ଆଜିର ରାଶିଫଳ

0 1,399

ଡିସେମ୍ବର ମାସ ୧୯ ତାରିଖ ୨୦୨୨ ମସିହା(ସୋମବାର)ପୌଷମାସ-କୃଷ୍ଣପକ୍ଷ ,ତିଥି-ଏକାଦଶୀ ରାତ୍ରି ଘ ୦୨/୩୫ ଗତେ ଦ୍ଵାଦଶୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୯/୪୯ ,ସୂର୍ଯ୍ୟାସ୍ତ- ସନ୍ଧ୍ୟା ଘ୦୫/୦୮/୧୭ ,ବୃଷ ରାଶିର ଘାତଚନ୍ଦ୍ର ,ମିଥୁନ ରାଶିର ଘାତବାର ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଶିମ୍ବ ରାତ୍ରି ଘ୦୨/୩୫ ଗତେ ପୋଇଶାଗ ଭକ୍ଷଣ ନିଷେଧ ।
ମେଷ-ଆଜି ପ୍ରତ୍ୟେକକ୍ଷେତ୍ରରେ ପ୍ରତିବନ୍ଧକ ଲାଗିରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତହୋଇ କାମହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହସମସ୍ୟା, ଗାଡିମୋଟରସମ୍ପର୍କୀୟ ପ୍ରତିବନ୍ଧକ ଲାଗିରହିବ । ବନ୍ଧୁବାନ୍ଧବ, ଧାରକରଜ ପ୍ରଭୃତିକୁ କେନ୍ଦ୍ରକରି କଳହର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ।
ବୃଷ-ଆଜି ଆର୍ଥିକସହାୟତା ପ୍ରଦାନ କରିବାରମାର୍ଗ ଉନ୍ମୁକ୍ତହୋଇଜିବ। ଆକସ୍ମିକଭାବରେ ନିମନ୍ତ୍ରିତ ହୋଇ ଆଲୋଚନାରେ ନିଜକୁ ସାମିଲକରିବାକୁ ପଡିପାରେ। ଦୀର୍ଘଦିନର ସୁଚିନ୍ତିତ ନୂତନଗୃହ ବାଣିଜ୍ୟାରମ୍ଭ କରିପାରନ୍ତି। ଜଣେ ଅନ୍ତରଙ୍ଗବନ୍ଧୁଙ୍କ କଥା ବାରମ୍ବାରମନରେ ଆଲୋଡନ ସୃଷ୍ଟି କରିବ।
ମିଥୁନ-ଆଜି କୌଣସି ବିବାଦୀୟଘଟଣାରେ ହସ୍ତକ୍ଷେପ ଆପଣଙ୍କୁ ମହଙ୍ଗାପଡିପାରେ। ସାଧାରଣ କଥାକୁକେନ୍ଦ୍ରକରି ପାରିବାରିକ ଅସ୍ଥିରତାସକାଶେ ମନ ଭଲରହିବନାହିଁ । ପରିସ୍ଥିତିବଶତଃ ନୂତନ ବନ୍ଧୁ ସମ୍ପର୍କ ଯୋଡିବାପାଇଁ ଚେଷ୍ଟାକଲେ ଉପକୃତହେବେ। କଳା, ସାହିତ୍ୟ କ୍ଷେତ୍ରରେକୈାଣସି ପ୍ରକାରର ଅସୁବିଧା ହେବନାହିଁ।
କର୍କଟ-ଆଜି ସମସ୍ୟାମଧ୍ୟରେ ପ୍ରତ୍ୟେକକାମକୁ ସମ୍ପନ୍ନକରିବେ । ସାମାଜିକସ୍ତରରେ ଯେଉଁଆଶା ନେଇ କାହାପାଇଁ କିଛିକରିବେ, ପ୍ରତିବଦଳରେ କିଛିପାଇବେନାହିଁ । ଆଜିରଯାତ୍ରା ସମୟରେ ଜଣେ ପଦସ୍ଥବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପରିବହନ, ଆଇନ ଅଦାଲତକ୍ଷେତ୍ରରୁ ସୁଫଳପାଇବେ ।
