କିଏ ଦେଖାଉଛି ଦବଙ୍ଗଗିରି ତ କିଏ କହୁଚି କର୍ତବ୍ୟ

0 292

ବାରଙ୍ଗ,୧୦/୪(ଏସ୍‌ଏସ୍‌ନିୟୁଜ)କରୋନା ସଂକ୍ରାମିତମାନଙ୍କ ସଂଖ୍ୟା ବୃଦ୍ଧିପାଉ ଥିବାର ଦୃଷ୍ଟିରୁ ରାଜ୍ୟସରକାର ଲକ୍‌ଡାଉନ ସମୟସୀମାକୁ ବୃଦ୍ଧି କରିଛନ୍ତି । ଏହି ସମୟରେ ସାଧାରଣଲୋକଙ୍କ ହିତ ପାଇଁ ପୋଲିସ ଗୁରୁତ୍ୱପୁର୍ଣ ଭୁମିକା ନିର୍ବାହ କରିଛି ।ବାରଙ୍ଗ ଅଚଳରେ ସାଧାରଣ ଲୋକଙ୍କୁ ବାଡେଇ ନିଜର ଦବଙ୍ଗଗିରି ଦେଖାଇବାକୁ କିଛି ପୋଲିସ ଅଧିକାରୀ ଭଲପାଉଛନ୍ତି ତ ଆଉ କେଉଁଠି ଜୀବନ ବଂଚାଉଥିବା କଥାକହି ଫଟୋ ପୋଜ୍ ଦେବାକୁ ପଛାଉନଥିବାର ଦୃଷ୍ଟିକୁ ଆସିଛି ।କିନ୍ତୁ ଶୁକ୍ରବାରଦିନ ଏହିଭଳି ଏକ ଘଟଣାକ୍ରମରେ ଜଣେ ଅସହାୟକୁ ସାହାର୍ଯ୍ୟ କରି ମେଡିକାଲକୁ ପଠାଇ ଏହି ସମୟରେ ପୋଲିସର ଏହା କର୍ତବ୍ୟ ଓ ମାନବିକତା ବୋଲି ନନ୍ଦନକାନନଥାନା ଅଧିକାରୀ ପରମାନନ୍ଦ ନାୟକ କହିଛନ୍ତି ।
ପଦାସାହି ଭଗବତିନଗର ଗ୍ରାମର ୨୬ବର୍ଷର ଯୁବକ ଲିପୁ ସାମଲ ।ଗତ୩ମାସ ତଳେ ସଡକ ଦୁର୍ଘଟଣାରେ ତାଙ୍କ ଅଂଟାରେ ଶକ୍ତଆଘାତ ଲାଗିବାରୁ ସେ ସକ୍ତିହୀନ ହୋଇ ଘରେ ପଡିରହିଥିଲେ । ତାଙ୍କ ବାପା ଦିନମଜୁରିଆ ହୋଇଥିବାରୁ ଚିକିସ୍‌ା କ୍ଷେତ୍ରରେ ଅନ୍ତରାୟ ସଜିଥିଲା ଅର୍ଥ ।ଶୁକ୍ରବାରଦିନ ହଠାତ ଲିପୁର ଯନ୍ତ୍ରଣା ବଢିବାରୁ ସେ ସହ୍ୟ କରିବାର କ୍ଷମତା ହରାଇଥିଲା ।ଏହି ଖବର ଜାଣିବାପରେ ଗ୍ରାମର ଯୁବକମାନେ କିଛି ଅର୍ଥ ସଂଗ୍ରହ କରି ଲିପୁର ଚିକିସ୍‌ାପାଇଁ ଦେଇଥିଲେ ।କିନ୍ତୁ ଲକଡାଉନ ଚାଲିଥିବାରୁ ସାଙ୍ଗରେ ଯିବାକୁ ରାଜି ହୋଇନଥିଲେ । ଯୁବକମାନେ ନିକଟସ୍ଥ ଗ୍ରାମକୁ ଯାଇ ଅଟୋଚାଳକମାନଙ୍କୁ କହିଥିଲେ ମଧ୍ୟ ସେମାନେ ମଧ୍ୟ ରାଜି ହୋଇନଥିଲେ । ଏହାପରେ ପରିବାର ଲୋକଙ୍କ ମନୋବଳ ଭାଙ୍ଗିଯିବାସହ ଭଗବାନକୁ ଭରଷାକରି ରହିଥିଲେ । ଏହି ଘଟଣା ଗ୍ରାମର କିଛି ଯୁବକମାନଙ୍କୁ ବ୍ୟଥିôତ କରିଥିଲା ।ଲକ୍‌ଡାଉନ ସମୟରେ ଦୁଇଜଣ ଯୁବକ ଏକ ବାଇକରେ ନନ୍ଦନକାନନଥାନାକୁ ଆସିଥିଲେ ।ଥାନା ସାମ୍ନାରେ ଜଗିରହିଥିବା ପେ।।ଲିସ ଏହି ଯୁବକଦ୍ୱୟଙ୍କୁ ରୋକିବା ପରେ ସେମାନେ ଅସୁବିଧା ବିଷୟରେ ଜଣାଇଥିଲେ ।ପରେ ଏହି ଖବର ନନ୍ଦନକାନନଥାନା ଅଧିକାରୀ ପରମାନନ୍ଦ ନାୟକଙ୍କ ପାଖକୁ ଯାଇଥିଲା ।ସେ ସବୁ ଶୁଣିସାରିବାପରେ ୧୦୮ ଆମ୍ବୁଲାନ୍ସ ଡକାଇଥିଲେ ।ଆମ୍ବୁଲାନ୍ସ ଆସିବାପରେ ତାକୁ ସାଙ୍ଗରେ ନେଇ ସେହି ଗ୍ରାମକୁ ଯାଇଥିଲେ । ପୋଲିସର ଉପସ୍ଥିତିରେ ଗ୍ରାମବାସୀମାନଙ୍କ ସହାୟତରାରେ ଲିପୁକୁ ଚିକିସ୍‌ାପାଇଁ କଟକବଡମେଡିକାଲକୁ ପଠାଯାଇଥିଲା । କିଛି ଯୁବକ ୧୦୮ଆମ୍ବୁଲାନ୍ସ ପାଖରେ ଛିଡାହୋଇଥିବା ଥାନାଧିକାରୀଙ୍କର ଫଟୋ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଥାନା ଅଧିକାରୀ ମନାକରିବା ସହ ଏହା ପୋଲିସର କର୍ତବ୍ୟ ,ତେଣୁ ପବ୍ଲିସିଟିର ଆବଶ୍ୟକତାନାହିଁ ବୋଲି କହି ପିଲାମାନଙ୍କୁ ବୁଝାଇଦେଇଥିଲେ । ତେବେ ଲକ୍‌ଡାଉନ ସମୟରେ ଥାନାଅଧିକାରୀଙ୍କର ଏହି ବଦାନ୍ୟତା ଓ ସହଯୋଗକରିବାର ମାନସିକତାକୁ ଗ୍ରାମବାସୀମାନେ ଭୁୟସି ପ୍ରଶଂସା କରିଥିଲେ ।

Leave A Reply

Your email address will not be published.