ଚୋରି କରିବାକୁ ଆସି ଦୋକାନୀ ହାତରେ ଧରାପଡିଲା ଚୋର

0 182

ବାରଙ୍ଗ,୧୭/୧୨(ଏସଏସନିଉଜ)ଚନ୍ଦକା ଥାନା ଅଧିନସ୍ତ କାଟେଣି ଛକରେ ଥିବା ଏକ ଭେରାଇଟ ଦୋକାନରୁ ଗୁରୁବାର ରାତିରେ ଚୋରି କରିବାକୁ ଉଦ୍ୟମ କରି ଦୋକାନିମାନଙ୍କ ହାତରେ ଚୋର ଧରାପଡିଛି।ଗତ କିଛି ମାସ ଧରି କାଟେଣି ଛକରେ ଥିବା ଦୋକାନ ଗୁଡିକରୁ ଚୋରି ହେଉଥିବାରୁ ବ୍ୟବସାୟୀମାନଙ୍କ ପାଇଁ ଚିନ୍ତା ବଢି ଯାଇଥିଲା।ଯାହାଫଳରେ ପୋଲିସ ଉପରୁ ଭରସା ଉଠାଇଦେଇ ବ୍ୟବସାୟୀମାନେ ରାତିରେ ଦୋକାନ ଜଗିବା ଆରମ୍ଭ କରିଥିଲେ।
ପ୍ରକାଶ ଯେ, ଚନ୍ଦକା ଥାନା ଅନ୍ତର୍ଗତ କାଟେଣି ଛକରେ ଥିବା ଅନେକ ଗୁଡିଏ ଦୋକାନରୁ ଗତ୩/୪ ମାସ ମଧ୍ୟରେ କେତେ ଗୁଡିଏ ଦୋଜାନରୁ ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ସବୁ ଚୋରୀ ହେଉଥିଲା । କିନ୍ତୁ ଚୋରକୁ ଧରିବାରେ ପୋଲିସ ସକ୍ଷମ ହୋଇପାରିନଥିଲା ।
ଗୁରୁବାର ବିଳମ୍ବିତ ରାତିରେ କାଟେଣି ଛକରେ ଥିବା ଏକ ଭେରାଇଟ ଦୋକାନର କୋଲପ କାଟିବାକୁ ଉଦ୍ୟମ କରୁଥିବା ବେଳେ ଦୋକାନିମାନେ ଚୋର କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ।ଏ ସଂକ୍ରାନ୍ତରେ ଦୋକାନ ମାଲିକ ପ୍ରିୟବ୍ରତ ଦାସ ଶୁକ୍ରବାର ଦିନ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ।ପୋଲିସ ୩୦୬/୨୨କେଶ ନମ୍ବରରେ ଏକ ମକଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା ।ପରେ ପୋଲିସ ପଚରାଉଚରା କରିବା ପରେ କାଟେଣି ଛକରେ ଥିବା ଅନ୍ୟ ଦୋକାନରୁ କଟର ସାହାଯ୍ୟରେ କାଟିବା ସହିତ ଦୋକାନରୁ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରୀ କରିଥିବାର କଣ୍ଟାବାଡ଼ରେ ରହୁଥିବା ବାଙ୍କୀ ବରମପୁରା ଗ୍ରାମର ସୁଶାନ୍ତ କୁମାରସାମଲ ସ୍ଵୀକାର କରିଥିଲେ ।ଛାନଭିନ ସମୟରେ ପୁଲିସ ସୁଶାନ୍ତ ନିକଟରୁ ଏକ କଟର ମେସିନ ଏବଂ ୧,୦୦୦ ଟଙ୍କା ଜବତ କରି ସୁଶାନ୍ତକୁ ଗିରଫ କରି ଶନିବାର ଦିନ କୋର୍ଟ ଚାଲାଣକରିଛି।

Leave A Reply

Your email address will not be published.