ମଣ୍ଡଳସ୍ତରୀୟ ଖେଳକୁଦପ୍ରତିଯୋଗିତା ଉଦଯାପିତା

0 137

ବାରଙ୍ଗ,୧୭/୧୨(ଡିଏନଏ) କେନ୍ଦୁପାଟଣା ଉତ୍କଳମଣି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ତିନିଦିନ ଧରି ଚାଲିଥିବା ଭୁବନେଶ୍ବର ମଣ୍ଡଳସ୍ତରୀୟ ଖେଳକୁଦ ସଂସଦ ପକ୍ଷରୁ ଆୟୋଜିତ ଖେଳକୁଦ ପ୍ରତିଯୋଗିତା-୨୦୨୨ ଶନିବାରଦିନ ଉଦଯାପିତ ହୋଇଯାଇଛି ।ଏହିଅବସରରେ ଆୟୋଜିତ ସଭାରେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥିଭାବେ ଯୋଗଦେଇ ଉତ୍ତମ ଶିକ୍ଷା ସହ କ୍ରୀଡା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ସବୁ କ୍ଷେତ୍ରରେ ସଫଳତା ବାଟ ଦେଖାଏ ବୋଲି କହିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟା ବବିତା ରାଉତ ମୁରବି ଭଗବାନ ଜେନା ପ୍ରମୁଖ ଅତଥିଭାବେ ଯୋଗଦେଇ କୃତି ଛାତ୍ରୀଛାତ୍ରଙ୍କୁ ଟ୍ରଫି ଦେଇ ପୁରସ୍କୃତ କରିଥିଲେ ।ଏଥିରେ ଭୁବନେଶ୍ବର ବ୍ଲକର ୨୦ଟି ପଞ୍ଚାୟତର ହାଇସ୍କୁଲର ଛାତ୍ରଛାତ୍ରୀ ଅଶଂଗ୍ରହଣ କରିଥିଲେ।ଏଠାରୁ ଉତିର୍ଣ ଛାତ୍ରୀଛାତ୍ରମାନେ ଆଗକୁ ହେବାକୁଥିବା ଜିଲ୍ଲାସ୍ତରୀୟ ଖେଳକୁଦକୁ ପ୍ରତିଯୋଗୀତାପାଇଁ ମନୋନୀତ ହୋଇଥିଲେ ।ବିଦ୍ୟାଳୟପରିଚାଳନାକମିଟିର କର୍ମକର୍ତା, ସ୍ଥାନୀୟ ଲୋକପ୍ରତିନିଧିମାନଙ୍କ ସହ ଅଭିଭାବକମାନେ ଉପସ୍ଥିତଥିଲେ ।

Leave A Reply

Your email address will not be published.