୧୦ ସୁସ୍ଥ , ୨ ନୁଆ ବାହାରିଲେ କରୋନା ପଜିଟିପ୍

0 534

ଭୁବନେଶ୍ବର:୧୦/୪(ଏସଏସଏନ୍) ଗୋଟିଏ ଦିନରେ 10 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି  । ସେଥିମଧ୍ୟରୁ ଭୁବନେଶ୍ୱରର 5 ଜଣ, ଭଦ୍ରକର 2, କଟକ,  ଯାଜପୁର ଓ ପୁରୀର ଜଣେ ଲେଖାଏଁ  କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା  l ଯାହାକୁ ନେଇ ରାଜ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ କିଛି ସମୟ ବ୍ୟବଧାନ ପରେ ପୁଣି ରାଜ୍ୟରେ ଆଉ ଦୁଇ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ରାଜ୍ୟରେ ମୋଟ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଏହି ଖବର ପଚାର ହେବା ପରେ ଖୁସି ମଳିନ ପଡିଯାଇଛି ।   ସୁଚନା ମୁତାବକ  ଆଜି ଗୋଟିଏ ଦିନରେ ୨୯୮ଟି ସାମ୍ପୁଲ ଟେଷ୍ଟ ପାଇଁ ପଠାଯାଇଥିଲା l ସେଥିରୁ ୨୯୬ଟି ନେଭେଟିଭ ଆସିଥିବା ବେଳେ ଦୁଇଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି l ସେପଟେ  ଗୋଟିଏ ଦିନରେ 10 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି l ସେଥିମଧ୍ୟରୁ ଭୁବନେଶ୍ୱରର 5 ଜଣ, ଭଦ୍ରକର 2, କଟକ,  ଯାଜପୁର ଓ ପୁରୀର ଜଣେ ଲେଖାଏଁ  କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା  l

Leave A Reply

Your email address will not be published.