ତମାଣ୍ଡୋ କପ୍ ଫୁଟବଲ- ଗଣ୍ଡରପୁର ୟୁନାଇଟେଡ ବିଜୟୀ

0 138

ମେଣ୍ଢାଶାଳ ୧୭ା୧୨ଏସଏସନିଉଜ) ତମାଣ୍ଡୋ ମିନିଷ୍ଟାଡିୟମରେ ଖେଳାଯାଉଥିବା ରାଜ୍ୟସ୍ତରୀୟ ୨୭ତମ ତମାଣ୍ଡୋ କପ ଫୁଟବଲ ଟୁର୍ଣ୍ଣାମେଟଂର ୨ୟ ଦିନର ଖେଳରେ ଗଣ୍ଡରପୁରୁର ୟୁନାଇଟେଡ ୟୁଥ ସ୍ପୋର୍ଟ କ୍ଲବ ବିଜୟୀ ହୋଇଛି । ଏହି ବିଜୟସହ ଦଳ ଟୁର୍ଣ୍ଣାମେଟଂର କ୍ୱାର୍ଟରରେ ପ୍ରବେଶ କରିଛି । ଦଳ ୫-୦ ଗୋଲ ବ୍ୟବଧାନରେ ବୃହତ ବିଜୟ ହାସଲ କରିଛି । ଆଜି ଗଣ୍ଡରପୁରର ୟୁନାଇଟେଡ ଦଳ ଓ ଖୋର୍ଦ୍ଧାର ଡାଇମଣ୍ଡ କ୍ଲବ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏଥିରେ ଗଣ୍ଡରପୁର ଦଳର ଅଭିଶେଖ ପଢିଆରୀ ଖେଳର ୧୪ ମିନିଟରେ ଗୋଟିଏ ଗୋଲଦେଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ । ପରେ ଦ୍ୱିତୀୟାର୍ଦ୍ଧରେ ଏହିଦଳ ଗୋଲ ବର୍ଷାକରିଥିଲା । ଖେଳର ୪୧ମିନିଟରେ ଦଳର ତୋଫାନ ନାୟକ ୫୦ମିନିଟରେ ରାଜେଶ ନାୟକ ୫୧ମିନିଟରେ ପୁଣି ତୋଫାନ ନାୟକ ଓ ୬୦ ମିନିଟରେ ସୋନୁ ରାଉତ ଗୋଟିଏ ଲେଖାଁଏ ଗୋଲ ସ୍କୋରକରି ଦଳକୁ ୫-୦ଗୋଲ ବଳରେ ବିଜୟ ଆଣିଦେଇଥିଲେ । ତମାଣ୍ଡୋ ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା ଅତିଥିଭାବେ ଯୋଗଦେଇ ବିଜୟୀ ଦଳର ତୋଫାନ ନାୟକଙ୍କୁ ଶ୍ରେଷ୍ଠ ଖେଳାଳୀ ପୁରଷ୍କାର ପ୍ରଦାନ କରିଥିଲେ । ଶିବଶକ୍ତି କ୍ଲବ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଟଂର ଆଜିର ଖେଳକୁ ଦୁର୍ଗା ଆଚାର୍ଯ୍ୟ ଶିବଶଙ୍କର ପଣ୍ଡା ଟି ମୋହନ ରାଓ ଓ ଶୁଶାନ୍ତ ମିଶ୍ର ପରିଚାଳନା କରିଥିଲେ । ଆସନ୍ତା କାଲି ପାରାଦୀପର କୁଜଙ୍ଗ ଫୁଟବଲ କ୍ଲବ କଟକର ମଙ୍ଗଳା କ୍ଲବକୁ ଭେଟିବ ବୋଲି ଆୟୋଜକ ଟିମ ପକ୍ଷରୁ କୁହାଯାଇଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

Leave A Reply

Your email address will not be published.