ଆଜିର ରାଶିଫଳ

0 261

୨୦-୨-୨୦୨୩(ସୋମବାର)କୁମ୍ଭ ଦି୮ନ,ଅମାବାସ୍ଯା ଦ୧୬।
ମିଥୁନ ଓ ମୀନରାଶିମାନଙ୍କର ଘାତଚନ୍ଦ୍ର। ମିଥୁନରାଶିର ଘାତବାର ।ଅମାବାସ୍ୟାର ସାମ୍ବସ୍ଥରିକଶ୍ରାଦ୍ଧ ମହାଳୟା ବିଧିରେ ହେବ । ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ। ସ୍ତ୍ରୀ ତୈଳ ବର୍ଜନ । ମତ୍ସ୍ୟ ମାଂସ ଦିବା ଘ୧୨।୫୦ ଗତେ ପାଣି କଖାରୁ ଭକ୍ଷଣ ନିଷେଧ । ଅମାବାସ୍ୟା କୃତ୍ୟ ।
ମେଷ:-ପୂଜାପାଠରେ ସମୟ ବିତିବ। ଆପଣ ଜୀବନସାଥୀଙ୍କ ସହିତ ବ୍ୟବସାୟ ସମ୍ବନ୍ଧରେ କଥା ହେବେ। ଡାକ୍ତର ଛାତ୍ର ବଡ଼ ମାନଙ୍କର ସାହାଯ୍ୟ ପାଇବେ।
ବୃଷ:-ଶାରୀରିକ ଦୃଷ୍ଟିରୁ ଆପଣ ହୃଷ୍ଟପୁଷ୍ଟ ଅନୁଭବ କରିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଭାବିବେ। ବନ୍ଧୁ ଓ ପରିଜନଙ୍କ ସହିତ ସମ୍ବନ୍ଧରେ ଉନ୍ନତି ହେବ।
ମିଥୁନ:-ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ। ଜୀବନସାଥୀଙ୍କ ଠାରୁ ଭଲ ଖବର ଶୁଣିବେ। ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।
କର୍କଟ:-ଆପଣ ଭଲ କାମରେ ସହଯୋଗ କରିବେ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଯଥେଷ୍ଟ ଲାଭ ହେବ। ପ୍ରେମୀଯୁଗଳ ପରସ୍ପରଙ୍କ ଭାବନାକୁ ସମ୍ମାନ କରିବେ।
ସିଂହ:-ଜମିରେ ନିବେଶ ପାଇଁ ଚିନ୍ତା କରିବେ। ଔଷଧ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପ୍ରେମିକଙ୍କ ଠାରୁ ଉପହାର ପାଇବେ।
କନ୍ୟା:- ପିତା ଆପଣଙ୍କୁ ନେଇ ଗର୍ବ କରିବେ। ବଡ଼ ଭାଇ ଭଉଣୀଙ୍କର ସହଯୋଗ ପାଇବେ। ଚାକିରିଆଙ୍କ ଲାଗି ଭଲ ଦିନଟିଏ। ଘରକୁ ବନ୍ଧୁ ଆସିପାରନ୍ତି।
ତୁଳା:-ଘରେ ଧାର୍ମିକ ଆୟୋଜନ ପାଇଁ ଭାବିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। କେହି ନିଜର ପିଲା ପାଇଁ ଆପଣଙ୍କ ପାଖରୁ ପରାମର୍ଶ ନେବେ।
ବିଛା:-ଜନକଲ୍ୟାଣ କାର୍ଯ୍ୟରେ ସମୟ ଦେବେ। ଆର୍କିଟେକ୍ଟଙ୍କ ଲାଗି ଦିନଟି ଆରାମଦାୟକ ରହିବ। ଜୀବନସାଥୀଙ୍କୁ କିଛି ଭଲ କଥା କହିବେ।
ଧନୁ:-ଆପଣ ନିଜର କାର୍ଯ୍ୟକୁଶଳତା ବୃଦ୍ଧି କରିବା ଦରକାର। ଟିକେ ଚିଡ଼ିଚିଡ଼ା ଅନୁଭବ କରିପାରନ୍ତି। କାର୍ଯ୍ୟରେ ଜୀବନସାଥୀଙ୍କର ସହଯୋଗ ମିଳିବ।
ମକର:-ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିପାରନ୍ତି। ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ବଜାୟ ରହିବ। ସନ୍ତାନଙ୍କ କାମରେ ଅଧିକ ଖର୍ଚ୍ଚ କରିପାରନ୍ତି।
କୁମ୍ଭ:-ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣ କାହାରିକୁ ମନର କଥା କହିପାରନ୍ତି। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।
ମୀନ:-ଆପଣ ନିଜ କାମରେ ସର୍ତକତା ଅବଲମ୍ବନ କରନ୍ତୁ। କାହାରି ଉପରେ ଅଧିକ ଭରସା କରନ୍ତୁ ନାହିଁ। ସନ୍ଧ୍ୟାରେ ପରିବାର ଲୋକଙ୍କ ସହିତ ହସଖୁସିର ସମୟ ବିତିବ।
!!ଜୟଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.