ସିଂହ-କର୍ମକ୍ଷେତ୍ରର ବିଭିନ୍ନସମସ୍ୟା ବିଷୟରେ ସମାଧାନରଚିନ୍ତା ମନକୁ ସାମୟିକବିବ୍ରତ କରିପାରେ।ବନ୍ଧୁଙ୍କ ମାଧ୍ୟମରେ ଅଭିଳଷିତ ଜିନିଷ ପାଇପାରିବେ। ତରବରିଆ ଯାତ୍ରାକରନ୍ତୁ ନାହିଁ , ସତର୍କ ନରହିଲେ ସାଧାରଣଆଘାତ ଲାଗିପାରେ । ରଚନାତ୍ମକକାମ, ପରିବହନ, ବ୍ୟବସାୟ ସକାଶେ ଦିନଟି ବହୁତଭଲ ।
କନ୍ୟା-ଆଜି ଆପଣକର୍ମକ୍ଷେତ୍ରରେ ଅନ୍ୟମାନଙ୍କକଥାକୁ ସରଳ ଓ ସହଜରେ ଗ୍ରହଣ କରିପାରିବେ ନାହିଁ । ସମୟସୁବିଧାକୁନେଇ ବନ୍ଧୁଙ୍କପାଖରେ ଅଭାବ ଅସୁବିଧାଜଣାନ୍ତୁ, ଅବଶ୍ୟ ଆଶାପୂରଣ ହୋଇଯିବ, ଏଥିରେ ଆଦୌ ସନ୍ଦେହନାହିଁ । ଅନ୍ୟମାନଙ୍କଦ୍ୱାରା ସମ୍ପନ୍ନ କରାଯାଇଥିବା କାମଗୁଡିକର ସମୀକ୍ଷାକରି ବ୍ୟସ୍ତତା ଅନୁଭବକରିବେ ।
ତୁଳା-ଆଜିକର୍ମକ୍ଷେତ୍ରରେ ଅବ୍ୟବସ୍ଥା, ପାରିବାରିକଜୀବନକୁ ପ୍ରଭାବିତକରିବ । ଅବଶ୍ୟ ବହୁଳାଂଶରେ ସୁଫଳପାଇପାରିବେ । ମିତ୍ରତାବନ୍ଧନରେ ଆବଦ୍ଧହେବା ସହ ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ରକ୍ଷେତ୍ରରେ ଦ୍ରୁତୋନ୍ନତି ପରିଲକ୍ଷିତ ହୋଇପାରେ ।ପାରିବାରିକକଳହ ଦୂରିଭୁତ ହେବ।
ବିଛା-ଆଜି ପୂର୍ବସ୍ଥିରୀକୃତସ୍ଥାନକୁ ଯାତ୍ରାକରିପାରନ୍ତି। ବନ୍ଧୁମିଳନ ସହ ସାମୂହିକଆଲୋଚନା ମଧ୍ୟ ଫଳପ୍ରଦ ହୋଇପାରିବ। ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟକ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲକରିବେ। କର୍ମକ୍ଷେତ୍ରରେ ପ୍ରତ୍ୟେକଙ୍କର ପ୍ରତ୍ୟେକକଥାକୁ ହାଲୁକାଭାବେ ଗ୍ରହଣକଲେ କ୍ଷତିରେ ପଡିବାର ଆଶଙ୍କାରହିଛି ।
ଧନୁ-ଆଜି ଆଧ୍ୟାତ୍ମିକ ଭାବଧାରାକୁ ପରିପୁଷ୍ଟକରିବେ। ଶାନ୍ତ ଓ ସୁଶିଳତାର ଝଲକରେ ଆତ୍ମୀୟସ୍ବଜନଙ୍କ ମନକିଣି ନେଇପାରନ୍ତି। କିନ୍ତୁ ପାରିବାରିକ ଭୁଲ୍ ବୁଝାମଣାହେତୁ ଅଭାବନ ଥିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗିରହିବ। ଯାନବାହନ କିମ୍ବା ଯାନ୍ତ୍ରିକଜିନିଷ କିଣିବାସକାଶେ ମନ ବଳାଇପାରନ୍ତି।
