗ,୧୭/୧୨(ଡିଏନଏ)ପ୍ରାଣୀଉଦ୍ୟାନ ନନ୍ଦନକାନନ ଅଧିକ ରାଜସ୍ୱପାଇବା ଆଶାରେ ଘରୋଇ କରଣକୁ ଗୁରୁତ୍ୱ ଦେଉଥିବା ଏହାକୁ ନେଉଥିବା ଠିକାଦାରମାନଙ୍କ ପ୍ରତି କୋହଳମନୋଭାବ ପୋଷଣ କରୁଥିବାରୁ ବିବାଦ ମଧ୍ୟକୁ ଟାଣି ହେଉଛି ।ଶନିବାରଦିନ ପୁଣି ଏକ ବିବାଦ ମଧ୍ୟରେ ଫସିଛି ନନ୍ଦନକାନନ ।ଘରୋଇକରଣରେ ନେଇ ବ୍ୟବସାୟ କରୁଥିବା ସଂସ୍ଥାର ବେଟାରୀଗାଡି ଧକ୍କାରେ ଜଣେ ଠିକାଦାର ଆହତ ହୋଇ ଘରୋଇଡାକ୍ତରଖାନାରେ ଚିକିସ୍‌ିତ ହେଉଛନ୍ତି ।
ପ୍ରକାସ ଯେ,ନନ୍ଦନକାନନରେ ଠିକାଦାରୀକାମ କରୁଥିବା ରଘୁନାଥପୁର ଗାଁର ରତ୍ନାକରପରିଡା ନାମକ ୬୨ବର୍ଷିୟ ବ୍ୟକ୍ତି ରାଜସ୍ୱବିଭାଗ ରେଞରଙ୍କୁ ମିଳିଥିବା ଏକ ଶୈାଚାଳୟକାମକୁ ଠିକାରେ କରୁଛନ୍ତି । ସବୁଦିନ ଭଳି ଶନିବାରଦିନ ଶୈାଚାଳୟ କାମ ଦେଖି ଦିହିପହର ସମୟରେ ଘରକୁ ସ୍କୁଟି ଯୋଗେ ଫେରୁଥିବାବେଳେ ଏକ ବେଟାରୀଗାଡି ଆସି ପଛପଟକୁ ଶିଶୁଉଦ୍ୟାନ ପାଖରେ ଧକ୍କାଦେଇ ପଳାଇଯାଇଥିଲା ।ରତ୍ନାକର ତଳେ ପଡିଯାଇଥିବାବେଳେ ତାଙ୍କ ଗୋଡରେ ଶକ୍ତଆଘାତ ଲାଗିଥିଲା ।ସେହିବାଟରେ ଯାଉଥିବା ପଯ୍ୟଟକମାନେ ତାଙ୍କୁ ଉଠାଇଥିଲେ ।କିଛିସମୟପରେ କେତେଜଣ ପିଲାଆସି ତାଙ୍କୁ ଏକ ଘରୋଇଡାକ୍ତରଖାନାକୁ ନେବାବେଳେ ହୋଇଥିବା ଦୁର୍ଘଟଣାରେ ତାଙ୍କର ସମ୍ପୁର୍ଣ ଭୁଲ ବୋଲି କହିଥିଲେ ।ଏଥିରେ ସହମତି ନହେବାରୁ ରତ୍ନାକରକୁ ଅଶ୍ଲିଳଭାଷାରେ ଗାଳିଗୁଲଜ କରିବା ସହ ମାରଧର କରିଥିବାର ସେ ନନ୍ଦନକାନନଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ।ପୋଲିସ ଏକ ମକଦ୍ଦମାରୁଜୁକରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.