ଆଜିର ରାଶିଫଳ

0 187

୧୮-୧୨-୨୦୨୨(ରବିବାର)ଦିବା ଘ୩।୪ ଗତେ ତୁଳା ବିଛା ଧନୁ ମକର ମେଷ ବୃଷ କର୍କଟ ସିଂହ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ମେଷ ରାଶିର ଘାତବାର ।ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।କଳମ ଶାଗ ଭକ୍ଷଣ ନିଷେଧ ।
ମେଷ:-ପାରିବାରିକ କାମରେ ବ୍ୟସ୍ତ ରହିବେ। ଛୋଟ ଛୋଟ କଥାରେ ରାଗନ୍ତୁ ନାହିଁ। କିଣାବିକା ପୂର୍ବରୁ ବଡ଼ଙ୍କ ସମ୍ମତି ଲାଭପ୍ରଦ ରହିବ। ଛାତ୍ରଙ୍କୁ ଭଲ ପରିଣାମ ମିଳିପାରେ।
ବୃଷ:-ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ ହେବ। ସାମାଜିକକାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇବେ। ନୂଆ ଲୋକମାନଙ୍କ ସହିତ ସହିଷ୍ଣୁ ବ୍ୟବହାର ପ୍ରଦର୍ଶନ କରନ୍ତୁ।
ମିଥୁନ:-ଆଗକୁ ବଢ଼ିବା ଲାଗି କୌଣସି ସୁଯୋଗ ପାଇବେ। ସରକାରୀ କ୍ଷେତ୍ରରେ ଆପଣଙ୍କର ଆଶା ପୂରଣ ହେବ। ନୂଆ ବାହନ କିଣିବା ଲାଗି ଭାବିବେ।
କର୍କଟ:-ବ୍ୟବସାୟ ସମ୍ବନ୍ଧିତ କୌଣସି ମହତ୍ତ୍ବପୂର୍ଣ୍ଣ ବୈଠକ ହେବ। ଅଫିସର କୌଣସି କାମ ପାଇଁ ଯାତ୍ରା କରିବାକୁ ପଡ଼ିପାରେ। ରଚନାତ୍ମକ କାମରେ ଲାଭ ପାଇବେ।
ସି˚ହ:-ସବୁ କାମ ସହଜରେ ସ˚ପୂର୍ଣ୍ଣ ହେବ। ଧନଲାଭର ନୂଆ ରାସ୍ତା ଖୋଲିବ। ପ୍ରେମିକାଙ୍କ ସହିତ ବାହରକୁ ବୁଲି ଯିବାର ଯୋଜନା କରିବେ।
କନ୍ୟା:-ଭାଗ୍ୟର ସହଯୋଗ ପାଇବେ। ସମାଜରେ ମାନ ସମ୍ମାନ ବଢ଼ିବ। କୌଣସି ନୂଆ କାମ କରିବା ଲାଗି ଭାବିବେ। ପାରିବାରିକ ଜୀବନ ସୁଖକର ହେବ।
ତୁଳା:-ମନ ପ୍ରସନ୍ନ ରହିବ। ଅନ୍ୟମାନଙ୍କ ସହିତ ଥଟ୍ଟାମଜା କରିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଉନ୍ନତି ପାଇଁ କିଛି ନୂଆ ସାଧନ ମିଳିପାରେ।
ବିଛା:-ନୂଆ ସମ୍ବନ୍ଧରୁ ଆପଣଙ୍କୁ ଲାଭ ମିଳିପାରେ। ସାମାଜିକକାର୍ଯ୍ୟ ଲାଗି ସମ୍ମାନିତ ହୋଇପାରନ୍ତି। ଛାତ୍ରଙ୍କୁ କୌଣସି ପ୍ରୋଜେକ୍ଟ ପାଇଁ ପ୍ରଶଂସା ମିଳିବ।
ଧନୁ:-ନିଜ କାମରେ ଧ୍ୟାନ  ଦେବାକୁ ଚେଷ୍ଟା କରନ୍ତୁ। ନିଜେ କଥା କହିବା ପୂର୍ବରୁ ଅନ୍ୟର କଥାକୁ ଧ୍ୟାନ  ଦେଇ ଶୁଣନ୍ତୁ। କାରବାରରେ ବୃଦ୍ଧି ହେବ।
ମକର:-ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ନିଜର ଶକ୍ତିକୁ ଭଲ କାମରେ ଲଗାଇବେ। ଚାକିରିଜୀବୀଙ୍କୁ ଆଗକୁ ବଢ଼ିବାର ସୁଯୋଗ ମିଳିବ। ପ୍ରେମ ସମ୍ବନ୍ଧ ପାଇଁ ଦିନଟି ଭଲ।
କୁମ୍ଭ:-କୌଣସି କଥାକୁ ନେଇ ଖୁସି ହୋଇପାରନ୍ତି। କାମ ସମ୍ବନ୍ଧରେ କିଛି ଲୋକ ଆପଣଙ୍କୁ ପରାମର୍ଶ ମାଗି ପାରନ୍ତି। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ ରହିବ।
ମୀନ:-ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହୋଇପାରେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.