ମକର-ଆଜି ମନ ଚାହୁଁଥିବାକାମ କରିବାରେ ପ୍ରତିବନ୍ଧକସୃଷ୍ଟିହେବ। ଅବଶ୍ୟ ନିକଟସମ୍ପର୍କୀୟ ପ୍ରିୟଜନଙ୍କ ଆଶ୍ୱାସନାମନକୁ ଲାଘବ କରିଦେଇପାରେ। ବ୍ୟବସାୟ, ପରିବହନରେ ଉନ୍ନତି ଘଟିବ। ଶ୍ରବଣା ନକ୍ଷତ୍ର ଅନ୍ୟରବିନା ସାହାଯ୍ୟରେ ବ୍ୟକ୍ତିଗତ ବ୍ୟବସ୍ଥାଦ୍ୱାରା କେତେକାଂଶରେ ଉପକୃତ ହୋଇପାରନ୍ତି।
କୁମ୍ଭ-ଆଜି ସମସ୍ତସମସ୍ୟା ଓ ଶତ୍ରୁତାର ପରିସମାପ୍ତି ଘଟାଇପାରନ୍ତି। କିନ୍ତୁ ବାରମ୍ବାରସ୍ଥାନ ଓ କାମର ପରିବର୍ତ୍ତନଚିନ୍ତା ମନରେ ଆଲୋଡନ ସୃଷ୍ଟିକରିବ। କିନ୍ତୁ ମନବୁଝିଲାଭଳି କଥା କିମ୍ବା ଲୋଭନୀୟ ପ୍ରତିଶ୍ରୁତିଦେଇ ବନ୍ଧୁଙ୍କୁ ଆପଣେଇ ନେଇପାରନ୍ତି। ସ୍ବାସ୍ଥ୍ୟରେ ଦ୍ରୁତଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଲାଭକରିବେ।
ମୀନ-ଆଜିକର୍ଯ୍ୟ ସାମାନ୍ୟ ବିଳମ୍ବିତସମୟରେ ସମ୍ପନ୍ନହେବ। ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତଭଲ ଏବଂ ଆଶାଜନକ ସୁଫଳ ନିଶ୍ଚିତପାଇବେ। ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁନାହିଁ। ଅତି ଭଲସମ୍ପର୍କ ରହିଥିବା ନିଜଲୋକଙ୍କ ଈର୍ଷାପରାୟଣତା ହେତୁ ବ୍ୟସ୍ତ ହେବେ !!

ନୀତିବାଣୀ-ସମୟ,ସମ୍ପର୍କ,ପଦବୀ ଓ ଶରୀର ତୁମ ପାଖରେ ସବୁଦିନ ପାଇଁ ରହିବ ନାହିଁ।ନିଜ ଆଚରଣ,ସ୍ବଭାବ,ବିଚାର ଓ କର୍ମ ସବୁଦିନ ପାଇଁ ତୁମ ପାଖରେ ରହିବ।
ବାସ୍ତୁ ଟିପ୍ପଣୀ-ଶବ ସତ୍କାର ପରେ କାହିଁକି ପଛକୁ ବୁଲି ଦେଖିବା ମନା, ଜାଣନ୍ତୁ କ’ଣ କହୁଛି ଗରୁଡ଼ ପୁରାଣ
ସମସ୍ତ ୧୮ ଟି ପୁରାଣ ମଧ୍ୟରୁ କେବଳ ଗୋଟିଏ ଗରୁଡ଼ ପୁରାଣ ଅଛି ଯେଉଁଥିରେ ମୃତ୍ୟୁ ପ୍ରକ୍ରିୟା ଉଲ୍ଲେଖ କରାଯାଇଛି । ବାସ୍ତୁ ଜୀବନ ବ୍ୟତୀତ ଗରୁଡ଼ ପୁରାଣରେ ଅନେକ ରହସ୍ୟମୟ ବିଷୟ ଉଲ୍ଲେଖ କରାଯାଇଛି । ପୁରାଣରେ ଏହା ଉଲ୍ଲେଖ କରାଯାଇଛିଯେ, କେହି ଆତ୍ମାକୁ ମାରିବାରେ ସକ୍ଷମ ହୋଇ ନାହାଁନ୍ତି । ଏହା ବ୍ୟତୀତ ଶବଦାହ ପରେ ଫେରିବା ସମୟରେ କାହିଁକି ପଛକୁ ବୁଲିକି ଦେଖିବା ପାଇଁ ବାରଣ କରାଯାଇଛି । ଏହା ପଛର କାରଣ କ’ଣ ଆପଣ ଜାଣନ୍ତି କି ? ଯଦି ନୁହେଁ, ତେବେ ଏହି ବିଷୟରେ ଜାଣନ୍ତୁ
