ନନ୍ଦନକାନନରେ ଚାଲିଗଲା ସିଲଭରଫିଜାଣ୍ଟର ଜୀବନ

0 184

ବାରଙ୍ଗ,୧୫।୨(ଏସଏସନିଉଜ) ନନ୍ଦନକାନନ ରେ ପୁଣି ଦେଖାଦେଲାଣି ଜନ୍ତୁ ମଡକ । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ବିରଳ ଜନ୍ତୁ ଆଖିବୁଜୁଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି କର୍ତ୍ତୃପକ୍ଷ । ରକ୍ଷାଣ ବେକ୍ଷଣ ଅଭାବ ନା ରୋଗ ଚିହ୍ନିବାରେ ବିଫଳ ହେଉଛନ୍ତି ପଶୁ ଚିକିତ୍ସକ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦୀର୍ଘବର୍ଷ ଏଠାରେ ରହିବାପରେବି ଡାକ୍ତରବାବୁଙ୍କ ବଦଳି କୁ ବାତିଲ କରାଯାଇ ଭଲ ଡ଼ାକ୍ତରର ସାଟିଫିକେଟ ଦିଆଯାଇ ରଖାଯାଉଛ।ତଥାପି ମୃତୁ ହାରରେ ରୋକ ଲଗାଯାଇପାରୁନାହିଁ।
ସୂଚନାଯୋଗ୍ୟଯେ , ଉଦ୍ୟାନର କ୍ବାରେଟାଇନରେ ରହୁଥିବା ବନେଟ ମାଙ୍କଡର ଶନିବାର ଦିନ ମୃତ୍ୟୁ ହୋଇଥିବା ବେଳେ ହଗ୍ ଡିୟର, ସମ୍ବର ମଧ୍ୟ ଆଖିବୁଜିଥିଲେ । ଏମାନଙ୍କ ମୃତ୍ୟୁକୁ ୪ଦିନ ନପୁରୁଣୁ ବୁଧବାର ପୁଣି ଗୋଟିଏ ମାଇ ସିଲଭର ଫିଜାଟ ମୃତ୍ୟୁ ହୋଇଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବ୍ୟବଚ୍ଛଦ ରିପୋର୍ଟ ଆସିଲେ ଜଣାପଡିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.