ଗ୍ୟାସ ଟାଙ୍କିରୁ ନିଆଁଲାଗି ଜଳିଗଲା ୨ବଖରାଘର

ବାରଙ୍ଗ,୧୮।୧୨(ଏସଏସନିଉଜ)ଗୋଡିସାହିଫାଣ୍ଡି ଅଧିନସ୍ଥ ବିଦ୍ୟାଧରପୁରଗ୍ରାମର ପ୍ରଧାନ ସାହିରେ ଗ୍ୟାସଟାଙ୍କିରୁ ନିଆଁଲାଗି ୨ବଖରା ଚାଳଘର ପୋଡିଯାଇଛି।
ପ୍ରକାଶଯେ, ରବିବାରଦିନ ବିଦ୍ୟାଧରପୁର ଗ୍ରାମର ପ୍ରଧାନ ସାହିର ସୁରେଶ ପ୍ରଧାନଙ୍କ ରୋଷେଇ ଘରେ ଗ୍ୟାସଟାଙ୍କି ପରିବର୍ତନ କରୁଥିବା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା । ସୁରେସ ଗ୍ୟାସ ଟାଙ୍କିକୁ ରୋଷେଇଘରୁ ବାହାରକୁ ଆଣିବାସମୟରେ ନିଆଁଟି ଭୟଙ୍କ ରୂପନେଇ ରୋଷେଇ ଘରକୁ ଲାଗିଥିବା ଅନ୍ୟଏକଚାଳଘରକୁ ବ୍ୟାପିଯାଇଥିଲା । ଫଳରେ ନିଆଁଲାଗି ଚାଳଘର ଦୁଇଟି ସଂପୂର୍ଣ୍ଣଜଳି ପାଉଁଶ ହୋଇଯାଇଥିଲା। ଖବରପାଇ ବାରଙ୍ଗରୁଦମକଳ ଆସି ଏକ ଘଂଟାକାଳ ପରିଶ୍ରମକରି ନିଆଁକୁ ଆୟତକରିଥିଲେ ।

- Advertisement -

Leave A Reply

Your email address will not be published.