ଗରୁଡ଼ ପୁରାଣଙ୍କ ଅନୁଯାୟୀ, ଶବଦାହ ପରେ ମଧ୍ୟ ଆତ୍ମା ଶରୀର ସହିତ ସଂଲଗ୍ନ ହୋଇଥାଏ । ମୃତ ଦେହକୁ ଫେରିବାକୁ ଆତ୍ମା ଚେଷ୍ଟା କରେ । ସେହି ସମୟରେ କେହି ପଛକୁ ଫେରିକି ଚାହିଁଲେ, ଆତ୍ମା ଉକ୍ତ ବ୍ୟକ୍ତିଙ୍କ ଶରୀରକୁ ଆସିଯାଇଥାଏ । ଆତ୍ମା ଶରୀରର ସଂଲଗ୍ନରେ ଜଡିତ ହୁଏ, ଯାହାପରେ ଉକ୍ତ ବ୍ୟକ୍ତିଙ୍କ ଶରୀରରୁ ଆତ୍ମାକୁ ବାହାର କରିବା କଷ୍ଟକର ହୋଇପଡ଼େ । ଶବଦାହ ପରେ କେହି ପଛକୁ ନ ଚାହିଁବାର ଏହା ଗୋଟିଏ କାରଣ । ଶବଦାହ ପରେ ପଛକୁ ନ ଚାହିଁଲେ ଆତ୍ମା ବାର୍ତ୍ତା ପାଇଥାଏ ଯେ, ବର୍ତ୍ତମାନ ଏହାର ସଂଲଗ୍ନ ରେ କୈାଣସି ଶରୀର ନାହିଁ । ଗରୁଡ଼ ପୁରାଣଙ୍କ ଅନୁଯାୟୀ ଶରୀର ପୋଡିଯିବା ପରେ ଆତ୍ମା ସମ୍ପର୍କୀୟଙ୍କୁ ଅନୁସରଣ କରିବା ଆରମ୍ଭ କରେ । ଏହାର କାରଣ ହେଉଛି ଆତ୍ମାକୁ ଏକ ଶରୀରର ଆବଶ୍ୟକତା ଥାଏ । ଯଦି ଶବ ସତ୍କାର ପରେ କେହି ପଛକୁ ବୁଲି ଚାହିଁଥାଏ, ତେବେ ଆତ୍ମା ଅନୁଭବ କରେଯେ, ଏହାର ଆତ୍ମା ପ୍ରତି ସଂଲଗ୍ନ ଅଛି । ଏପରି ପରିସ୍ଥିତିରେ ଏହା ମାନବ ଶରୀରରେ ପ୍ରବେଶ କରେ ।
ଆତ୍ମା ଅନ୍ୟ ମଣିଷର ଶରୀରରେ ପ୍ରବେଶ କରିବା ପରେ ତାଙ୍କୁ ବହୁତ ଯନ୍ତ୍ରଣା ଦେଇଥାଏ । ଏହା ବ୍ୟତୀତ, ଶବଦାହ ପରେ ଆତ୍ମା ପ୍ରାୟତଃ ଛୋଟ ପିଲା ଏବଂ ଦୁର୍ବଳ ହୃଦୟ ଶରୀରରେ ପ୍ରବେଶ କରିବାକୁ ଚେଷ୍ଟା କରେ । ତେଣୁ, ଛୋଟ ପିଲାମାନେ କିମ୍ବା ଦୁର୍ବଳ ହୃଦୟର ବ୍ୟକ୍ତିଙ୍କୁ ଶବଦାହ ପାଇଁ ନିଆଯିବା ଉଚିତ୍ ନୁହେଁ । ଯଦିଓ ସେମାନେ ଚାଲିଯାଆନ୍ତି, ସେମାନେ ଫେରିବା ସମୟରେ ସେମାନଙ୍କୁ ଆଗରେ ରଖିବା ଉଚିତ୍ ଆହୁରି ମଧ୍ୟ, ପଛକୁ ଫେରିବା ଉଚିତ୍ ନୁହେଁ ।ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!

Leave A Reply

Your email address will not be published.