ଜଙ୍ଗଲରେ ଲାଗିଲା ନିଆଁ

0 200

ବାରଙ୍ଗ,୧୬।୨(ଏସଏସମିଉଜ) ଗୋଡିସାହିଫାଣ୍ଡି ଅଧିନସ୍ଥ ଏନଡିଆରଏଫ ପଛପଟ ଜଙ୍ଗଲରେ ଗୁରୁବାର ପୂର୍ବାହ୍ନରେ ଅଗ୍ନିକାଣ୍ଡଘଟି ବହୁ ମୂଲ୍ୟବାନଗଛ ନଷ୍ଟ ହୋଇଯାଇଛି । ଦିନ୧୧ଟାପାଖାପାଖି କେହି ଦୁର୍ବୁତ ଏନଡିଆରଏଫ ପଛପଟେ ଥିବା ରାସ୍ତାକଡ଼ରେ ପଡ଼ିଥିବା ଶୁଖିଲାପତ୍ରକୁ ନିଆଁ ଲଗାଇ ଦେଇଥିଲା । ଏହି ନିଆଁ ଏତେ ମାତ୍ରା ବଢି ଯାଇଥିଲା ଯେ ପ୍ରାୟ ୫ଏକର ପରିମିତ ଜଙ୍ଗଲରେ ନିଆଁ ବ୍ୟାପିଯାଇଥିଲା ।ଫଳରେ ସମଗ୍ର ଅଂଚଳଟି ଧୂଆଁମୟ ହେବାସହିତ ନିକଟରେଥିବା ଚନ୍ଦକାଡମପଡା ଅଭୟାରଣ୍ୟ ଆଡକୁ ନିଆଁ ଲାଗିବାଆରମ୍ଭ କରିଥିଲା ।ଏହା ଦେଖି ସ୍ଥାନୀୟଲୋକେ ବାରଙ୍ଗ ଦମକଳବାହିନୀକୁ ଖବର ଦେବାରୁ ସେମାନେ ଆସି ଦୁଇଘଂଟାକାଳ ପରିଶ୍ରମକରି ନିଆଁକୁ ଲିଭାଇଥିଲେ ।

 

Leave A Reply

Your email address will not be published.