ଟୁରିଷ୍ଟଙ୍କ ମନିପର୍ସରୁ ଟଙ୍କା ଚୋରି କରି ଧରାପଡିଲେ ଯୁବକ

0 146

ବାରଙ୍ଗ,୧୭/୧୨(ଏସଏସନିଉଜ) ନନ୍ଦନକାନନ ବସଷ୍ଟାଣ୍ଡରେ ଥିବା ଏକ ଟୁରିଷ୍ଟ ବସରୁ ଥୁଆ ହୋଇଥିବା ମନିପର୍ସରୁ ସାଢେ୪ହାଜରେ ଟଙ୍କା ଚୋରି କରି ନେଇଯାଇଥିବା ଚୋରକୁ ପୋଲିସ ଧରିବାରେ ସକ୍ଷମ ହୋଇଛି।ଧରାପଡିଥିବା ଚୋର ହେଉଛି ନନ୍ଦନଜାନନ ବସଷ୍ଟାଣ୍ଡ ପଛପଟ ଟାଙ୍ଗିବସ୍ତିରେ ରହୁଥିବା ଖୋରଧା ଗୋଳବାଇ ଗ୍ରାମରଜୟକୃଷ୍ଣ ସାମନ୍ତରାୟ ଓରଫ ଦୁଖା ।ପୋଲିସ ୨୦୨/ ୨୨କେଶନମ୍ବର ରେ ଏକ ମକଦମା ରୁଜୁ କରି ଦୁଖାକୁ ଶନିବାରଦିନ କୋର୍ଟଚାଲଣ କରିଛି।
ପ୍ରକାଶ ଯେ,ଶନିବାର ଦିନ ନନ୍ଦନକାନନ ବୁଲିବାକୁ ଆସିଥିବାପର୍ଯ୍ୟଟକ ତାଙ୍କ ଟୁରିଷ୍ଟ ବସକୁ ନନ୍ଦନକାନନ ବସଷ୍ଟାଣ୍ଡ୍ର ରେ ରଖି ପାଖରେ ଥିବା ଶୌଚାଳୟକୁ ଗାଧୋଇବାକୁ ଯାଇଥିଲେ।ଏହି ସୁଯୋଗରେ ଦୁଖା ବସ ରେ କେହିଁନଥିବାର ସଯୋଗରେ ଗାଡି ଭିତରକୁ ପଶି ବସ ସିଟ ରେ ଥୁଆହୋଇଥିବା ମନିପର୍ସରୁ ସାଢ଼େ ୪ହାଜରେ ଟଙ୍କା ନେଇ ପଳାଯାଇଥିଲେ।ଗାଧୋଇ ଆସିବାପରେ ପର୍ସରେ ଟଙ୍କା ନଥିବାରୁ ସମସ୍ତପର୍ଯ୍ୟଟକ ନନ୍ଦନକାନ ଥାନାକୁ ଆସି ଅଭିଯୋଗ କରିଥିଲେ।ଜଣେ ଅଚିହ୍ନା ଯୁବକ ବସ ଭିତରୁ ଓହ୍ଲାଇଥିବାର ପୋଲିସକୁ ସୂଚନା ଦେଇଥିଲେ।ପୋଲିସ ତଦନ୍ତ କରି ସୁଖା କୁ ଧରିବାସହ ତାଠାରୁ ଚୋରି ଟଙ୍କାକୁ ଜବତ କରି କୋର୍ଟଚାଳଣ କରିଛି।

Leave A Reply

Your email address will not be published.