ହାତୀ ଖାଇଗଲା ପାଚେଲାଧାନ

0 158

ବାଙ୍କୀ, ୧୭ା୧୨ (ଏସଏସନିଉଜ)ଆଉ ଦିନକେଇଟା ପରେ ବର୍ଷଜକର ପରିଶ୍ରମର ଫଳସ୍ୱରୁପ ପାଚେଲାଧାନ ଅମଳ କରିଥାନ୍ତେ ।ହେଲେ ହାତୀପଲ୍ଲଆସି ସବୁଉଜାଡିଦେଇଛନ୍ତି ।ଯାହାଫଳରେ ଚାଷୀମାନଙ୍କର ଆର୍ଥିକମେରୁଦଣ୍ଡ ଦୁର୍ବଳ ହୋଇଯାଇଛି ।ଏହିଭଳିଏକ ଚିତ୍ର ଚନ୍ଦକା- ଡମପଡା ଅଭୟାରଣ୍ୟର ଉତର ପାର୍ଶ୍ବରେ ଥିବା ବାଙ୍କି-ଡମପଡା ବ୍ଲକର ବାଁଆର ଓ ରାମଚଣ୍ଡିରେ ପୁଣି ଦେଖିବାକୁ ମିଳିଛି । । ଚାଷୀ ପାଚିଲାଧାନ କାଟିଆଣି ବାଡ଼ିରେ ଗଦାଇ କରିରଖିଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ଚାରିଟିକିଆ ହାତୀପଲ୍ଲ ଆସି ଧାନଗଦାରୁ ଧାନଖାଇ ଦଳି ନଷ୍ଟକରି ଫୋପାଡ଼ି ଦେଇଥିବାର ଦେଖାଯାଇଛି । କ୍ଷତିଗ୍ରସ୍ତ ଚାଷୀମାନେ ଭଗିପୁରସ୍ଥିତ ବନବିଭାଗ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ବନବିଭାଗର ଅଧିକାରୀ ମାନେ ପହଁରି ହାତୀପଲ୍ଲ କ୍ଷୟକ୍ଷତିର ଆକଳନ କରିଥିବାବେଳେ ତୁରନ୍ତ କ୍ଷତିଗ୍ରସ୍ଥଚାଷୀମାନଙ୍କୁ କ୍ଷତିପୁରଣ ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.