ସହିଦ ପିଣ୍ଡିକି ବାହୁବଳେଦ୍ର ପ୍ରିମିୟମଲିଗ କ୍ରିକେଟ ଉଦଯାପିତ

0 176

ମେଣ୍ଢାଶାଳ,୧୮ା୨(ଏସଏସନିଉଜ) ଭୁବନେଶ୍ବରବ୍ଲକ ଅର୍ନ୍ତଗତ ଦାରୁଠେଙ୍ଗ ପିଣ୍ଡିକପଡ଼ିଆରେ ଚାଲିଥିବା ସପ୍ତମବାର୍ଷିକ ସହିଦ ପିଣ୍ଡିକପ୍ରିମିୟମ ଲିଗ୍ କ୍ରିକେଟ ଟୁର୍ଣାମେଂଟ ରବିବାରଦିନ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲମ୍ୟାଚ୍ ଗ୍ଲୋବାଲ ରାଇଜିଙ୍ଗଷ୍ଟାର ଟିମ୍ ଓ ବାବାବ୍ଲାଷ୍ଟର ଟିମ୍ ମଧ୍ୟରେ ହୋଇଥିଲା ।ବାବାବ୍ଲାଷ୍ଟର ଟଚ ଜିତି ଫିଲ୍ଡିଙ୍ଗ ନିଷ୍ପତି ନେଇଥିଲା ।ଗ୍ଲୋବାଲ କୋଡ଼ିଏ ଓଭର ଖେଳି ପାଞ୍ଚୱିକେଟ୍ ହରାଇ ୧୭୭ ରନ ସଂଗ୍ରହ କରିପାରିଥିଲା । ସୁରଜ ୬ଟି ଛକାମାରି ୬୬ ରନ କରିଥିଲା ।ବାବାବ୍ଲାଷ୍ଟର ୧୬ଓଭରରେ ସମସ୍ତୱିକେଟ୍ ହରାଇ ୧୦୪ରନ ସଂଗ୍ରହକରି ପରାସ୍ତ ହୋଇଥିଲେ । ସପ୍ତମବାର୍ଷିକ ସହିଦ ପିଣ୍ଡିକପ୍ରିମିୟମ୍ ଚମ୍ପିଆନ୍ ଆଖ୍ୟା ଗ୍ଲୋବାଲଷ୍ଟାର ଅର୍ଜନ କରିଥିଲେ ।ମୁଖ୍ୟ ଅତିଥିଭାବେ ଜଟଣୀବିଧାୟକ ସୁରେଶକୁମାରରାଉତରାୟ ଯୋଗଦେଇ ଚମ୍ପିଆନଦଳକୁ କୋଡ଼ିଏ ହଜାର ଟଙ୍କା ସହ ବିଜୟଟ୍ରଫି ଓ ରନରସପ୍ ଦଳକୁ ପନ୍ଦରହଜାର ଟଙ୍କାସହ କପ୍ ପ୍ରଦାନ କରିଥିଲେ ।ଏହି ଟୁର୍ନାମେଣ୍ଟରେ ଦାରୁଠେଙ୍ଗ ଗ୍ରାମପଞ୍ଚାୟତର ନିଉ ଭିଲେଜଫାଇଟର .ବ୍ଲାକବୁଲ .ବଜରଙ୍ଗି. ଏସଏସ ସୁପରକିଙ୍ଗ. ଗ୍ଲୋବାଲ. ବାବାବ୍ଲାଷ୍ଟର ଆଦି ୬ଟିଦଳ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ସହିଦ ପିଣ୍ଡିକି ବାହୁବଳେଦ୍ରକ୍ଲବସମ୍ପାଦକ ପବିତ୍ରମୋହନବଳିଆରସିଂହ. ଅଧ୍ୟାପକ ମାନସପାତ୍ର. ମନୋଜ ବେଉରା. ସୁଶାନ୍ତସାମନ୍ତସିଂହାର.ଉମାଶଙ୍କର ପାଟସାହାଣି ,ବିଜୟ କୁମାରପାହାଡ଼ାସିଂହ ପ୍ରମୁଖ ଏହି ଟୁର୍ଣାମେଂଟକୁ ପରିଚାଳନା କରିଥିଲେ ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.