ତମାଣ୍ଡୋ କପ୍ ଫୁଟବଲ

କ୍ୱାର୍ଟରରେ ମଙ୍ଗଳାକ୍ଲବ

0 111

ମେଣ୍ଢଶାଳ, ୧୮।୧୨ (ଏସଏସନିଉଜ) ଶିବଶକ୍ତିକ୍ଲବ ଆନୂକୁଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ୨୭ତମ ତମାଣ୍ଡୋ କପ୍ ଫୁଟବଲ ଟୁର୍ଣ୍ଣାମେଟଂର ଆଜିର ଖେଳରେ କଟକର ମଙ୍ଗଳା କ୍ଲବ ବିଜୟୀ ହୋଇଛି । ଦଳ ୪-୦ଗୋଲର ବୃହତ ବ୍ୟବଧାନରେ କୁଜଙ୍ଗ ଫୁଟବଲ କ୍ଲବକୁ ହରାଇଛି । ଏହି ବିଜୟସହ ଦଳ ଟୁର୍ଣ୍ଣାମେଟଂର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଦଳପକ୍ଷରୁ ୧୯ନଂରେ ଖେଳୁଥିବା ଦୀପକ ବିଶ୍ୱାଳ ଖେଳର ୫ମିନିଟରେ ଗୋଟିଏଗୋଲଦେଇ ଦଳର ବିଜୟଧାରାର ଶୁଭାରମ୍ଭକରିଥିଲେ ।୧-୦ରେ ଅଗ୍ରଣୀଥାଇ ବିଜୟୀଦଳ ଖେଳର ୩୪ମିନିଟରେ ପ୍ରକାଶଭୋଇଙ୍କ ଜରିଆରେ ଗୋଟିଏ ୩୬ମିନିଟରେ ବିଜୟଦାସ ଗୋଟିଏ ଓ ୪୨ମିନିଟରେ ମଳୟନାୟକ ଶେଷଗୋଲଟି ସ୍କୋରକରି ଦଳକୁ ୪-୦ରେ ବିଜୟୀ କରାଇଥିଲେ । ଗୋଲ ଦେବାର ବହୁ ସୁଯୋଗ ସୃଷ୍ଟିକରି ମଧ୍ୟ କୁଜଙ୍ଗଦଳ କୌଣସି ଗୋଲସ୍କୋର କରିବାରେ ବିଫଳ ହୋଇଥିଲା । ପୂର୍ବତନ ରାଜ୍ୟସଭା ସଦସ୍ୟ ରବିନାରାୟଣ ମହାପାତ୍ର , ସରପଚଂ ସନ୍ଧ୍ୟାଜେନା ପ୍ରମୁଖ ଅତିଥିଭାବେ ଯୋଗଦେଇ ମଙ୍ଗଳା ଦଳର ବିଜୟ ଦାସଙ୍କୁ ଶ୍ରେଷ୍ଠ ଖେଳାଳି ପୁରଷ୍କାର ପ୍ରଦାନ କରିଥିଲେ । ଆଜିରଖେଳକୁ ଶିବଶଙ୍କରପଣ୍ଡା , ସୁମାନୀଲାକ୍ରା , ରୀନାତିର୍କୀ ଓ ଚନ୍ଦ୍ରକାନ୍ତବାରିକ ପରିଚାଳନାକରିଥିଲେ । ଆସନ୍ତାକାଲି ସୋମବାର ଗଣ୍ଡରପୁର ୟୁନାଇଟେଡ କ୍ଲବ ଓ ଢେଙ୍କାନାଳର ପପୁଲାରସ୍ପୋଟିଂ ମଧ୍ୟରେ ମ୍ୟାଚ ଖେଳାଯିବ । (ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

Leave A Reply

Your email address will not be published.