ଗ୍ୟାସ ଟାଙ୍କିରୁ ନିଆଁଲାଗି ଜଳିଗଲା ୨ବଖରାଘର

0 121

ବାରଙ୍ଗ,୧୮।୧୨(ଏସଏସନିଉଜ)ଗୋଡିସାହିଫାଣ୍ଡି ଅଧିନସ୍ଥ ବିଦ୍ୟାଧରପୁରଗ୍ରାମର ପ୍ରଧାନ ସାହିରେ ଗ୍ୟାସଟାଙ୍କିରୁ ନିଆଁଲାଗି ୨ବଖରା ଚାଳଘର ପୋଡିଯାଇଛି।
ପ୍ରକାଶଯେ, ରବିବାରଦିନ ବିଦ୍ୟାଧରପୁର ଗ୍ରାମର ପ୍ରଧାନ ସାହିର ସୁରେଶ ପ୍ରଧାନଙ୍କ ରୋଷେଇ ଘରେ ଗ୍ୟାସଟାଙ୍କି ପରିବର୍ତନ କରୁଥିବା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା । ସୁରେସ ଗ୍ୟାସ ଟାଙ୍କିକୁ ରୋଷେଇଘରୁ ବାହାରକୁ ଆଣିବାସମୟରେ ନିଆଁଟି ଭୟଙ୍କ ରୂପନେଇ ରୋଷେଇ ଘରକୁ ଲାଗିଥିବା ଅନ୍ୟଏକଚାଳଘରକୁ ବ୍ୟାପିଯାଇଥିଲା । ଫଳରେ ନିଆଁଲାଗି ଚାଳଘର ଦୁଇଟି ସଂପୂର୍ଣ୍ଣଜଳି ପାଉଁଶ ହୋଇଯାଇଥିଲା। ଖବରପାଇ ବାରଙ୍ଗରୁଦମକଳ ଆସି ଏକ ଘଂଟାକାଳ ପରିଶ୍ରମକରି ନିଆଁକୁ ଆୟତକରିଥିଲେ ।

Leave A Reply

Your email address will not be published.